ନବରଙ୍ଗପୁର ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ

ନବରଙ୍ଗପୁର : ମାଲକାନଗିରି ପରେ ଏବେ ନବରଙ୍ଗପୁର ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି । ଆସନ୍ତା ୨୫ ତାରିଖରୁ ଏହା ବିଦ୍ଧିବଦ୍ଧ ଭାବେ ଲାଗୁ ହେବ। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ନାଇଟ କର୍ଫ୍ୟୁରେ ରାତି ୮ରୁ ସକାଳ ୬ଟା ଯାଏ କଟକଣା ଜାରି କରାଯାଇଛି । ଏହି ସମୟରେ ଲୋକେ କୌଣସି ଜୁରୁରୀ କାମ ନଥିଲେ ବାହାରେ ଚଳପ୍ରଚଳ କରିପାରିବେ ନାହିଁ । ନାଇଟ କର୍ଫ୍ୟୁ ସମୟ ମଧ୍ୟରେ ୫ ଜଣଙ୍କ ଠାରୁ ଅଧିକ ବ୍ୟକ୍ତି କୌଣସି ବ୍ୟକ୍ତି ବିଶେଷ ସର୍ବସାଧାରଣ ସ୍ଥାନରେ ସମାବେଶ ଉପରେ ରୋକ ଲଗାଯାଇଛି।

ସେହିପରି ସେମିନାର, କର୍ମଶାଳା ଓ କନଫରେନସ୍କୁ ବାତିଲ କରିବା ପାଇଁ ନିର୍ଦ୍ଦେଶ ନାମା ଜାରି ହୋଇଛି । ଧାର୍ମିକ ସମାବେଶ, ବିବାହ ଶୋଭାଯାତ୍ରା, ଭୋଜିଭାତକୁ ଅନୁମତି ଦିଆଯାଇପାରିବ ନାହିଁ। ବିବାହ ବରଯାତ୍ରୀ, ଅପେରା ସୋ’ ଏବଂ ତତ୍ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇପାରିବ ନାହିଁ । ରାଜନୈତିକ ରାଲି, ବିକ୍ଷୋଭ-ପ୍ରଦର୍ଶନ ଓ ଧାରଣା ଭଳି କାର୍ଯ୍ୟକ୍ରମ ହୋଇପାରିବ ନାହିଁ । କଲ୍ୟାଣ ମଣ୍ଡପ ଗୁଡିକ ଜନସମାବେଶ ହେବା ଭଳି କାର୍ଯ୍ୟକ୍ରମକୁ ଅନୁମତି ଦେଇପାରିବ ନାହିଁ ।

ଲଜ ଓ ହୋଟେଲ ଗୁଡିକରେ ନିୟମିତ ବିଶୋଧନ ଓ ସାନିଟାଇଜର ବ୍ୟବସ୍ଥା କରିବାକୁ ହେବ। କୌଣସି ବ୍ୟକ୍ତି କାଶ, ଜ୍ବର, ଶ୍ବାସ ସମସ୍ୟା ଆଦି ଅନୁଭବ କଲେ ସେମାନେ କୋଭିଡ କଣ୍ଟ୍ରୋସଲ ରୁମ୍ ନଂ ୦୬୮୫୮-୨୨୨୪୩୪ କିମ୍ବା ଜିଲ୍ଲା ହେଲପଲାଇନ ନଂ ୦୬୮୫୮-୨୨୨୪୫୯ରେ ଯୋଗଯୋଗ କରିପାରିବେ ବୋଲି ବିଜ୍ଞାପ୍ତିରେ କୁହାଯାଇଛି। ଉପଜିଲ୍ଲାପାଳ, ସମସ୍ତ ତହସିଲଦାର ଓ ଥାନା ଅଧିକାରୀମାନେ ଜନସମାବେଶ ଉପରେ ନଜର ରଖିବେ। ପୁନର୍ବାର ନିର୍ଦ୍ଦେଶନାମା ଜାରି ହେବା ପର୍ଯ୍ୟନ୍ତ ଏହି ଆଇନ ବଳବତ୍ତର ରହିବ।

Spread

Breaking News Odia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *