ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଡ଼ ବଣ୍ଟନ କଲେ ରୁଳାର ହାଉସିଂ ବୋର୍ଡର ଚେୟାରମ୍ୟାନ୍ ମିନିକେତନ ଆମାତ
ବଲାଙ୍ଗୀର(ଭୋଜରାଜ ଦଣ୍ଡସେନା) : ଆଜି ବଲାଙ୍ଗୀର ଜିଲ୍ଲାର ବେଳପଡା ବ୍ଲକ ଅନ୍ତର୍ଗତ ବନମାଲ ପଞ୍ଚାୟ ତ କାର୍ଯ୍ୟଳୟ ଠାରେ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ବଣ୍ଟନ ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରୁଳାର ହାଉସିଂ ବୋର୍ଡ ର ଚେରମ୍ୟାନ ଶ୍ରୀ ମିନିକେତନ ଅମାତ , ଜେଇ ଶ୍ରୀ ମହେଶ ଲାଲ ଅଗ୍ରୱାଲ, ବିଧାୟକ ଙ୍କ ନମିନି ଶ୍ରୀ ଗଣେଷ କୁମ୍ଭାର,ବଲାଙ୍ଗୀର ଜିଲ୍ଲାର ଯୁବ ଜିଲ୍ଲା ସମ୍ପାଦକ ଶ୍ରୀ ଦୁର୍ଯ୍ୟୋଧନ କୁମ୍ଭାର,ପୂର୍ବତନ ସରପଞ୍ଚ ଶ୍ରୀ ଶୋଭାକର ବେହେରା, ଲୋକନାଥ ବିଶ୍ୱାଳ,ଯୋଗାଣ ସହାୟକ ଶ୍ରୀ ଡୋଳାମଣି ସାହୁ,ସେକ୍ରେଟାରୀ ଶ୍ରୀ ପ୍ରହଲ୍ଲାଦ ବେହେରା, ପିଇଓ କରମ ବିର ତାଣ୍ଡି, ପ୍ରମୁଖ ଉପସ୍ଥିତ ଥିଲେ।ଏହି ଶୁଭ କାର୍ଯ୍ୟ କୁ ପ୍ରଥମେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଠାରେ ଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମ କୁ ଆଗେଇନେଇଥିଲେ।ଓ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ବିଷୟରେ ହିତାଧିକାରୀ ମାନଙ୍କୁ ବୁଝାଇବା ସହ ତାର ଠିକ ବ୍ୟବହାର କରି ନିଜର ଜୀବନ କୁ ମରଣ ଦାଉରୁ ରକ୍ଷା କରୁନ୍ତୁ ବୋଲି କହିଛନ୍ତି। ଶ୍ରୀ ଅମାତ ଶା ତାଙ୍କର ନିଜ ସ୍ବ ହସ୍ତରେ ହିତାଧିକାରୀଙ୍କ ଙ୍କୁ କାର୍ଡ଼ ବଣ୍ଟନ କରିଥିଲେ।ଏହି ସୁଭଦିନରେ ବାଗଦୋର ଗ୍ରାମ ପଞ୍ଚାୟତ ର ୨୫୫୯ ହିତାଧିକାରୀ ଙ୍କୁ କାର୍ଡ଼ ବଣ୍ଟନ କରାଯାଇଥିଲା।ହିତାଧିକାରୀ ମାନେ ବହୁ ଆନନ୍ଦ ର ସହିତ ହୁଳହୁଳି କରତାଲି ଦେଇ ବିଜୁ ବାବୁଙ୍କ ସ୍ୱାସ୍ଥ୍ୟ କାର୍ଡ଼ କୁ ଗ୍ରହଣ କରିଥିଲେ। ଏହି ଅବସରରେ ପଞ୍ଚାୟ ତ ଜନସାଧାରଣ ତଥା ପଞ୍ଚାୟ ତ କତ୍ତୃପକ୍ଷ ଙ୍କ ଦ୍ଵାରା ମହା ଆଡମ୍ବରରେ ଅତିଥି ମାନଙ୍କୁ ସ୍ୱାଗତମ କରିଥିଲେ। ଅତିଥି ଙ୍କୁ ସ୍ୱାଗତ କରିବାରେ ପ୍ରତେକ ଗାଁ ର ସ୍ୱୟଂ ସହାୟକ ଗୋଷ୍ଠୀ ମାନେ ଯୋଗଦେଇଥିଲେ।