କେନ୍ଦୁଝର ଜିଲ୍ଲା ସଂଖ୍ୟାଲଘୁ ମୋର୍ଚ୍ଚାର ଉପସଭାପତି ଭାବେ ପୁନର୍ବାର ଦାୟିତ୍ୱ ପାଇଲେ “ଏସ୍.କେ. ମନସୁର”

କେନ୍ଦୁଝର ଜିଲ୍ଲା ସଂଖ୍ୟାଲଘୁ ମୋର୍ଚ୍ଚାର ଉପସଭାପତି ଭାବେ ପୁନର୍ବାର ଦାୟିତ୍ୱ ପାଇଲେ “ଏସ୍.କେ. ମନସୁର”
ପାଟଣା: ୦୬-୦୬-୨୦୨୬(ବି .ଏନ . ଓ ) :(ଦୀନବନ୍ଧୁ ମିଶ୍ର ) ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ କେନ୍ଦୁଝର ଜିଲ୍ଲା ସଂଖ୍ୟାଲଘୁ ମୋର୍ଚ୍ଚାର ଉପସଭାପତି ଭାବେ ପୁନର୍ବାର ଏସ୍.କେ. ମନସୁରଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଦଳ ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ପୁନଃ ନିଯୁକ୍ତି ପାଇବା ପରେ ସେ ଦଳର ଶୀର୍ଷ ନେତୃତ୍ୱ ଓ ସମସ୍ତ କର୍ମକର୍ତ୍ତାଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି। ଏସ୍.କେ. ମନସୁର କହିଛନ୍ତି ଯେ, ଦଳ ପକ୍ଷରୁ ପୁନର୍ବାର ଏହି ଦାୟିତ୍ୱ ପ୍ରଦାନ କରାଯିବା ତାଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏବଂ କେନ୍ଦୁଝର ଜିଲ୍ଲା ସଭାପତି ସୁକଦେବ ମହାନ୍ତଙ୍କ ବିଶ୍ୱାସ ଓ ନେତୃତ୍ୱ ତାଙ୍କୁ ଆହୁରି ଅଧିକ ନିଷ୍ଠା, ସମର୍ପଣ ଓ ଦାୟିତ୍ୱବୋଧ ସହ କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାଇଛି। ସେ ଆହୁରି କହିଛନ୍ତି ଯେ, ଆଗାମୀ ଦିନରେ ସଂଗଠନକୁ ତୃଣମୂଳ ସ୍ତରରେ ଅଧିକ ସୁଦୃଢ଼ କରିବା, ସଂଖ୍ୟାଲଘୁ ସମ୍ପ୍ରଦାୟର ସମସ୍ୟା ଓ ଦାବିକୁ ଗୁରୁତ୍ୱର ସହ ଉପସ୍ଥାପନ କରିବା ସହିତ ଜିଲ୍ଲା ଏବଂ ନିଜ ଅଞ୍ଚଳର ସର୍ବାଙ୍ଗୀଣ ବିକାଶ ପାଇଁ ସକ୍ରିୟ ଭାବେ କାର୍ଯ୍ୟ କରିବେ। ସମାଜର ପ୍ରତ୍ୟେକ ବର୍ଗର କଲ୍ୟାଣ ଓ ଉନ୍ନତି ପାଇଁ ଦଳର ନୀତି, ଆଦର୍ଶ ଓ ସେବାଭାବକୁ ଆଧାର କରି ଲୋକଙ୍କ ସେବାରେ ନିଜକୁ ସମର୍ପିତ ରଖିବେ ବୋଲି ସେ ପ୍ରକାଶ କରିଛନ୍ତି। ଏହି ନିଯୁକ୍ତିକୁ ନେଇ ବିଜେପିର ଜିଲ୍ଲା ଓ ସ୍ଥାନୀୟ ସ୍ତରର କର୍ମକର୍ତ୍ତା, ସମର୍ଥକ ଏବଂ ଶୁଭେଚ୍ଛୁମାନଙ୍କ ମଧ୍ୟରେ ଖୁସିର ଲହରୀ ଦେଖାଦେଇଛି। ଅନେକ ନେତା ଓ କର୍ମୀ ଏସ୍.କେ. ମନସୁରଙ୍କୁ ଶୁଭେଚ୍ଛା ଜଣାଇ ତାଙ୍କ ସଫଳ କାର୍ଯ୍ୟକାଳ କାମନା କରିଛନ୍ତି।

