ରାଜରାସ୍ତାରେ ଯୁବକଙ୍କୁ ପଥର ଛେଚି ହତ୍ୟା

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ରାଜରାସ୍ତାରେ ବୀଭତ୍ସ ହତ୍ୟାକାଣ୍ଡ । ରାଜରାସ୍ତାରେ ଜଣେ ଯୁବକଙ୍କୁ ଦୁର୍ବୃତ୍ତ ପଥର ଛେଚି ହତ୍ୟା କରିଥିବା ସୂଚନା ମିଳିଛି । ରାଜମହଲ-ଶିଶୁଭବନ ରାସ୍ତାରେ ପଥରରେ ଛେଚି ନୃଶଂସ ଭାବେ ହତ୍ୟା କରାଯାଇଛି । ପ୍ରଥମେ ବଚସାରୁ ଯୁବକଙ୍କୁ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ମୃତ ଯୁବକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ । ଯୁବକଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପୋଲିସ ପଠାଇଛି । ଅନ୍ୟପଟେ ଘଟଣାକୁ ନେଇ କ୍ୟାପିଟାଲ ଥାନାରେ ଜଣକୁ ଅଟକ ରଖାଯାଇ ପଚରାଉଚରା ଆରମ୍ଭ କରିଛି ପୋଲିସ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *