ଅବସର କାଳୀନ ସମ୍ବର୍ଦ୍ଧନା ସଭା
ଅବସର କାଳୀନ ସମ୍ବର୍ଦ୍ଧନା ସଭା…
ପରଜଙ୍ଗ – ୦୪-୦୭-୨୦୨୬ (ବି .ଏନ .ଓ ) :
ଙ୍କାନାଳ ଜିଲ୍ଲା ପରଜଙ୍ଗ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ମୁଖ୍ୟ ଅଧ୍ୟାପକ ପ୍ରସନ୍ନ କୁମାର ସାହୁ ମଙ୍ଗଳବାର ଦିନ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି ।ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷା ସ୍ମିତାରାଣୀ ସାହୁଙ୍କ ସଭାପତିତ୍ୱରେ ଏକ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଅଧ୍ୟାପିକା ଜୟଯୁକ୍ତା ପଟ୍ଟନାୟକ , ଅଧ୍ୟାପକ ବିଶିକେଶନ କର୍ଣ୍ଣ , କୁମାର କୌଶିକ ଦେହୁରୀ ପ୍ରମୁଖ ମଞ୍ଚାସୀନ ହୋଇ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ଧୂପ ଦୀପ ପ୍ରଜ୍ବଳନ କରି ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଦୀର୍ଘ ୩୩ ବର୍ଷ ଧରି ଓଡ଼ିଆ ବିଭାଗରେ ଅଧ୍ୟାପକ ଭାବେ କାର୍ଯ୍ୟ ତୁଲାଇ ଆସୁଥିବା ଶ୍ରୀ ସାହୁ ଥିଲେ କାର୍ଯ୍ୟ ତତ୍ପରତା , ଛାତ୍ର ବତ୍ସଳ , ମେଳାପି ଭଦ୍ର ନମ୍ର । ବିଦାୟୀ ଶ୍ରୀ ସାହୁଙ୍କ ଉଦ୍ଦେଶ୍ୟରେ ଅଧ୍ୟାପିକା ସସ୍ମିତା ସାହୁ , ମୌସୁମୀ ବାଗ , କୁଳମଣି ମେହେର ,ଅଞ୍ଜନ କୁମାର ମହାରଣା ଓ ଅନ୍ୟ ଅଧ୍ୟାପକ ଅଧ୍ୟାପିକା , କର୍ମଚାରୀ ଶ୍ରୀ ସାହୁଙ୍କ ସହିତ ସମୟ ଅତିବାହିତ କରିଥିବା ଉପରେ ଗୁଣଗାନ କରି ବକ୍ତବ୍ୟ ରଖିଥିଲେ । ତାଙ୍କ ଅବଶିଷ୍ଟ ଜୀବନ ସୁଖଶାନ୍ତିରେ ଅତିବାହିତ ହେଉ ବୋଲି ସମସ୍ତେ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ପରେ ମହାବିଦ୍ୟାଳୟ ପକ୍ଷରୁ ମାନପତ୍ର ପ୍ରଦାନ କରିଥିବା ଏକ ସମସ୍ତ ଅଧ୍ୟାପକ , ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ରହି ଶ୍ରୀ ସାହୁଙ୍କୁ ଉପଢୌକନ ଉପହାର ଦେଇ ସମ୍ମାନୀତ କରିଥିଲେ । ଅଧ୍ୟାପକ କୁମାର କୌଶିକ ଦେହୁରୀ ମଞ୍ଚ ସଞ୍ଚାଳନ କରିଥିବା ବେଳେ ଅଧ୍ୟାପିକା ସାଗରିକା ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।


