କୋକା-କୋଲା ଫାଉଣ୍ଡେସନ ପକ୍ଷରୁ ସ୍ୱଦେଶୀ ଜରିଆରେ ଓଡ଼ିଶାରେ ସ୍ଥାୟୀ କୃଷି ପ୍ରକଳ୍ପ

କୋକା-କୋଲା ଫାଉଣ୍ଡେସନ ପକ୍ଷରୁ ସ୍ୱଦେଶୀ ଜରିଆରେ ଓଡ଼ିଶାରେ ସ୍ଥାୟୀ କୃଷି ପ୍ରକଳ୍ପ

 ଉନ୍ନତି ଅମ୍ରିତ ଉଦଘାଟନ କାର୍ଯ୍ୟକ୍ରମରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର
ଗଣେଶୀଲାଲ ଉପସ୍ଥିତ ଥିଲେ ।
 ସ୍ଥାୟୀ ତଥା ଉଚ୍ଚ ବୈଷୟିକ କୃଷି ପଦ୍ଧତିକୁ ପ୍ରୋତ୍ସାହିତ କରି ଓଡ଼ିଶାର ଚାଷୀମାନଙ୍କ
ଜୀବିକା ବିକାଶର ଲକ୍ଷ୍ୟ ରଖାଯାଇଛି ।
ଭୁବନେଶ୍ୱର,୧୪ ଅକ୍ଟୋବର ୨୦୨୨: କୋକା-କୋଲା ଫାଉଣ୍ଡେସନ ଓଡ଼ିଶା ରାଜ୍ୟରେ
ଉନ୍ନତି ଅମ୍ରିତର ଶୁଭାରମ୍ଭ ବିଷୟରେ ଘୋଷଣା କରିଛି । ଫ୍ଲାଗସିପ କାର୍ଯ୍ୟକ୍ରମ
ଉନ୍ନତି ପ୍ରକଳ୍ପ ଅଧିନସ୍ଥ , ଯାହାକି ଫଳ ସର୍କୁଲାର ଇକୋନୋମି ପଦକ୍ଷେପର ଏକ ଅଂଶ
ଅଟେ ।
କୋକା-କୋଲା ଫାଉଣ୍ଡେସନ ପକ୍ଷରୁ ଶୁଭାରମ୍ଭ କରାଯାଇଥିବା ଏହି ଉନ୍ନତି ଅମ୍ରିତ ପ୍ରକଳ୍ପ
ଏକ ଗ୍ରାମୀଣ ବିକାଶ ସଂସ୍ଥା ସ୍ୱଦେଶୀ ସହଭାଗୀତାରେ ପରିଚାଳିତ ହେବ । କୃଷକ ମାନଙ୍କ
ଆୟକୁ ଦ୍ୱିଗୁଣିତ କରିବା ପାଇଁ ଭାରତ ସରକାରଙ୍କ ଆଭିମୁଖ୍ୟକୁ ନେଇ ଏହା
ପରିଚାଳିତ ହେବ ।
ଓଡ଼ିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଉପସ୍ଥିତିରେ ଆଜି ଓଡ଼ିଶାର
ଭୁବନେଶ୍ୱରଠାରେ ଏହି ପ୍ରକଳ୍ପର ଉଦଘାଟନ କରାଯାଇଥିଲା । ସୁକାନ୍ତ ପାଣିଗ୍ରାହୀ, ପ୍ରକଳ୍ପ
ନିର୍ଦ୍ଦେଶକ, ସ୍ୱଦେଶୀ, ଶ୍ରୀ ରାଜେଶ ଆୟାପିଲା, ନିର୍ଦ୍ଦେଶକ, ସିଏସଆର ଓ କୋକାକୋଲା
ଇଣ୍ଡିଆ ଓ ସାଉଥ ୱେଷ୍ଟ ଏସିଆ,ଡ.ଆଦିତ୍ୟ ପଣ୍ଡା, ବରିଷ୍ଠ ପ୍ରବନ୍ଧକ, ଫ୍ରୁଟ ସର୍କୁଲାର
ଇକୋନୋମି, କୋକାକୋଲା ଇଣ୍ଡିଆ ଓ ସାଉଥ ୱେଷ୍ଟ ଏସିଆ ପ୍ରମୁଖ ଏହି
କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।
