ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜଙ୍କୁ ବମ୍ବେ ହାଇକୋର୍ଟର ଝଟକା

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ବ୍ୟବସାୟୀ ରାଜ କୁନ୍ଦ୍ର୍ରାଙ୍କୁ ଅଶ୍ଳୀଳ ଭିଡିଓ କରିବା ଓ ତାକୁ ଅପଲୋଡ୍ କରିବା ମାମଲାରେ ଆଉ ଏକ ଝଟକା ଲାଗିଛି । ବମ୍ବେ ହାଇକୋର୍ଟ ପକ୍ଷରୁ ଅଶ୍ଳୀଳ ଫିଲ୍ମ ରାକେଟ୍ ମାମଲାରେ ଦାୟର୍ ହୋଇଥିବା ଅଗ୍ରୀମ ଜାମିନ୍ ଆବେଦନକୁ ଖାରଜ କରିଦେଇଛନ୍ତି । ବିଗତ ଦିନରେ କୋର୍ଟରେ ନିଜ ଆବେଦନ ମାଧ୍ୟମରେ ରାଜ୍ କହିଥିଲେ ଯେ, ତାଙ୍କ ପ୍ରଡକ୍ସନ୍ କମ୍ପାନୀ ଦ୍ୱାରା ତିଆରି ହୋଇଥିବା ଭିଡିଓ ସବୁ କାମୁକ ଥିଲା । କିନ୍ତୁ ଆଡଲ୍ଟ କଣ୍ଟେଣ୍ଟ୍ ନଥିଲା । ତେବେ ଅଦାଲତ ରାଜ୍ କୁନ୍ଦ୍ରାଙ୍କର ଦ୍ୱାରା ଦିଆଯାଇଥିବା ଏହି ଦସ୍ତାବିଜକୁ ଖାରଜ କରିଦେଇଛନ୍ତି । ରାଜ୍ କୁନ୍ଦ୍ରାଙ୍କ ବ୍ୟତୀତ ଅଭିନେତ୍ରୀ ପୁନମ୍ ପାଣ୍ଡେ ଏବଂ ଶେର୍ଲିନ୍ ଚୋପ୍ରାଙ୍କ ସମେତ ମୋଟ ୬ ଜଣ ବ୍ୟକ୍ତି ଜାମିନ ଆବେଦନ କରିଛନ୍ତି । ଏହା ପୂର୍ବରୁ ରାଜ କୁନ୍ଦ୍ରାଙ୍କୁ ୧୯ ଜୁଲାଇରେ ଗିରଫ କରାଯାଇଥିଲା । ଏହା ପରେ ପ୍ରାୟ ୨ ମାସ ଜେଲରେ ରହିବା ପରେ ସେ ବର୍ତ୍ତମାନ ଜାମିନରେ ମୁକୁଳିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *