ଅଫ୍‌ଲାଇନ୍ ପରୀକ୍ଷାକୁ ବିରୋଧ : ବ୍ୟାପକ ଭଙ୍ଗାରୁଜା,୪ ଛାତ୍ର ଅଟକ

ସମ୍ବଲପୁର : ଯୁକ୍ତ ତିନି ତୃତୀୟ ସେମିଷ୍ଟାର ପରୀକ୍ଷାକୁ ନେଇ ଆଜି ସମ୍ବଲପୁର ବିଶ୍ୱବିଦ୍ୟାଳୟ ତଥା ଜ୍ୟୋତିବିହାର ପରିସର ରଣାଙ୍ଗନରେ ପରିଣତ ହୋଇଛି । ଦୀର୍ଘ ଦିନ ଧରି କରୋନା ସଂକ୍ରମଣକୁ ନେଇ ସରକାରଙ୍କ ପକ୍ଷରୁ କଟକଣା ଲାଗୁ ହେବା ସହ ୨୦୨୦-୨୧ ଶିକ୍ଷାବର୍ଷରେ ସିଲାବସ ଅନୁଯାୟୀ ପାଠ ପଢା ହୋଇପାରିନାହିଁ । ପରବର୍ତ୍ତୀ ସମୟରେ ଶିକ୍ଷାନୁଷ୍ଠାନ ଗୁଡିକ ଅନିର୍ଦ୍ଦିଷ୍ଟ ସମୟ ପାଇଁ ବନ୍ଦ ରହିବା ପରେ ଅନ ଲାଇନରେ ପଠା ପଢ଼ା ହେଉଥିଲା । ଏଭଳି ପରିସ୍ଥିତିରେ ହଠାତ୍ ଶିକ୍ଷା ବିଭାଗ ପକ୍ଷରୁ ଆଗାମୀ ୧୯ ତାରିଖରେ ଅଫ୍‌ଲାଇନ୍‌ରେ ତୃତୀୟ ସେମିଷ୍ଟାରର ଫାଇନାଲ ପରୀକ୍ଷା ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ଘୋଷଣା ହୋଇଥିଲା ।

ମାତ୍ର ପରେ ପୁଣି ଏହି ତାରିଖକୁ ୨୭ ତାରିଖ ପର୍ଯ୍ୟନ୍ତ ସ୍ଥାନାନ୍ତର କରାଯାଇଥିଲା । ବିଶ୍ୱବିଦ୍ୟାଳୟ ପକ୍ଷରୁ ଏଭଳି ତାରିଖ ପରିବର୍ତ୍ତନ ଓ ଅଫ୍‌ଲାଇନ୍ ପରୀକ୍ଷାକୁ ନେଇ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ବରଗଡ଼, ଝାରସୁଗୁଡ଼ା, ରେଙ୍ଗାଲି, କୁଚିଣ୍ଡା, ରେଢ଼ାଖୋଲ କଲେଜର ଶତାଧିକ ଛାତ୍ର ପ୍ରତିନିଧି ଭାରତୀୟ ଛାତ୍ର କଂଗ୍ରେସ ୟୁନିୟନ ନେତୃତ୍ୱରେ ପ୍ରତିବାଦ କରିଥିଲା । ମାତ୍ର ପରବର୍ତ୍ତୀ ସମୟରେ ହଠାତ୍ ଏହି ପ୍ରତିବାଦ ଗଣ୍ଡଗୋଳିଆ ପରିବେଶରେ ପରିଣତ ହେବାରୁ ଶାନ୍ତିଶୃଙ୍ଖଳା ପାଇଁ ସେଠାରେ ପୁଲିସ ପହଞ୍ଚିଥିଲା । ଉତ୍ତେଜିତ ମୁଦ୍ରାରେ ଥିବା ଛାତ୍ରମାନଙ୍କୁ ବିଶ୍ୱବିଦ୍ୟାଳୟ ଓ ପୁଲିସ ପକ୍ଷରୁ କିଛି ବୁଝାସୁଝା କରିବା ପୂର୍ବରୁ ସେଠାରେ ଭଙ୍ଗାରୁଜା ଆରମ୍ଭ ହୋଇଯାଇଥିଲା । ଏ ସମ୍ପର୍କରେ ଅଭିଯୋଗ ପାଇ ପୁଲିସ ୪ଜଣ ଛାତ୍ରଙ୍କୁ କଟକ ରଖିଥିବା ବେଳେ ଛାତ୍ରଙ୍କ ଆକ୍ରମଣରେ ୨ ଜଣ ପୁଲିସ କର୍ମଚାରୀ ଆହତ ହୋଇଥିବା ଜଣାପଡ଼ିଛି । ତେବେ ଅଣାୟତ ପରିସ୍ଥିତିକୁ ସୁଧାରିବା ପାଇଁ ବ୍ୟାପକ ପୁଲିସ ମୁତୟନ ରହିବା ସହ ଘଟଣା ସ୍ଥଳରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅମରେଶ ପଣ୍ଡା ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ତେବେ କୌଣସି ଶିକ୍ଷାନୁଷ୍ଠାନରେ ଏଭଳି ବିଶୃଙ୍ଖଳାକୁ ବରଦାସ୍ତ କରିହେବ ନାହିଁ ବୋଲି ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରୋକ୍‌ଠୋକ୍ କହିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *