ବିଶ୍ୱାସର ନନ୍ଦିଘୋଷ ଯାତ୍ରା …
ବିଶ୍ୱାସର ନନ୍ଦିଘୋଷ ଯାତ୍ରା…
ପାଟଣା -୨୦-୦୭-୨୦୨୬(ବି .ଏନ .ଓ ) : (ଦୀନବନ୍ଧୁ ମିଶ୍ର ) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର ଅନେକ ଜାଗାରେ ଆଜି ଘୋଷ ଯାତ୍ରା ଅନୁଷ୍ଠିତ ହୋଇଛି |ସତେ ଯେମିତି ଚାତକ ପରି ଚାହିଁ ବସିଥିଲେ ଜଗତ ଯାକରଲୋକ | ଯେମିତି ସେଇ ଜଗତର ନାଥ “ମହା ପ୍ରଭୁ ଜଗନ୍ନାଥ “ଚାଲୀ ଆସିଛନ୍ତି ଭକ୍ତମାନଙ୍କ ପାଖକୁ | କାହିଁକି ନା କାଳିଆ ସାନ୍ତେ ପରା ଭକ୍ତଙ୍କ ଅଧୀନରେ | ସେଇ ମହାପ୍ରଭୁ ଯେଉଁ ରଥରେ ଯାନ୍ତି, ରଥକୁ ଯେଉଁ ଚକ,ଘର ଘର ନାଦରେ ଆଗକୁ ନେଇ ଯାଏ, ସେ ଚକ ଏମିତି ସେମିତି ଚକ ନୁହେଁ, “ସେ ଚକ ନୁହେଁ ସେଇ ବଳରାମ ଦାଶର ବାଲି ରଥର ଚକ, ସେ ଚକ ନୁହେଁ ଭକ୍ତ ସାଲବେଗର ଭକ୍ତି ରଥର ଚକ, ସେ ଚକ ଜଗତ ଯାକର ବିଶ୍ୱାସର |ସେଇ ନନ୍ଦିଘୋଷ ରଥର ଚକ ” ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ | ଉଛୁଳି ପଡୁଛି ଆଜି,ପାଟଣା ବ୍ଲକର, ରାଜନଗର, ଟାଙ୍ଗରପଡା, ଡୁମୁରିଆ, ତିନି ରଥରେ ଦିଅଁ ଶୋଭା ପାଉଛନ୍ତି”ମଲିପୋଷି ” ଗ୍ରାମରେ ଏବଂ ଆଜକୁ ୨୪ବର୍ଷ ହବ ଭକ୍ତ ଙ୍କ ମେଳରେ ସେଇ କାଳିଆ ବଦନ, ଚକା ନୟନ, ନୀଳାଚଳିଆ ବଡଭାଇ ଏବଂ ଭଉଣୀ ଙ୍କୁ ନେଇ ପୂଜା ପାଉଛନ୍ତି “ସରାସକୋଲା “ଗ୍ରାମ ରଥରେ | ପୂଜକ ତଥା ବଡ଼ପଣ୍ଡା, ଶ୍ରୀ ଯୁକ୍ତ ପଞ୍ଚାନନ ଦାଶଙ୍କ ତତ୍ଵାବଧାନରେ ଶୃଙ୍ଖଳାର ସହିତ ପଣ୍ଡିତ ପ୍ରମୋଦ କୁମାର ଦାଶ, ପଣ୍ଡିତ ଅଜିତ କୁମାର ଦାଶ, ସୁମିତ ପତି, ଶିବ ପ୍ରସାଦ ଦାଶ, ଜ୍ୟୋତିର୍ମୟୀ ତ୍ରିପାଠୀ, ସନ୍ତୋଷ ତ୍ରିପାଠୀ, ଭାଗିରଥି ଦାଶ, ଯତୀନ୍ଦ୍ର ଦାଶ, ନାରାୟଣ ଶତପଥୀ ଏବଂ ପ୍ରଭୁ ଙ୍କ ସେବକ ଜଗତ ନାଏକ ତଥା ଅଂଚଳର ସମସ୍ତ ଭକ୍ତମାନଙ୍କ ସହଯୋଗରେ ପ୍ରଭୁଙ୍କ ଯାତ୍ରା ସଫଳ ହୋଇଛି |

