ଅସହାୟ ପରିବାରର ଶୁଦ୍ଧିକ୍ରିୟା ପାଇଁ ଆର୍ଥିକ ସାହାଯ୍ୟ ଦେଲା “ଭରସା ପରିବାର ଓଡ଼ିଶା “

ଅସହାୟ ପରିବାରର ଶୁଦ୍ଧିକ୍ରିୟା ପାଇଁ ଆର୍ଥିକ ସାହାଯ୍ୟ ଦେଲା “ଭରସା ପରିବାର ଓଡ଼ିଶା “

ପାଟଣା-୦୧-୦୭-୨୦୨୬(ବି .ଏନ .ଓ ) : (ଦୀନବନ୍ଧୁ ମିଶ୍ର )କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ପଲାଣଘାଟି ପଞ୍ଚାୟତ ଅନ୍ତର୍ଗତ କୁମୁଳାବାହାଳି ଗ୍ରାମର ଗଣେଶ୍ଵର ମୁଣ୍ଡା ପତ୍ନୀ ପାଲ ପାଳିଆ (୨୭) ପାଲ ପାଳିଆଙ୍କ ଗତ ୧୯ ତାରିଖ ଦିନ ସନ୍ଧ୍ୟା ସମୟରେ ଦେହ ଖରାପ ହେବାରୁ ଗ୍ରାମବାସୀମାନେ ଏକ ଆମ୍ବୁଲାନ୍ସ ଗାଡ଼ି ଡ଼ାକି ପ୍ରଥମେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ସେଠାରେ ପାଲ ପାଳିଆଙ୍କ ଅଧିକ ଦେହ ଖରାପ ହେବାରୁ ଡାକ୍ତର ତାଙ୍କୁ ଆମ୍ବୁଲାନ୍ସ ଗାଡ଼ି ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ |ସେଠାରେ ଚିକିତ୍ସିତ ହେଉଥିବା ସମୟରେ ପାଲ ପାଳିଆଙ୍କ ମୃତ୍ୟୁ ଘଟିଥିଲା | ପରିବାର ଲୋକମାନେ ପାଲ ପାଳିଆଙ୍କ ମୃତ୍ୟୁ ଦେହକୁ ଆଣି ଗାଁ ସ୍ମଶାନରେ ଶବ ସଂସ୍କାର କରିଥିଲେ | ଶୁଦ୍ଧିକ୍ରିୟା କେମିତି କରିବେ ତାହା ଚିନ୍ତାରେ ପରିବାର ଲୋକେ ଭାଙ୍ଗି ପଡିଥିଲେ ଦୁଃଖ ଦେଖି ସହିନପାରି ଗ୍ରାମବାସୀମାନେ ସଙ୍ଗେ ସଙ୍ଗେ ଶୁଦ୍ଧିକ୍ରିୟା ସହାୟତା ପାଇଁ “ଭରସା ପରିବାରକୁ” ଅନୁରୋଧ କରିଥିଲେ । ଖବର ପାଇ ଭରସା ପରିବାରର ରାଜ୍ୟ ସଭାପତି ପ୍ରତାପ ରାୟ ଓ ସାଧାରଣ ସମ୍ପାଦକ ବେଣୁଧର ମହାନ୍ତଙ୍କ ତତ୍ତ୍ଵାବଧାନରେ ସଦସ୍ୟ ସଦସ୍ୟା ମାନଙ୍କର ସହାୟତା ରାଶିରେ ଶୁଖିଲା ଖାଦ୍ୟ, ଏବଂ ବସ୍ତ୍ର ଓ ସକ୍ଷମ ଅନୁଯାୟୀ ଅର୍ଥରାଶି ନେଇ ପାଟଣା ବ୍ଲକ ସଭାପତି ସୁମନ୍ତ କୁମାର ବାରିକ, ବାବୁଲାଲ କର, ସାଧୁ ହେମ୍ବ୍ରମ୍, ଚନ୍ଦ୍ର ମୋହନ ହେମ୍ବ୍ରମ୍, ବାସନ୍ତି ମହାନ୍ତ,ତୁରି ମୁଣ୍ଡା, ଜଟିଆ ମୁଣ୍ଡା, ସମବାରୀ ମୁଣ୍ଡା, ଲାଲମଣୀ ମୁଣ୍ଡା, ଜିତେନ୍ ମୁଣ୍ଡା, ବାବୁଲି ମୁଣ୍ଡା, ମହେଶ୍ଵର ମହାନ୍ତ, କେନ୍ଦୁଝର ଜିଲ୍ଲା ର ମିଡ଼ିଆ ସେଲ୍ ଦଶରଥ ବାରିକ ତଥା ରାଜ୍ୟ କାର୍ଯ୍ୟକାରି ସଭାପତି ଭରତ ଚନ୍ଦ୍ର ମହାନ୍ତ କୁମୁଳାବାହାଳି ଗ୍ରାମରକୁ ଯାଇ ସେଠାରେ ଥିବା ଗ୍ରାମବାସୀମାନଙ୍କ ଉପସ୍ଥିତିରେ ମୃତକଙ୍କ ଦୁଇ ଶିଶୁଙ୍କୁ ସହାୟତା ପ୍ରଦାନ କରିଛନ୍ତି ଏପରି କାର୍ଯ୍ୟକୁ ସ୍ଥାନୀୟ ଲୋକମାନେ ଅନେକ ପ୍ରଶଂସା କରିଛନ୍ତି

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *