ଆଇଡିବିଆଇ ବ୍ୟାଙ୍କ ପକ୍ଷରୁ ଫିକ୍ସ ଡିପୋଜିଟ୍ଉପରେ ଉତ୍ସବ ଅଫରର ଶୁଭାରମ୍ଭ
ଆଇଡିବିଆଇ ବ୍ୟାଙ୍କ ପକ୍ଷରୁ ଫିକ୍ସ ଡିପୋଜିଟ୍ଉପରେ ଉତ୍ସବ ଅଫରର ଶୁଭାରମ୍ଭ
ଭୁବନେଶ୍ୱର: ଆଡଇବିଆଇ ବ୍ୟାଙ୍କ ପକ୍ଷରୁ ଏହାର “ଅମୃତ ମହୋତ୍ସବ” ଜମା ଉପରେଉତ୍ସବ ଅଫରର ଶୁଭାରମ୍ଭ କରାଯାଇଛି । ବ୍ୟାଙ୍କ ପକ୍ଷରୁ ସିମିତ ଅବଧି ଅଫର ଭାବେ ଏକ ସ୍ୱତନ୍ତ୍ର ୫୫୫ ଦିନିଆ ଜମା ଉପରେ ୬.୯୦ ପ୍ରତିଶତର ଶୀର୍ଷ ସୁଧ ହାର ଘୋଷଣା କରାଯାଇଛି । ବ୍ୟାଙ୍କ ପକ୍ଷରୁ ଏହାର ବିଭିନ୍ନ ମାଚ୍ୟୁରିଟିର ମିଆଦୀ ଜମା ଉପରେ ସୁଧ ହାରକୁ ବୃଦ୍ଧି କରାଯାଇଛି ଓ ତାହାକୁ ୨୦୨୨ ଅକ୍ଟୋବର ୨୧ରୁ ଲାଗୁ କରାଯାଇଛି । ଏକ ବର୍ଷିଆ ଜମା ଉପରେ ସୁଧ ହାରକୁ ୬.୭୫%କୁ ବୃଦ୍ଧି କରାଯାଇଥିବା ବେଳେ ଦୁଇ ବର୍ଷିଆ ଜମା ଉପରେ ୬.୮୫%ର ଶୀର୍ଷ ସୁଧ ହାର ପ୍ରଦାନ କରାଯାଉଛି