ଓରିଏଂଟ୍ ବ୍ଲାକ୍‌ସ୍ୱାନ୍ ପକ୍ଷରୁ ସେଂଟର ଫର୍‌ ପ୍ରଫେସନାଲ୍ ଡେଭେଲପ୍‌ମେଂଟ୍‌ର ଶୁଭାରମ୍ଭ

ଭୁବନେଶ୍ୱର: ପ୍ଲାଟିନମ୍ ବାର୍ଷିକୀ ପାଳନର ଅଂଶ ସ୍ୱରୂପ ଦେଶର ଅଗ୍ରଣୀ ପ୍ରକାଶନୀ ସଂସ୍ଥା ଓରିଏଂଟ୍ ବ୍ଲାକ୍‌ସ୍ୱାନ୍ ପକ୍ଷରୁ ଶିକ୍ଷକମାନଙ୍କ ପାଇଁ ସେଂଟର ଫର ପ୍ରଫେସନାଲ୍ ଡେଭେଲପ୍‌ମେଂଟ୍‌ର ଶୁଭାରମ୍ଭ କରାଯାଇଥିବା ବିଷୟରେ ଘୋଷଣା କରାଯାଇଛି । ଏହା ହେଉଛି ଏକ ଡିଜିଟାଲ୍ ହବ୍ ଯେଉଁଠାରେ ଶିକ୍ଷକମାନେ ନିଜ ପେସାଦାର ଦକ୍ଷତା ବଢ଼ାଇବା ଲାଗି ଅନଲାଇନ୍ ପାଠ୍ୟକ୍ରମ
ପାଇଁ ପଂଜୀକରଣ କରିପାରିବେ । ଓରିଏଂଟ୍ ବ୍ଲାକ୍‌ସ୍ୱାନ ସେଂଟର ଫର ପ୍ରଫେସନାଲ୍ ଡେଭେଲପ୍‌ମେଂଟ୍‌ (ସିପିଡି)ରେ ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଦକ୍ଷତାରେ ଉନ୍ନତି ଆଣିବା ଲାଗି ସେମାନଙ୍କ ପାଇଁ ଚୟନ କରିବା ନିମନ୍ତେ ସମୃଦ୍ଧ ଓ ଗୁଣାତ୍ମକ ଅନଲାଇନ୍‌
ସାର୍ଟିଫିକେଟ୍ ପାଠ୍ୟକ୍ରମ ରହିଛି । ଏହି ସାର୍ଟିପିକେଟ୍‌ ପାଠ୍ୟକ୍ରମଗୁଡ଼ିକ ପ୍ରମୁଖ ମଡ୍ୟୁଲ୍‌ରେ ଭାଗ କରାଯାଇଛି ଯେଉଁଥିରେ ପ୍ରତି ପାଠ୍ୟକ୍ରମରେ ଏକ ସ୍ୱତନ୍ତ୍ର ଦିଗ ଉପରେ ଗୁରୁତ୍ୱ ଦିଆଯାଇଛି ଯାହା କର୍ମଜୀବୀ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ପାଇଁ ଯୋଡ଼ି ହେବା ଓ ଯିବାଆସିବା ସମୟରେ ଶିକ୍ଷା ଗ୍ରହଣ କରିବାରେ ସହାୟକ ହେବ ।ଓରିଏଂଟ୍ ବ୍ଲାକ୍‌ସ୍ୱାନ୍ ସେଂଟର ଫର ପ୍ରଫେସନାଲ୍ଡେ ଭେଲପ୍‌ମେଂଟ୍‌ (ସିପିଡି)କୁ ବିଶେଷଜ୍ଞମାନଙ୍କ ଦ୍ୱାରା ପ୍ରସ୍ତୁତ ଓ ବିକଶିତ କରାଯାଇଛି ଯେଉଁମାନେ ଜାତୀୟ ଓ ଆନ୍ତର୍ଜାତିକ ମାନର ସାର୍ଟିଫାଏଡ ଶିକ୍ଷକ- ପ୍ରଶିକ୍ଷକ । ଏନଇପି ୨୦୨୦ରେ ସୁପାରିସ କରାଯାଇଥିବା ଫ୍ରେମୱର୍କ ଅନୁସାରେ ଏହା ପ୍ରସ୍ତୁତ ହୋଇଛି ଓ ଭାରତୀୟ ଶିକ୍ଷା ଦୃଷ୍ଟିରୁ ତାହା ବେଶ ଖାପଖୁଆଇବ । ଏହି ଅବସରରେ ଓରିଏଂଟ୍ ବ୍ଲାକ୍‌ସ୍ୱାନ୍‌ର ସିପିଡି ପ୍ରବକ୍ତା ମିସ୍‌ ରୋହିନି ଭଟ୍ଟ କହିଛନ୍ତି ଯେ, “ଶିକ୍ଷକମାନଙ୍କ ପେସାଦାର ବିକାଶରେ ସହାୟତା ପ୍ରଦାନ କରିବା ଲାଗି ଆମେ ବ୍ୟାପକ ପ୍ରକାର ବିକଳ୍ପ ପ୍ରଦାନ କରୁଛୁ । କ୍ୟାରିୟରରେ ଉନ୍ନତି ଆଣିବାକୁ ଚାହୁଥିବା ଶିକ୍ଷକମାନଙ୍କ ଲାଗି ଓରିଏଂଟ୍ ବ୍ଲାକସ୍ୱାନ ସେଂଟର ଫର ପ୍ରଫେସନାଲ ଡେଭେଲପମେଂଟ୍ ହେଉଛି ଏକଉପଯୁକ୍ତ ସ୍ଥାନ । ଏହି କେନ୍ଦ୍ରରେ ପ୍ରଦାନ କରାଯାଉଥିବା ପାଠ୍ୟକ୍ରମ ହେଉଛି ଉନ୍ନତ ମାନର ଓ ଏକବିଂଶ ଶତାବ୍ଦୀର ଶିକ୍ଷକମାନଙ୍କ ଲାଗି ଏହାକୁ ପ୍ରସ୍ତୁତକରାଯାଇଛି ।’’ ଭାରତୀୟ ଶ୍ରେଣୀ ଗୃହର ପରିବର୍ତିତ ଚେହେରା ଅନୁସାରେ ଶିକ୍ଷା ଗ୍ରହଣକୁ ବଜାୟ ରଖିବା ଲାଗି ଶିକ୍ଷକ ଶିକ୍ଷୟିତ୍ରୀମାନେ ନୂଆ ସୁଯୋଗ ସନ୍ଧାନ କରୁଛନ୍ତି । ବିଶିଷ୍ଟ ଶିକ୍ଷାବିତ, ଲେଖକ ଓ ଇଏଫ୍‌ଏଲ୍‌ୟୁ ହାଇଦ୍ରାବାଦର ଆକେଡେମିକ୍ ଡିନ୍ ଡକ୍ଟର ସାମସନ ଥୋମାସ କହିଛନ୍ତି ଯେ, “ତାଲିମ ଶିକ୍ଷକମାନଙ୍କୁ ଶ୍ରେଣୀ ଗୃହ ବ୍ୟବସ୍ଥା ପାଇଁ ନିଜକୁ ପ୍ରସ୍ତୁତ କରିପାରିବେ । ବିକାଶ ହେଉଛି ଏକ ପ୍ରକ୍ର୍ରିୟା ଯାହା ଜରିଆରେ ଶିକ୍ଷକମାନେ ପରିବର୍ତିତ ଶିକ୍ଷା ପରିବେଶ ସହିତ ନିଜକୁ ଖାପଖୁଆଇପାରିବେ ।’’

Spread

Breaking News Odia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *