LIC Housing Finance donates ambulance to benefit the tribal population in Kalahandi district, Odisha

ଏଲ୍‌ଆଇସି ହାଉସିଂ ଫାଇନାନ୍ସ ପକ୍ଷରୁ ଓଡ଼ିଶାର କଳାହାଣ୍ଡିର
ଆଦିବାସୀ ଜନତାଙ୍କ ଲାଭ ପାଇଁ ଆମ୍ବୁଲାନ୍ସ ପ୍ରଦାନ
ଭୁବନେଶ୍ୱର: ଏଲ୍‌ଆଇସି ହାଉସିଂ ଫାଇନାନ୍ସ ଲିମିଟେଡ୍ (ଏଲ୍‌ଆଇସିଏଚ୍‌ଏଫ୍‌ଏଲ୍‌)
ଏହାର ସିଏସ୍‌ଆର୍ ଅଭିଯାନ ଏଲ୍‌ଆଇସି ଏଚ୍‌ଏଫ୍‌ଏଲ୍ ସଂଜିବନୀ ଅଧୀନରେ କଳାହାଣ୍ଡି
ଜିଲ୍ଲାର ଥୁଆ ରାମପୁର ବ୍ଲକ୍‌ର କନିଗୁମା, କେରପାଇ ଓ ସିଲେଟ୍ ପଂଚାୟତର ପ୍ରକଳ୍ପ
ଅଧୀନ ଅଂଚଳ ପାଇଁ ସ୍ୱାସ୍ଥ୍ୟ ସ୍ୱରାଜ ସୋସାଇଟିକୁ ଏକ ଆମ୍ବୁଲାନ୍ସ ପ୍ରଦାନ
କରାଯାଇଛି । ଆଦିବାସୀ ଲୋକଙ୍କ ମଧ୍ୟରେ ରୋଗ ଚିହ୍ନଟ ପାଇଁ ୟୁରିନ୍ ଆନାଲାଇଜର
ଓ ଡବ୍ଳୁବିସି ଆନାଲାଇଜର ମେଡିକାଲ୍ ଉପକରଣ ମଧ୍ୟ ପ୍ରଦାନ କରାଯାଇଛି ।
ଏଲ୍‌ଆଇସି ହାଉସିଂ ଫାଇନାନ୍ସ ପକ୍ଷରୁ ଏମ୍‌ଡି ଓ ସିଇଓ ଶ୍ରୀ ୱାଇ ବିଶ୍ୱନାଥ
ଗୌଡ଼ ଆମ୍ବୁଲାନ୍ସ ଓ ମେଡିକାଲ୍ ଉପକରଣକୁ ସ୍ୱାସ୍ଥ୍ୟ ସ୍ୱରାଜ ସୋସାଇଟିର
କାର୍ଯ୍ୟନିର୍ବାହୀ ନିର୍ଦେଶକ ଡକ୍ଟର ଆକ୍ୱିନାସ୍ ଏଡାସେରିଙ୍କୁ ଭବାନୀପାଟଣାର
ମୁଖ୍ୟ କାର୍ଯ୍ୟାଳୟରେ ୨୦୨୩ ଏପ୍ରିଲ୍ ୧୫ରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ହସ୍ତାନ୍ତର
କରାଯାଇଛି । ଆମ୍ବୁଲାନ୍ସକୁ ପତାକା ଦେଖାଇ ଲୋକାର୍ପିତ କରିବା ଅବସରରେ ଶ୍ରୀ
ଗୌଡ଼ ଦେଶର ବର୍ଦ୍ଧିତ ସ୍ୱାସ୍ଥ୍ୟ ଭିତିଭୂମି ଆବଶ୍ୟକତା ଏବଂ ସେଥିପ୍ରତି ଯଥା ସମ୍ଭବ
ଉପାୟରେ ଯୋଗଦାନ ପ୍ରଦାନ କରିବା ଲାଗି ଏଲ୍‌ଆଇସି ଏଚ୍‌ଏଫ୍‌ଏଲ୍‌ର ପ୍ରତିବଦ୍ଧତା
ଉପରେ ଗୁରୁତ୍ୱାରୋପ କରିଥିଲେ ।
ଶ୍ରୀ ଗୌଡ଼ କହିଛନ୍ତି ଯେ, “ଆଦିବାସୀ ଲେଶକଙ୍କ ପାଖରେ ପହଂଚିବା ଏବଂ ସେମାନଙ୍କ
କଲ୍ୟାଣର ଯତ୍ନ ନେବା ଲକ୍ଷ୍ୟ ଆମ ସିଏସ୍‌ଆର୍ ଅଧୀନରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ
ଅଭିଯାନ । ଅସୁସ୍ଥତାକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଚିହ୍ନଟ କରିବା ଏବଂ ତାହାର ଚିକିତ୍ସା
ବିଷୟରେ ନିଷ୍ପତି ନେବାରେ ଏହା ସୁଦୂର ପ୍ରସାରୀ ସାବ୍ୟସ୍ତ ହେବ । ଆମେ ଆଶା କରୁଛୁ ଯେ
ଓଡ଼ିଶାର କଳାହାଣ୍ଡିର ଦୁର୍ଗମ ଅଂଚଳରେ ଗର୍ଭବତୀ ମହିଳାଙ୍କ ସମେତ ୭୫୦୦
ହିତାଧିକାରୀଙ୍କୁ ଏହି ପ୍ରକଳ୍ପ ଲାଭ ପ୍ରଦାନ କରିବ ।’’
ଏହି ଅବସରରେ ଉପସ୍ଥିତ ଥିବା ଅନ୍ୟ ଅତିଥିମାନେ ହେଉଛନ୍ତି ଏଲ୍‌ଆଇସି ଏଚ୍‌ଏଫ୍‌ଏଲ,
ଇଷ୍ଟ୍ ସେଂଟ୍ରାଲ୍ ଜୋନ୍‌୍‌ର ଆଂଚଳିକ ପ୍ରବନ୍ଧକ ଶ୍ରୀ ରମେଶ ଚନ୍ଦ୍ର ଖୋରା, କଳାହାଣ୍ଡିର
ସିଡିଏମ୍ ଓ ପିଏଚ୍‌ଓ ଡକ୍ଟର ଗିରିଶ ଚନ୍ଦ୍ର ରାଉତ, ଡିପିଏମ୍ ଏନ୍‌ଏଚ୍‌ଏମ୍ ଶ୍ରୀ
ଅବନୀ ରଜନ, ଏଲ୍‌ଆଇସି ଏଚ୍‌ଏଫ୍‌ଏଲ୍ ଭୁବନେଶ୍ୱରର ଏରିଆ ମ୍ୟାନେଜର ଶ୍ରୀ ସୁମନ୍ତ
କୁମାର ପାଣିଗ୍ରାହୀ, ଓ ଏଲ୍‌ଆଇସି ଏଚ୍‌ଏଫ୍‌ଏଲ୍ ସିଏସ୍‌ଆର୍ ବିଭାଗର,
ପୂର୍ବାଂଚଳର ଶ୍ରୀ ସୌରଭ ଚକ୍ରବର୍ତୀ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ
ଏନ୍‌ଜିଓ ଓ ଭବାନୀପାଟଣାର ସ୍ଥାନୀୟ ବାସିନ୍ଦା ମଧ୍ୟ ଯୋଗ ଦେଇଥିଲେ

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

3 thoughts on “LIC Housing Finance donates ambulance to benefit the tribal population in Kalahandi district, Odisha

Leave a Reply

Your email address will not be published. Required fields are marked *