ଇଣ୍ଡସ୍‌ଇଣ୍ଡ୍ ବ୍ୟାଙ୍କ୍ ପକ୍ଷରୁ ବ୍ୟବସାୟୀଙ୍କ ପାଇଁ ୪ଜି ସାଉଣ୍ଡ୍‌ବକ୍ସ ଉନ୍ମୋଚିତ

ଇଣ୍ଡସ୍‌ଇଣ୍ଡ୍ ବ୍ୟାଙ୍କ୍ ପକ୍ଷରୁ ବ୍ୟବସାୟୀଙ୍କ ପାଇଁ ୪ଜି ସାଉଣ୍ଡ୍‌ବକ୍ସ ଉନ୍ମୋଚିତ

ଭୁବନେଶ୍ୱର: ସମସ୍ତ ମର୍ଚାଂଟ୍ ବା ବ୍ୟବସାୟୀମାନଙ୍କୁ ପେମେଂଟ୍‌ର ସ୍ୱର ଭିତିକ ଆଲର୍ଟ ତତ୍କାଳ ପ୍ରଦାନ କରିବା ଲାଗି ଇଣ୍ଡସ୍‌ଇଣ୍ଡ୍ ବ୍ୟାଙ୍କ୍ ପକ୍ଷରୁ ଇଣ୍ଡସ୍‌ଇଣ୍ଡ୍‌ ବ୍ୟାଙ୍କ୍ ୪ଜି ସାଉଣ୍ଡ୍‌ବକ୍ସକୁ ଉନ୍ମୋଚନ କରାଯାଇଛି । କିରାନା ଷ୍ଟୋର୍‌, ଖୁଚୁରା ବ୍ୟବସାୟୀ ଯେଉଁମାନେ ଦୋକାନରେ ନଗଦ କିମ୍ବା କ୍ୟୁଆର୍ କୋଡ୍‌ ଜରିଆରେ ଦେୟ ବା ପେମେଂଟ୍ ଗ୍ରହଣ କରୁଛନ୍ତି ସେମାନଙ୍କ ପାଇଁ ଇଣ୍ଡସ୍‌ଈଣ୍ଡ୍‌
ବ୍ୟାଙ୍କ୍ ସାଉଣ୍ଡ୍‌ବକ୍ସ ବେଶ ଉପଯୋଗୀ ସାବ୍ୟସ୍ତ ହେବ ଏବଂ ଡିଜିଟାଲ୍‌ ପେମେଂଟ୍ ଗ୍ରହଣ କରିବା ଲାଗି ରହିଥିବା ସେମାନଙ୍କ ବିଶ୍ୱାସ ବୃଦ୍ଧି ପାଇବ । ଏହି ସାଉଣ୍ଡ୍‌ବକ୍ସ ଜରିଆରେ ବ୍ୟାଙ୍କ୍ ଏହାର ଡିଜିଟାଲ୍ ପେମେଂଟ୍‌କୁ ଅଧିକ ପରିବ୍ୟାପ୍ତ କରିବା ଉପରେ ଗୁରୁତ୍ୱାରୋପ କରୁଛି । ଇଣ୍ଡସ୍‌ଇଣ୍ଡ୍ ବ୍ୟାଙ୍କ୍‌ର ସାଉଣ୍ଡ୍‌ବକ୍ସ ହେଉଛି ଏକ ପୋର୍ଟେବଲ୍ ସ୍ପିକର୍‌ ଯେଉଁଥିରେ ଏକ ଉତ୍ସର୍ଗୀକୃତ ୪ଜି ସିମ୍ କାର୍ଡ ସ୍ଲଟ୍ ରହିଛି ଯାହା ଡାଟା ସଂଯୋଗ ପ୍ରଦାନ କରିବ । ଯେକୌଣସି କଂପାନିର ୪ଜି ସିମ୍‌କୁ ଏଥିରେ ବ୍ୟବହାର କରିହେବ । ଗ୍ରାହକମାନେ ପ୍ରତି ଥର କରୁଥିବା ପେମେଂଟ୍‌ର ଆଲର୍ଟକୁ ଏହା ବ୍ୟବସାୟୀଙ୍କୁ ସ୍ୱର ମାଧ୍ୟମରେ ସୂଚିତ କରିବ ଯାହା ଫଳରେ ସେମାନଙ୍କୁ ଆଉ ପ୍ରତି କାରବାର ପାଇଁ ଏସ୍‌ଏମ୍‌ଏସ୍ ପଢ଼ିବାକୁ ପଡ଼ିବ ନାହିଁ ଓ ସେ ସୁରୁଖୁରୁରେ ବ୍ୟବସାୟ ଜାରି ରଖିପାରିବେ । ଇଣ୍ଡସ୍‌ଇଣ୍ଡ୍ ସାଉଣ୍ଡ୍‌ବକ୍ସ ୧୧ଟି ଆଂଚଳିକ ଭାଷାରେ ଉପଲବ୍ଧ ହେଉଥିବାରୁ ସାରା ଦେଶର କ୍ଷୁଦ୍ର ବ୍ୟବସାୟୀ ତାହାକୁ ବ୍ୟବହାର କରିପାରିବେ । ଏଥିରେ ରହିଥିବା ୨୬୦୦ ଏମ୍‌ଏଏଚ୍‌ର ବ୍ୟାଟେରିକୁ ଥରେ ଚାର୍ଜ କଳେ ତାହା ୩୦୦୦ ପେମେଂଟ୍‌ର ସୂଚନା ଦେଇପାରିବ । ଇଣ୍ଡସ୍‌ଇଣ୍ଡ୍ ବ୍ୟାଙ୍କ୍‌ର ମୁଖ୍ୟ-ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ଓ ଷ୍ଟ୍ରାଟେଜି (ଏକ୍‌ଜିଷ୍ଟିଂ ବିଜନେସ୍‌) ମିସ୍ ଚାରୁ ସଚ୍ଚଦେବ ମାଥୁର କହିଛନ୍ତି ଯେ, “କ୍ଷୁଦ୍ର ବ୍ୟବସାୟୀମାନେ ଭାରତୀୟ ଅର୍ଥନୀତିର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଆମେ ସର୍ବଦା ବିଶ୍ୱାସ କରୁ । ସେହି ଭାବନାକୁ ନଜରରେ ରଖି ଇଣ୍ଡସ୍‌ଇଣ୍ଡ୍ ବ୍ୟାଙ୍କ ସାଉଣ୍ଡ୍‌ବକ୍ସକୁ ଉନ୍ମୋଚନ କରିଥିବାରୁ ଆମେ ଅତ୍ୟନ୍ତ ଉଲ୍ଲସିତ ଯାହା ଦେଶର
ଲକ୍ଷ ଲକ୍ଷ ବ୍ୟବସାୟୀ ଓ ଖୁଚୁରା ବ୍ୟବସାୟୀଙ୍କୁ ସେମାନଙ୍କ ଇଣ୍ଡସଇଣ୍ଡ୍ ବ୍ୟାଙ୍କ୍ ଖାତାରେ ଆସିଥିବା ପେମେଂଟ୍‌ର ତତ୍କାଳ ସୂଚନା (ନୋଟିଫିକେସନ୍‌) ପ୍ରଦାନ କରିବ । ଡିଜିଟାଲ୍ ପେମେଂଟ୍‌କୁ ଗ୍ରହଣ କରିବା ଲାଗି ବ୍ୟବସାୟୀମାନଙ୍କ ମଧ୍ୟରେ ଦୃଢ଼ ବିଶ୍ୱାସ ଗଠନ କରିବାରେ ଏହି ୪ଜି ସାଉଣ୍ଡ୍‌ବକ୍ସ ସହାୟକ ହେବ କାରଣ ସେମାନଙ୍କୁ ପେମେଂଟ୍‌କୁ ସ୍ପଷ୍ଟ କରିବା ଲାଗି ସେମାନଙ୍କୁ କାରବାର ସଫଳ ହେବା କିମ୍ବା ବ୍ୟାଙ୍କ୍ ଷ୍ଟେଟ୍‌ମେଂଟ୍‌କୁ ଆଉ ଅପେକ୍ଷା କରିବାକୁ ପଡ଼ିବନି । ଇଣ୍ଡସ୍‌ଇଣ୍ଡ୍ ବ୍ୟାଙ୍କ୍‌ରେ ଆମେ ସର୍ବଦା ଏଭଳି ଉତ୍ପାଦ ଆଣିବାକୁ ଉଦ୍ୟମ କରୁଛୁ ଯାହା ଏକ ଡିଜିଟାଲ୍ ଅର୍ଥନୀତିକୁ ରୂପାନ୍ତରଣ ଯାତ୍ରାକୁ ଆହୁରି ତ୍ୱରାନ୍ୱିତ କରିପାରିବ ।’’
୪ଜି ସାଉଣ୍ଡ୍‌ବକ୍ସର ଉନ୍ମୋଚନ ସହିତ ଦେଶର କିଛି ହାତଗଣତି ବ୍ୟାଙ୍କ୍ ମଧ୍ୟରୁ ଇଣ୍ଡସ୍‌ଇଣ୍ଡ୍ ବ୍ୟାଙ୍କ୍ ଅନ୍ୟତମ ଯାହା ବ୍ୟବସାୟୀମାନଙ୍କୁ ଡିଜିଟାଲ୍ ପେମେଂଟ୍‌ର ସମ୍ପୂର୍ଣ୍ଣ ବ୍ୟବସ୍ଥା ପ୍ରଦାନ କରୁଛି । ଶ୍ରେଷ୍ଠ ମାନର ସେବା ଓ ଡିଜିଟାଲ୍ ଉତ୍ପାଦ
ଜରିଆରେ ଏହା ବ୍ୟବସାୟୀମାନଙ୍କ ସାମଗ୍ରିକ ବ୍ୟାଙ୍କିଙ୍ଗ୍ ଆବଶ୍ୟକତାକୁ ପୂରଣ କରୁଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *