ପାଣିରେ ବୁଡି ୨ଶିଶୁ ମୃତ

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ତାରଲାକୋଟା ପଂଚାୟତର ସି-କଲୋନୀ ଠାରେ ଆଜି ଏକ ଦୁଃଖଦ ଘଟଣା ଘଟିଯାଇଛି । ଖରାଦିନେ ସାଧାରଣତଃ ପିଲାମାନେ ଦିନ ୧୨/୧ଟା ବେଳେ ଗାଁ ବନ୍ଧକୁ ଗାଧୋଇବାକୁ ଯାଆନ୍ତି । ସେହିପରି ଆଜି ମଧ୍ୟ ସି-କଲୋନୀର କୁନି କୁନି ପିଲାମାନେ ନିକଟରେ ଏକ ଜମି ମଧ୍ୟରେ ହୋଇଥିବା ବନ୍ଧକୁ ଗାଧୋଇବାକୁ ଯାଇଥିଲେ । ସବୁ ପିଲାମାନେ ଗାଧୋଉଥିବା ବେଳେ ହଠାତ ଗଭୀର ପାଣି ମଧ୍ୟକୁ ଗାଁ ର ୨ ଶିଶୁ ଚାଲିଯାଇଥିଲେ । ପାଣିରେ ଦୁଇ ଶିଶୁ ବୁଡିଯିବା ଦେଖି ସେଠାରେ ଥିବା ଅନ୍ୟ ପିଲାମାନେ ଗାଁ ଲୋକଙ୍କୁ ଡାକିଥିଲେ ।

ଗ୍ରାମବାସୀ ପାଣି ମଧ୍ୟକୁ ଯାଇ ୨ ଶିଶୁକୁ ଉଦ୍ଧାର କରି ଅଟୋ ଯୋଗେ କୋରୁକୋଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ଡାକ୍ତର ସେଠାରେ ୨ ଶିଶୁଙ୍କୁ ମୃତ ଘୋଷଣା କରିଥିଲେ । ମୃତ ୨ ଶିଶୁ ହେଲେ ସି-କଲୋନୀର ଧନୁ ଗୋଲରୀଙ୍କ ୭ ବର୍ଷର ଝିଅ ରଞ୍ଜିତା ଗୋଲରୀ ଏବଂ ଅନ୍ୟ ଶିଶୁଟି ଗୋପୀ ଖରାଙ୍କ ୮ ବର୍ଷର ପୁଅ ମେଘ ଖରା । ବର୍ତ୍ତମାନ ଓରକେଲ ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ସହ ଶବ ବ୍ୟବଚ୍ଛେଦ ପରେ ୨ ଶିଶୁଙ୍କୁ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ଦେଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *