ତାଲିବାନି ହାତକୁ ପଞ୍ଜଶୀର ଘାଟି ବି ଗଲା

କାବୁଲ: ତାଲିବାନି ସୋମବାର ଦିନ ଘୋଷଣା କରିଛି ଯେ, ପଞ୍ଜଶୀର ଉପରେ ସେମାନେ ସମ୍ପୂର୍ଣ୍ଣ ଭାବରେ କବଜା କରିସାରିଛନ୍ତି । କିଛି ଦିନ ହେବ ତାଲିବାନି ମାନେ ପଞ୍ଜଶୀର ଉପରେ କବଜା କରିବା ପାଇଁ ପ୍ରାଣମୁର୍ଚ୍ଛା ଉଦ୍ୟମ ଚଳାଇଥିବା ବେଳେ ଆଜି ସେଠାରେ ନିଜର କବଜା ଜମାଇଥିବା ଘୋଷଣା କରିଛି । ଏହି ପରିପ୍ରେକ୍ଷୀରେ ତାଲିବାନି ପ୍ରବକ୍ତା ଜବିଉଲ୍ଲାହ ଏକ ବୟାନ ଜାରି କରି କହିଛନ୍ତି ଯେ, ଏହି ଜିତ୍ ସହିତ ଆମ ଦେଶ ଯୁଦ୍ଧ ମୁକ୍ତି ଦେଶ ହୋଇଯାଇଛି । କାରଣ ପଞ୍ଜଶୀର ହିଁ ଗୋଟିଏ ସ୍ଥାନ ଥିଲା ଯେଉଁଠାରେ ତାଲିବାନି ମାନେ କବଜା କରିପାରିନଥିଲେ । ରବିବାର ରାତିରେ ତାଲିବାନି ସେନା ପଞ୍ଜଶୀରର ଆଠଟି ଜିଲ୍ଲା ଉପରେ କବଜା କରିଛନ୍ତି । ସୋସିଆଲ ମିଡିଆରେ କିଛି ଫଟୋ ଦେଖିବାକୁ ମିଳିଛି ଯେ, ତାଲିବାନି ମାନେ ପଞ୍ଜଶୀରର ଗର୍ଭନର୍ ଅଫିସ୍ ଗେଟ୍ ବାହାରେ ଠିଆ ହୋଇଛନ୍ତି । କିନ୍ତୁ ଏନେଇ ତାଲିବାନି ରେଜିଷ୍ଟାଣ୍ଟ୍ସଙ୍କ ପକ୍ଷରୁ କୌଣସି ବୟାନ ଜାରି କରାଯାଇନାହିଁ । ତାଲିବାନ ରବିବାର ଦିନ ପଞ୍ଜଶୀରର ସମସ୍ତ ଜିଲ୍ଲାକୁ ନିଜ ଅଧୀନକୁ ନେଇଛି ବୋଲି ଦାବି କରିଛି। ତାଲିବାନର ଜଣେ ମୁଖପାତ୍ର କହିଛନ୍ତି ଯେ ପଞ୍ଜଶୀରର ସମସ୍ତ ଜିଲ୍ଲା ମୁଖ୍ୟାଳୟ, ପୋଲିସ ମୁଖ୍ୟାଳୟ ଏବଂ ସମସ୍ତ କାର୍ୟ୍ୟାଳୟ ଉପରେ କବଜା କରିଛନ୍ତି । ତାଲିବାନ କହିଛି ଯେ ବିରୋଧୀ ଦଳ ମଧ୍ୟ ଅନେକ ଆହତ ହୋଇଛନ୍ତି। ଯାନବାହନ ଏବଂ ଅସ୍ତ୍ରଶସ୍ତ୍ର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *