ବ୍ଲାଉଜ ଫିଟିଙ୍ଗ୍ ହେଲାନି ବୋଲି… ସ୍ତ୍ରୀ ନେଲା ଏପରି ନିଷ୍ପତ୍ତି….

ହାଇଦ୍ରାବାଦ : ହାଇଦ୍ରାବାଦର ଅମ୍ବରପେଟରେ ରହୁଥିବା ଜଣେ ମହିଳା ସାମାନ୍ୟ ବ୍ଲାଉଜ୍‌କୁ ନେଇ ସ୍ୱାମୀଙ୍କ ସହିତ ଝଗଡ଼ା ପରେ ନିଜେ ଆତ୍ମହତ୍ୟା କରି ଦେଇଛନ୍ତି । ମୃତା ମହିଳାଙ୍କ ନାଁ ବିଜୟାଲକ୍ଷ୍ମୀ । ସୂଚନା ଅନୁଯାୟୀ, ଦର୍ଜୀ କାମ କରୁଥିବା ଶ୍ରୀନିବାସ ନାମକ ବ୍ୟକ୍ତି ସ୍ତ୍ରୀ ବିଜୟାଲକ୍ଷ୍ମୀଙ୍କ ପାଇଁ ଏକ ବ୍ଲାଉଜ୍ ସିଲାଇ କରିଥିଲେ । କିନ୍ତୁ ତାହା ବିଜୟାଲକ୍ଷ୍ମୀଙ୍କୁ ପସନ୍ଦ ଆସି ନ ଥିଲା । ତେଣୁ ସେ ବ୍ଲାଉଜକୁ ଖୋଲି ପୁଣିଥରେ ସିଲେଇ କରିବାକୁ କହିଥିଲେ । ସମୟ ନ ଥିବା କହି ଶ୍ରୀନିବାସ ମନା କରି ଦେଇଥିଲେ । ଏହାର କିଛି ଘଣ୍ଟା ପରେ ହିଁ ବିଜୟାଲକ୍ଷ୍ମୀ ଆତ୍ମହତ୍ୟା କରିଥିଲେ । ଏଭଳି ଅଭାବାନୀ ଘଟଣା ଗୋଲଙ୍କା ତିରୁମାଲା ନଗରରେ ଘଟିଛି । ଶ୍ରୀନିବାସ ଶାଢି ଓ ବ୍ଲାଉଜ କପଡ଼ା ବିକ୍ରି କରିବା ସହିତ ଘରେ ସିଲେଇ କାମ ମଧ୍ୟ କରି ଥାଆନ୍ତି । ବିଜୟାଲକ୍ଷ୍ମୀ ଓ ଶ୍ରୀନିବାସଙ୍କର ଦୁଇ ସନ୍ତାନ ଅଛନ୍ତି । ସେମାନେ ସ୍କୁଲରେ ପାଠ ପଢ଼ୁଛନ୍ତି । ଶ୍ରୀନିବାସ ନିଜ ସ୍ତ୍ରୀଙ୍କ ପାଇଁ ଏକ ବ୍ଲାଉଜ୍ ସିଲେଇ କରିଥିଲେ, କିନ୍ତୁ ତାହା ବିଜୟାଲକ୍ଷ୍ମୀଙ୍କୁ ପସନ୍ଦ ଆସି ନ ଥିଲା । ଏହାକୁ ନେଇ ଦୁଇଜଣଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା । ସ୍ୱାମୀଙ୍କ ଉପରେ ରାଗିଥିବା ୩୫ ବର୍ଷୀୟା ବିଜୟାଲକ୍ଷ୍ମୀ ପିଲାମାନେ ସ୍କୁଲ ଯିବା ପରେ ନିଜକୁ ବେଡ୍‌ରୁମରେ ଲକ୍ କରି ଦେଇଥିଲେ । ଏହାରି ଭିତରେ ଶ୍ରୀନିବାସ ମଧ୍ୟ ନିଜ କାମରେ ବାହାରକୁ ଚାଲି ଯାଇଥିଲେ । ପିଲାମାନେ ଯେତେବେଳେ ସ୍କୁଲରୁ ଫେରିଲେ, ତ ସେମାନେ ମା’ ଶୋଇଥିବା ଘରର କବାଟ ବାଡ଼େଇ ଥିଲେ । କିନ୍ତୁ କେହି କବାଟ ଖୋଲି ନ ଥିଲେ । ରୁମ୍ ବାହାରେ ଛିଡ଼ା ହୋଇଥିବା ପିଲାମାନେ ବଡ଼ ପାଟିରେ ମା’ ମା’ ଡାକୁଥିଲେ, ତଥାପି ସେପଟୁ କୌଣସି ବି ଉତ୍ତର ମିଳି ନ ଥିଲା । ଏହାପରେ ପିଲାମାନେ ତୁରନ୍ତ ଏ ନେଇ ନିଜ ବାପାଙ୍କୁ ଖବର ଦେଇଥିଲେ । ପିଲାଙ୍କଠାରୁ ଖବର ପାଇ ଶ୍ରୀନିବାସ ଘରେ ପହଞ୍ଚିଥିଲେ । ଅନେକ ବାର ଡାକିବା ପରେ ମଧ୍ୟ ସ୍ତ୍ରୀ କବାଟ ଖୋଲି ନ ଥିଲେ । ଯେତେବେଳେ ଦୀର୍ଘ ସମୟ ପର୍ଯ୍ୟନ୍ତ କବାଟ ଖୋଲି ନ ଥିଲା, ତ ଶ୍ରୀନିବାସ କବାଟ ଭାଙ୍ଗି ଦେଇଥିଲେ ଏବଂ ଭିତରେ ବିଜୟାଲକ୍ଷ୍ମୀଙ୍କ ମୃତଦେହ ପଡ଼ିଥିବାର ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ତେବେ ପୋଲିସ ଅଧିକାରୀ ମୃତା ମହିଳାଙ୍କ ସ୍ୱାମୀଙ୍କ ବୟାନ ନେଇଛନ୍ତି । ଏଥି ସହିତ ଉପସ୍ଥିତ ଲୋକଙ୍କଠାରୁ ମଧ୍ୟ ସ୍ୱାମୀ, ସ୍ତ୍ରୀଙ୍କ ବିଷୟରେ ତଥ୍ୟ ସଂଗ୍ରହ କରିଛନ୍ତି । ଏ ନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *