KFIN TECHNOLOGIES LIMITED – INITIAL PUBLIC OFFER TO OPEN ON DECEMBER 19, 2022
କେଏଫ୍ଆଇଏନ୍ ଟେକ୍ନୋଲୋଜିସ୍ ଲିମିଟେଡ୍ର ଇନିସିଆଲ୍ ପବ୍ଲିକ୍ ଅଫର
୨୦୨୨ ଡିସେମ୍ବର ୧୯ରେ ଖୋଲିବ
ଇକ୍ୱିଟି ସେୟାର ପିଛା ଦାମ୍ ୩୪୭ ଟଙ୍କାରୁ ୩୬୬ ଟଙ୍କା ମଧ୍ୟରେ ରହିବ
ଅଫର ୨୦୨୨ ଡିସେମ୍ବର ୨୧ରେ ବନ୍ଦ ହେବ
ସର୍ବନିମ୍ନ ୪୦ଟି ଇକ୍ୱିଟି ସେୟାର ପାଇଁ ବିଡ୍ ଦାଖଲ କରିହେବ ଏବଂ ଏହା ପରେ ୪୦ଟି ଲେଖାଏଁ ଗୁଣିତକ ହିସାବରେ
ବଢ଼ାଇବାକୁ ପଡ଼ିବ
ଭୁବନେଶ୍ୱର: କେଏଫ୍ଆଇଏନ୍ ଟେକ୍ନୋଲୋଜିସ୍ ଲିମିଟେଡ୍ର ଇନିସିଆଲ ପବ୍ଲିକ୍ ଅଫର ୨୦୨୨ ଡିସେମ୍ବର ୧୯ ତାରିଖ ସୋମବାର ଖୋଲିବ । ଏହି ଅଫ୍ର ଫର ସେଲ୍ରେ ଜେନେରାଲ ଆଟଲାଂଟିକ୍ ସିଙ୍ଗାପୁର ଫଣ୍ଡ୍ ପିଟିଇ ଲିମିଟେଡ୍ର ୧୫୦୦ କୋଟି ଟଙ୍କାର ଇକ୍ୱିଟି ସେୟାର ସାମିଲ ରହିଛି । ଏହି ଅଫର ୨୦୨୨ ଡିସେମ୍ବର ୨୧ରେ ବନ୍ଦ ହେବ । ଏହି ଅଫରରେ ଇକ୍ୱିଟି ସେୟାର ପିଛା ମୂଲ୍ୟ ୩୪୭ରୁ ୩୬୬ ଟଙ୍କା ମଧ୍ୟରେ ରହିଛି । ବିଡ୍ ପାଇଁ ସର୍ବନିମ୍ନ ୪୦ ଇକ୍ୱିଟି ସେୟାର ଓ ତା’ ପରେ ୪୦ଟି
ଲେଖାଏଁ ଗୁଣିତକ ହିସାବରେ ବଢ଼ାଇବାକୁ ପଡ଼ିବ । ପ୍ରତିଭୂତି ଚୁକ୍ତି (ନିୟାମକ) ନିୟମ, ୧୯୫୭ର ଧାରା ୧୯(୨)(ବି) ଓ ସେବିର ନିୟମ ଅନୁସାରେ ବୁକ୍ ବିଲ୍ଡିଂ ପ୍ରକ୍ରିୟାରେ ଏହି ଅଫର ଉପସ୍ଥାପନ କରାଯାଉଛି । ଯୋଗ୍ୟ ସଂସ୍ଥାଗତ ନିବେଶଙ୍କୁ ୭୫%ରୁ କମ୍ ଇକ୍ୱିଟି ସେୟାର ମାନୁପାତିକ ଭିତିରେ ଅବଂଟନ କରାଯିବ ।ଏହାର ୬୦ ପ୍ରତିଶତ ଆଙ୍କର ନିବେଶକଙ୍କୁ ଆବଂଟନ କରାଯିବ । ସେଥିରୁ ଏକ ତୃତୀୟାଂଶ ଦେଶ ଭିତରର ମ୍ୟୁଚୁଆଲ ଫଣ୍ଡ୍ ସଂସ୍ଥାଙ୍କୁ ଦିଆଯିବ । ଯଦି ଆଙ୍କର ନିବେଶକଙ୍କ ପାଇଁ ଥିବା ସବୁ ଇକ୍ୱିଟି ସେୟାର ପାଇଁ ଆବଶ୍ୟକ ବିଡ୍ ନଆସିବ ତେବେ ବଳକା ସେୟାରକୁ ଯୋଗ୍ୟ ସଂସ୍ଥାଗତ ନିଶେକଙ୍କୁ ପ୍ରଦାନ କରାଯିବ । ୧୫%ରୁ କମ୍ ଇକ୍ୱିଟି ସେୟାରକୁ ଅଣ ସଂସ୍ଥାଗତ ବିଡରଙ୍କ ପାଇ ରଖାଯିବ । ୧୦%ରୁ ଅଧିକ ଇକ୍ୱିଟି ସେୟାରକୁ ଖୁଚୁରା ନିବେଶକଙ୍କ ପାଇଁ ରଖାଯାଇପାରିବ ନାହିଁ । ଯଦି ଅତିକମ୍ରେ ୭୫% ଇକ୍ୱିଟି ସେୟାରକୁ ସଂସ୍ଥାଗତ ନିବେଶକମାନଙ୍କୁ ଆବଂଟନ କରାଯାଇପାରିବ ନାହିଁ ତେବେ ସମସ୍ତ ଆବେଦନ ରାଶିକୁ ଫେରସ୍ତ କରାଯିବ । ରେଡ୍ ହେରିଂ ପ୍ରୋସପେକ୍ଟସ ଜରିଆରେ ଉପଲବ୍ଧ କରାଯାଇଥିବା କଂପାନିର ସେୟାରକୁ ବିଏସଇ ଓ ଏନଏସଇରେ ତାଲିକାଭୁକ୍ତ କରାଯିବ । ଏହି ଅଫରର ଷ୍ଟକ ଏକ୍ସଚେଂଜ୍ ହେଉଛି ଏନ୍ଏସ୍ଇ । ଏହି ଅଫରର ବୁକ ରନିଂ ଲିଡ ମ୍ୟାନେଜର ହେଉଛନ୍ତି କୋଟାକ ମହିନ୍ଦ୍ରା କ୍ୟାପିଟାଲ କଂପାନି ଲିମିଟେଡ୍, ଜେପି ମୋର୍ଗାନ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍, ଆଇଆଇଏଫ୍ଏଲ୍ ସିକ୍ୟୁରିଟିଜ୍ ଲିିମିଟେଡ୍ ଏବଂ ଜେଫେରିଜ୍ ଇଣ୍ଡିଆ ଲିମିଟେଡ୍ ।