ଌକ୍ତଙ୍କକ୍ଟଗ୍ଧ;ଉନ୍ନତି ଅମ୍ରିତଌ୰୩୯;ର ଶୁଭାରମ୍ଭ ସହିତ କୋକାକୋଲା ଫାଉଣ୍ଡେସନ ଓ ସ୍ୱଦେଶୀ ଉତମ କୃଷି
ଅଭ୍ୟାସ ଗ୍ରହଣ କରି ଓଡ଼ିଶାରେ ଆମ୍ବ ଉତ୍ପାଦନ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି । ଏହା
ବ୍ୟତୀତ କୃଷକମାନଙ୍କ ଦକ୍ଷତା ବୃଦ୍ଧି ସହିତ ସେମାନଙ୍କୁ ସର୍ବଭାରତୀୟ ସର୍ବଶ୍ରେଷ୍ଠ କୌଶଳ ପ୍ରଦାନ
କରିବ,ଯଦ୍ୱାରା ସେମାନେ ଉଚ୍ଚ ସାନ୍ଦ୍ରତା ବିଶିଷ୍ଟ ବୃକ୍ଷ ରୋପଣ କରି ଗୁଣମାନର ଉତ୍ପାଦନ
କରିପାରିବେ ଓ ଲାଭ ମଧ୍ୟ ଅଧିକ ପାଇବେ । ଆମ୍ବ ଉତ୍ପାଦନରେ ଆତ୍ମ ନିର୍ଭରଶୀଳତା ହାସଲ
କରିବାରେ ଏହି ପ୍ରକଳ୍ପ ଜୀବିକା ନିର୍ବାହକୁ ଯଥେଷ୍ଟ ବୃଦ୍ଧି କରିବ ଓ ଆମ୍ବ ଚାଷୀଙ୍କ ଆୟ
ଦ୍ୱିଗୁଣିତ କରିବ ।
ଓଡ଼ିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଥିଲେ ଯେ କେନ୍ଦ୍ର ସରକାରଙ୍କ କଲ
ଫୋରାନ ଆତ୍ମ ନିର୍ଭର ଭାରତକୁ ଓଡ଼ିଶା ସମର୍ଥନ କରୁଛି । କୋକାକୋଲା ଫାଉଣ୍ଡେସନ ଓ
ସ୍ୱଦେଶୀର ଉନ୍ନତି ଅମ୍ରିତ ସ୍ଥାୟୀ କୃଷି ପଦକ୍ଷେପ ପୂର୍ବ ଭାରତରେ ଆତ୍ମ ସ୍ଥିରତା ପାଇଁ

ପ୍ରେରଣା ଯୋଗାଇବ । କୋକାକୋଲା ଫାଉଣ୍ଡେସନର ପ୍ରକଳ୍ପ ଉନ୍ନତି ଗତ ଦଶନ୍ଦି ମଧ୍ୟରେ
ଭାରତରେ ୧୧ଟି ରାଜ୍ୟରେ କୃଷକଙ୍କ ଜୀବନରେ ପରିବର୍ତନ ଆଣିପାରିଛି ଓ ଏହା ସୁଖର
କଥାଯେ ଓଡ଼ିଶାରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଛି । ସଂସ୍ଥାର ଏହି ପଦକ୍ଷେପକୁ
ମୁଁ ଧନ୍ୟବାଦ ଜଣାଉଛି । ଏହି ପ୍ରକଳ୍ପର ଲକ୍ଷ୍ୟ ହେଉଛି ଆମ୍ବ ଉତ୍ପାଦନ ବୃଦ୍ଧି ଓ ଆର୍ଥିକ
ଦୃଷ୍ଟିରୁ ପଛୁଆ ଜିଲ୍ଲାମାନଙ୍କରେ ଥିବା ବଗିଚାର ନବୀକରଣ କରି ଉତ୍ପାଦନ ବଢାଇବା ।
କୋକାକୋଲା ଫାଉଣ୍ଡେସନର ସଭାପତି ସାଡିଆ ମ୍ୟାଡସ୍‌ବର୍ଗ କହିଥିଲେ ଯେ-
କୃଷକମାନେ ଭାରତୀୟ ଉଦ୍ୟାନ କୃଷି ପ୍ରଣାଳୀର ମେରୁଦଣ୍ଡ । କୋକାକୋଲା ଫାଉଣ୍ଡେସନରେ
ଆମେ ନିଜର ଉତ୍ସକୁ ବ୍ୟବହାର କରି ପ୍ରକଳ୍ପ ଉନ୍ନତି ମାଧ୍ୟମରେ କୃଷକଙ୍କ ଉନ୍ନତିରେ ସହାୟତା
କରୁଥିବା ପଦକ୍ଷେପ ପାଇଁ ପାଣ୍ଠି ସହାୟତା କରିବୁ । କୋକାକୋଲା ଫାଉଣ୍ଡେସନର ଏହି
ଆର୍ଥିକ ସହାୟତା କୃଷି ଉତ୍ପାଦନ ତଥା ଜୀବିକା ନିର୍ବାହରେ ସହାୟକ ହୋଇ ପାରିବ ।
ଶ୍ରୀ ସୁକାନ୍ତ ପାଣିଗ୍ରାହୀ, ପ୍ରକଳ୍ପ ନିର୍ଦ୍ଦେଶକ, ସ୍ୱଦେଶୀ କହିଥିଲେ ଯେ- କୋକାକୋଲା
ଫାଉଣ୍ଡେସନ ପକ୍ଷରୁ ଉନ୍ନତି ଅମ୍ରିତ ଶୁଭାରମ୍ଭରେ ଆମେ ଓଡ଼ିଶାରେ ହଜାର ହଜାର ଆମ୍ବ
ଚାଷୀଙ୍କ ଜୀବନରେ ଉନ୍ନତି ଆଣିବା ଲକ୍ଷ୍ୟ ରଖିଛୁ । କୋକାକୋଲା ଫାଉଣ୍ଡେସନ ପରି ସଂସ୍ଥା
ସହିତ ନିଜକୁ ସହଭାଗୀ କରିପାରିଥିବାରୁ ଆମେ ଅତ୍ୟନ୍ତ ଆନନ୍ଦିତ । ଉନ୍ନତି ଅମ୍ରିତ
ଜରିଆରେ ଆମେ ଉନ୍ନତ ଉଦ୍ୟାନ କୃଷି ସମାଧାନ ସହିତ କୃଷକମାନଙ୍କ ଜୀବନରେ
ସକାରାତ୍ମକ ଉନ୍ନତି ଆଣି ପାରିବୁ ।
ଉନ୍ନତି ଅମ୍ରିତ ପ୍ରକଳ୍ପରେ ଆମ୍ବ ଉତ୍ପାଦନ ପାଇଁ ରାଜ୍ୟର ପ୍ରମୁଖ ଜିଲ୍ଲାମାନଙ୍କରେ
୧୦,୦୦୦ ଏକ ଜମିରେ ୧୦୦୦୦ରୁ ଅଧିକ ଚାଷୀଙ୍କୁ ସହାୟତା ଯୋଗାଇଦିଆଯିବ । ଉତମ
କୃଷି ଅଭ୍ୟାସ ସଂପର୍କିତ ସୂଚନା ଜରୀଆରେ ସେମାନଙ୍କୁ ବିଭିନ୍ନ ପ୍ରୋତ୍ସାହନ ଯୋଗାଇବା
ସହ ଅମଳ ପରବର୍ତୀ ପରିଚାଳନା ଓ ବଜାର ସଂଯୋଗ ବ୍ୟବସ୍ଥା ପ୍ରଦାନ ପାଇଁ ଲକ୍ଷ୍ୟ
ରଖାଯାଇଛି ।
କୃଷି ଦକ୍ଷତା ବୃଦ୍ଧି, ଅଗ୍ରଗାମୀ ସଂଯୋଗକୁ ମଜବୁତ କରିବା ଓ ଦେଶରେ ଖାଦ୍ୟ
ପ୍ରକ୍ରିୟାକରଣ କ୍ଷମତାକୁ ବଢାଇ ଭାରତୀୟ କୃଷି ଇକୋ ସିଷ୍ଟମକୁ ସମର୍ଥନ କରିବ ଏହି
ପ୍ରକଳ୍ପ । ଏହି ପ୍ରକଳ୍ପ ଭାରତରେ ସଫଳ ଦଶନ୍ଦି ପୂରଣ କରିଛି । ବିଗତ ୧୦ ବର୍ଷ ମଧ୍ୟରେ ଭାରତର
୧୧ଟି ରାଜ୍ୟରେ ୩୫୦,୦୦୦ରୁ ଅଧିକ ଚାଷୀଙ୍କୁ ସଶକ୍ତିକରଣ ତଥା ସକ୍ଷମ କରିବାରେ ସାହାଯ୍ୟ
କରିଛି ଏବଂ ଓଡ଼ିଶା ଦ୍ୱାଦଶ ସ୍ଥାନରେ ରହିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *