ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍‌ କପ୍‌ରେ ପୁଣି ଚମକିଲେ ସାର୍ଥକ ଚଭନ ଓ ରାହୀଶ   ଖତ୍ରି

ଭୁବନେଶ୍ୱର: ଭାରତୀୟ ଜାତୀୟ ମୋଟରସାଇକଲ ରେସିଂ ଚାମ୍ପିଆନ୍‌ସିପ୍‌ର ତୃତୀୟ ରାଉଣ୍ଡ ଆଜି ଶେଷ ହୋଇଛି । ୨୦ ପରବର୍ତି ପିଢ଼ିର ଚାଳକ ଟ୍ରାକ୍‌ରେ ନିଜର ଶକ୍ତିଶାଳୀ ପ୍ରଦର୍ଶନ କରି ଚମକିଛନ୍ତି । ଆଜିର ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍‌ର
ଏନ୍‌ଏସ୍‌ଏଫ୍‌୨୫୦ଆର୍ ବର୍ଗରେ ପୁନେର ସାର୍ଥକ ଚଭନ ୨୨ ସେକେଣ୍ଡ୍‌ର ବଡ଼ ବ୍ୟବଧାନରେ ପୁଣି ବିଜୟୀ ହୋଇଛନ୍ତି । ଟ୍ରାକ୍‌ରେ ନିଜର ଯାଦୁ ପ୍ରଦର୍ଶନ କରି ମୁମ୍ବାଇର ରାହୀଶ ଖତ୍ରି ନିଜର ପ୍ରାଦୁର୍ଭାବ ବଜାୟ ରଖି ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍‌ର ସିବିଆର୧୫୦ଆର୍‌ ରେସ୍ ଜିତିଛନ୍ତି । ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର୍ ଇଣ୍ଡିଆର ଅପରେଟିଂ
ଅଫିସର-ବ୍ରାଣ୍ଡ୍ ଆଣ୍ଡ୍ କମ୍ୟୁନିକେସନ୍ ଶ୍ରୀ ପ୍ରଭୁ ନାଗରାଜ କହିଛନ୍ତି ଯେ, “ଏଭଳି ଜିଦ୍ ଓ ଗୌରବ ସହ ଆମ ଯୁବ ଚାଳକମାନେ ଲଢ଼େଇ କରୁଥିବା ଦେଖି ଆମେ ଅତ୍ୟନ୍ତ ଆନନ୍ଦିତ । ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍‌ର ଏନ୍‌ଏସ୍‌ଏଫ୍‌୨୫୦ଆର୍ ଓ
ସିବିଆର୍‌୧୫୦ଆର୍ ବର୍ଗରେ ସାର୍ଥକ ଓ ରାହୀଶ ନିଜର ପ୍ରାଦୁର୍ଭାବ ବଜାୟ ରଖିବା ବେଶ ପ୍ରଶଂସନୀୟ । ଉଭୟ ଚାଳକ ନିଜର ବାସ୍ତବ ସମ୍ଭାବନାକୁ ପ୍ରଦର୍ଶନ କରିଛନ୍ତି ଓ ସେମାନେ ଏହିଠାରୁ ଗର୍ଜନ କରି ଆଗକୁ ବଢ଼ିବେ ବୋଲି ମୁଁ ଦେଖିପାରୁଛି । ଆମର ଚାଳକମାନେ ଦୁର୍ଘଟଣାର ଶିକାରହୋଇଥିବାରୁ ପ୍ରୋ ଷ୍ଟକ୍ ୧୬୫ ସିସି ବର୍ଗରେ ଆଜିର ଦିନଟି ଟିମ୍‌ ପାଇଁ ଯଦିଓ ଅନୁକୂଳ ନଥିଲା, କିନ୍ତୁ ଫଳାଫଳ ଦୃଷ୍ଟିରୁ ଆମେ କୌଣସି ଅର୍ଥରେ ପଛରେ ନାହୁଁ । ମୁଁ ନିଶ୍ଚିତ ଯେ ଆମ ଚାଳକମାନେ ଏହାକୁ ଶିକ୍ଷାଭାବେ ଗ୍ରହଣ କରିବେ ଏବଂ ଆଗାମୀ ଦିନରେ ଉପରକୁ ଉଠିବେ ।’’ ପ୍ରୋ ଷ୍ଟକ୍ ୧୬୫ ସିସି ବର୍ଗରେ ହୋଣ୍ଡାର ନେତୃତ୍ୱ ନେଇଥିଲେ ଆସ୍କ ହୋଣ୍ଡା ରେସିଂ ଟିମ୍‌ର ଚାଳକ ଅଭିଶେକ ବାସୁଦେବ ଯିଏ ଆଗକୁ ବଢ଼ି ଚତୁର୍ଥ ସ୍ଥାନରେ ରେସ୍ ଶେଷ କରିବା ସହ ଟିମ୍ ପାଇଁ ପଏଂଟ୍ ଜିତିଥିଲେ । ଭେଟେରାନ ଚାଳକ ରାଜୀବ ସେତୁ ଭଲ ଆରମ୍ଭ କରିଥିଲେ ମଧ୍ୟ ଲ୍ୟାପ ୨ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ସାଥୀ ଖେଳାଳୀ ସେନ୍ଥିଲ କୁମାରଙ୍କ ବାଇକ୍‌ରେସମସ୍ୟା ରହିବାରୁ ସେ ଆଗୁଆ ରେସ୍‌ରୁ ବାହାରି ଯାଇଥିଲେ । ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍‌ର ଏନ୍‌ଏସ୍‌ଏଫ୍‌୨୫୦ଆର୍ ବର୍ଗରେ ସାର୍ଥକ ଚଭନ ପ୍ରଥମ, କେଭିନ୍ କ୍ୱିଂଟାଲ୍‌ ଦ୍ୱିତୀୟ ଓ ଶ୍ୟାମ୍ ସୁନ୍ଦର ତୃତୀୟ ସ୍ଥାନରେ ରହିଥିଲେ । ସେହିପରି ସିବିଆର୍‌୧୫୦ଆର୍ ବର୍ଗରେ ରାହୀଶ ଖତ୍ରି, ରାଜେନ୍ଦର ବେଦାନି ଓ ହର୍ଷିଷ୍ଟ
ଭି ବୋଗାର ବିଜୟୀ ହୋଇଥିଲେ । ହୋଣ୍ଡା ହର୍ନେଟ୍ ୨.୦ ୱାନ୍ ମେକ୍‌ ରେସ୍‌ରେ ଅଲୱିନ ଜାଭିୟର ପ୍ରଥମ, ସୁଧୀର ସୁଧାକର ଦ୍ୱିତୀୟ ଓ ଜି ବାଲାଜୀ ତୃତୀୟ ସ୍ଥାନରେ ରହିଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *