ଉଦ୍‌ଘାଟିତ ହେଲା ପାଟଣା ବ୍ଲକ ” ମିଡ଼ିଆ ହାଉସ କାର୍ଯ୍ୟାଳୟ”

ଉଦ୍‌ଘାଟିତ ହେଲା ପାଟଣା ବ୍ଲକ ” ମିଡ଼ିଆ ହାଉସ କାର୍ଯ୍ୟାଳୟ”

ପାଟଣା:୨୦-୦୭-୨୦୨୬(ବି .ଏନ .ଓ ) 🙁 ଦୀନବନ୍ଧୁ ମିଶ୍ର ) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମୁଖ୍ୟାଳୟରେ ଆଜି ନବଗଠିତ ମିଡ଼ିଆ ହାଉସ କାର୍ଯ୍ୟାଳୟର ଶୁଭ ଉଦ୍‌ଘାଟନ ଅନୁଷ୍ଠିତ ହୋଇଯାଇଛି। ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ମୁଖ୍ୟ ଅତିଥିଭାବେ ଯୋଗଦେଇ ଫିତାକାଟି କାର୍ଯ୍ୟାଳୟର ଶୁଭ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ବ୍ଲକ ଅଧ୍ୟକ୍ଷା ବୀଣାପାଣି ନାୟକ, ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ପୂର୍ଣ୍ଣଚନ୍ଦ୍ର ଅମାନ୍ତ , ସ୍ଥାନୀୟ ସରପଞ୍ଚ ବିନତି ବାନରା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ନାୟକ, ସାଂସଦ ପ୍ରତିନିଧି ପ୍ରହ୍ଲାଦ ପଲେଇ,ସମାଜ ସେବୀ ଭରତ ଚନ୍ଦ୍ର ସାହୁ,କ୍ୟାପଟେନ ଧର୍ମେନ୍ଦ୍ର କୁମାର ସାହୁ ଯୁଗଳ କିଶ୍ବର ଦାଶ, ଦୁର୍ଗା ଚରଣ ନାଏକ,ମିଡ଼ିଆ ହାଉସର ସଭାପତି ରାହାସ ବିହାରୀ ପୁଷ୍ଟି,ଉପ ସଭାପତି ଅଞ୍ଜନ କୁମାର ରଣା,ସମ୍ପାଦକ ଦୀନବନ୍ଧୁ ମିଶ୍ର ଙ୍କ ତତ୍ତ୍ୱଅବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି,ମିଡ଼ିଆ ହାଉସ ଉପସଭାପତି ଅଞ୍ଜନ କୁମାର ରଣା, ବିଜୟ କୁମାର ମହାନ୍ତ, ଦଶରଥ ବାରିକ, ଦୀପକ କୁମାର ଭଞ୍ଜ ଦେଓ, ମହେଶ୍ୱର ପୁଷ୍ଟି, ବିରୋକିଶ୍ୱର ଦାଶ, ଯତୀନ୍ଦ୍ର ଦାଶ, ସଂଜିତ କୁମାର ଚକ୍ର, ବସନ୍ତ କୁମାର ମହାନ୍ତ,କୋଇ ଳାସ ମହାନ୍ତ, ସବ୍ୟ ସଚି ସିଂହ, ଅରୁଣ କୁମାର ବେଜ, ସୁଜିତ କୁମାର ଦାଶ,ସ୍ଥାନୀୟ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ। ଅତିଥିମାନେ ନିଜ ବକ୍ତବ୍ୟରେ ଗଣମାଧ୍ୟମର ସମାଜ ଗଠନରେ ଥିବା ଭୂମିକା ସମ୍ପର୍କରେ ଆଲୋକପାତ କରିବା ସହ ସତ୍ୟ, ନିରପେକ୍ଷ ଓ ଦାୟିତ୍ୱବୋଧପୂର୍ଣ୍ଣ ସାମ୍ବାଦିକତାକୁ ସଦା ପ୍ରାଧାନ୍ୟ ଦେବାକୁ ଆହ୍ୱାନ ଜଣାଇଥିଲେ। ଏହି ନୂତନ ମିଡ଼ିଆ ହାଉସ ପାଟଣା ଅଞ୍ଚଳର ବିଭିନ୍ନ ସମସ୍ୟା, ବିକାଶମୂଳକ କାର୍ଯ୍ୟ କ୍ରମ କୁ ଦୃଷ୍ଟି ଦେବାକୁ ମତ ପ୍ରକାଶ କରିଥିଲେ |

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *