ମଦ ଦୋକାନ ସ୍ଥାନାନ୍ତର ପାଇଁ ଏକଜୁଟ ହେଲେ ୩ ଟି ଗାଁର ମହିଳା
ମଦ ଦୋକାନ ସ୍ଥାନାନ୍ତର ପାଇଁ ଏକଜୁଟ ହେଲେ ୩ ଟି ଗାଁର ମହିଳା
ମଦ ଦୋକାନ ନଉଠିଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ମହିଳା
ପାଟଣା-୦୪-୦୭-୨୦୨୬ (ବି .ଏନ .ଓ ) : (ଦୀନବନ୍ଧୁ ମିଶ୍ର ) କେନ୍ଦୁଝର ଜିଲ୍ଲା ପାଟଣା ଥାନା ପାଟଣାବ୍ଲକ ସାଧୁପଡା ଗାଁ ନିକଟରେ ଥିବା ସରକାରୀ ମଦ ଦୋକାନକୁ ଅନ୍ୟତ୍ର ସ୍ଥାନାନ୍ତର ଦାବିରେ ଗ୍ରାମର ମହିଳାମାନେ ଏକଜୁଟ ହୋଇଛନ୍ତି | ସାଧୁପଡା,ସଅଁରାପଶି,ବଡ଼ପାଟଣା ଗ୍ରାମର ମହିଳାମାନେ ସାଧୁପଡା ବସ୍ ଷ୍ଟାଣ୍ଡରୁ ଏକ ରାଲିରେ ଆସି ପାଟଣା ଥାନା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଗାଁ ନିକଟ ଶାଳ ପାଖରେ ମଦ ଦୋକାନ ଥିବାରୁ ଏହାକୁ ବିରୋଧ କରି ମହିଳାମାନେ ଗାଁ ନିକଟରେ ଥିବା ସରକାରୀ ମଦ ଦୋକାନକୁ ସ୍ଥାନାନ୍ତର ଦାବି କରିଛନ୍ତି | ଆଗକୁ ଯଦି ଏହି ସରକାରୀ ବିଦେଶୀ ମଦ ଦୋକାନ ନଉଠିବ ତାହେଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ୩ଟି ଗାଁର ମହିଳାମାନେ |

