ମୋବାଇଲ୍ ଫୋନ୍ ଗିଳିଦେଲେ ଯୁବକ

ନୂଆଦିଲ୍ଲୀ: କଣ କେବେ କେଉଁ ବ୍ୟକ୍ତି ମୋବାଇଲ୍ ଫୋନ୍ ଗିଳିପାରେ କି? ଏମିତିରେ ବି କିଏ କାହିଁକି ଏମିତି କରିବ । ହେଲେ ଜଣେ ବ୍ୟକ୍ତି ଏବେ ଏପରି କିଛି କରି ସମସ୍ୟାରେ ପଡ଼ିଛନ୍ତି । ଜଣେ ବ୍ୟକ୍ତି ନୋକିଆ ୩୩୧୦ ସେଲଫୋନ୍ କୁ ଗିଳିବା ପରି ଅଜବ ହରକତ୍ କରି ସମସ୍ୟାରେ ପଡ଼ିଛନ୍ତି ଓ ତାଙ୍କର ସର୍ଜରୀ କରିବାକୁ ପଡ଼ିଛି । କୋସୋବୋର ପ୍ରିଷ୍ଟିନା ଠାରେ ରହୁଥିବା ଜଣେ ୩୩ ବର୍ଷିୟ ଯୁବକ ଏକ ନୋକିଆ ଫୋନ୍ କୁ ଗିଳିଦେଇଥିଲେ । ଏହି ମଡେଲ୍ ୨୦୦୦ ମସିହାରେ ଲଞ୍ଚ ହୋଇଥିଲା । ଯେତେବେଳେ ଫୋନ୍ ଟି ପେଟରେ ଫସିଯାଇଥିଲା ତାଙ୍କୁ ତୁରନ୍ତୁ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ମୋବାଇଲ୍ କୁ ସୁରକ୍ଷିତ ଭାବରେ ବାହାର କରିଥିଲେ । ପ୍ରଥମେ ଯୁବକଙ୍କ ସ୍କାନ ଓ ଟେଷ୍ଟ ସବୁ କରାଯାଇଥିଲା । ସେଥିରେ ଦେଖିବାକୁ ମିଳିଥିଲା ଯେ, ପେଟରେ ଫୋନ୍ ରହିଛି ଏବଂ ବ୍ୟାଟେରୀ ପାଇଁ ତାଙ୍କ ଜୀବନ ଚାଲି ଯାଇଥାନ୍ତେ । ଅପରେସନ୍ ପରେ ଫେସବୁକ୍ ରେ ଫୋନ୍ ର ଫଟୋ, ଏକ୍ସରେ ଏବଂ ଏଣ୍ଡୋସ୍କୋପି ଇମେଜ୍ ସେୟାର୍ କରିଛନ୍ତି । ତେବେ ମୋବାଇଲ୍ ଗିଳିଥିବା ବ୍ୟକ୍ତି ପ୍ରିଷ୍ଟିନା ଙ୍କ ପେଟ କାଟିବାରୁ ନିଜେ ହସ୍ପିଟାଲକୁ ଯାଇଥିଲେ । ପେଟରୁ କାଢ଼ିବାକୁ ୨ ଘଣ୍ଟା ସମୟ ଲାଗିଥିଲା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *