ନବରଙ୍ଗପୁର ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ

ନବରଙ୍ଗପୁର : ମାଲକାନଗିରି ପରେ ଏବେ ନବରଙ୍ଗପୁର ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି । ଆସନ୍ତା ୨୫ ତାରିଖରୁ ଏହା ବିଦ୍ଧିବଦ୍ଧ ଭାବେ ଲାଗୁ ହେବ। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ନାଇଟ କର୍ଫ୍ୟୁରେ ରାତି ୮ରୁ ସକାଳ ୬ଟା ଯାଏ କଟକଣା ଜାରି କରାଯାଇଛି । ଏହି ସମୟରେ ଲୋକେ କୌଣସି ଜୁରୁରୀ କାମ ନଥିଲେ ବାହାରେ ଚଳପ୍ରଚଳ କରିପାରିବେ ନାହିଁ । ନାଇଟ କର୍ଫ୍ୟୁ ସମୟ ମଧ୍ୟରେ ୫ ଜଣଙ୍କ ଠାରୁ ଅଧିକ ବ୍ୟକ୍ତି କୌଣସି ବ୍ୟକ୍ତି ବିଶେଷ ସର୍ବସାଧାରଣ ସ୍ଥାନରେ ସମାବେଶ ଉପରେ ରୋକ ଲଗାଯାଇଛି।

ସେହିପରି ସେମିନାର, କର୍ମଶାଳା ଓ କନଫରେନସ୍କୁ ବାତିଲ କରିବା ପାଇଁ ନିର୍ଦ୍ଦେଶ ନାମା ଜାରି ହୋଇଛି । ଧାର୍ମିକ ସମାବେଶ, ବିବାହ ଶୋଭାଯାତ୍ରା, ଭୋଜିଭାତକୁ ଅନୁମତି ଦିଆଯାଇପାରିବ ନାହିଁ। ବିବାହ ବରଯାତ୍ରୀ, ଅପେରା ସୋ’ ଏବଂ ତତ୍ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇପାରିବ ନାହିଁ । ରାଜନୈତିକ ରାଲି, ବିକ୍ଷୋଭ-ପ୍ରଦର୍ଶନ ଓ ଧାରଣା ଭଳି କାର୍ଯ୍ୟକ୍ରମ ହୋଇପାରିବ ନାହିଁ । କଲ୍ୟାଣ ମଣ୍ଡପ ଗୁଡିକ ଜନସମାବେଶ ହେବା ଭଳି କାର୍ଯ୍ୟକ୍ରମକୁ ଅନୁମତି ଦେଇପାରିବ ନାହିଁ ।

ଲଜ ଓ ହୋଟେଲ ଗୁଡିକରେ ନିୟମିତ ବିଶୋଧନ ଓ ସାନିଟାଇଜର ବ୍ୟବସ୍ଥା କରିବାକୁ ହେବ। କୌଣସି ବ୍ୟକ୍ତି କାଶ, ଜ୍ବର, ଶ୍ବାସ ସମସ୍ୟା ଆଦି ଅନୁଭବ କଲେ ସେମାନେ କୋଭିଡ କଣ୍ଟ୍ରୋସଲ ରୁମ୍ ନଂ ୦୬୮୫୮-୨୨୨୪୩୪ କିମ୍ବା ଜିଲ୍ଲା ହେଲପଲାଇନ ନଂ ୦୬୮୫୮-୨୨୨୪୫୯ରେ ଯୋଗଯୋଗ କରିପାରିବେ ବୋଲି ବିଜ୍ଞାପ୍ତିରେ କୁହାଯାଇଛି। ଉପଜିଲ୍ଲାପାଳ, ସମସ୍ତ ତହସିଲଦାର ଓ ଥାନା ଅଧିକାରୀମାନେ ଜନସମାବେଶ ଉପରେ ନଜର ରଖିବେ। ପୁନର୍ବାର ନିର୍ଦ୍ଦେଶନାମା ଜାରି ହେବା ପର୍ଯ୍ୟନ୍ତ ଏହି ଆଇନ ବଳବତ୍ତର ରହିବ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *