ବନ୍ଧନ ବ୍ୟାଙ୍କ୍ ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ତୈମାସିକରେ ଦୃଢ଼ ବ୍ୟବସାୟ ଅଭିବୃଦ୍ଧି ହାସଲ
ଜୁନ୍ ୩୦, ୨୦୨୨ ସୁଦ୍ଧା ମୋଟ ଗ୍ରାହକ ସଂଖ୍ୟା ୨.୬୯ କୋଟି
ଲୋନ୍ ବୁକ୍ ବର୍ଷକୁ ବର୍ଷ ୨୦% ବୃଦ୍ଧି ସହ ୯୬,୬୪୯ କୋଟି ଟଙ୍କା
ମୋଟ ଜମା ବର୍ଷକୁ ବର୍ଷ ୨୦% ବୃଦ୍ଧି ସହ ୯୩,୦୫୭ କୋଟି ଟଙ୍କା
କାସା ଅଭିବୃଦ୍ଧି ବର୍ଷକୁ ବର୍ଷ ୨୧%
କାସା ଅନୁପାତ ହେଉଛି ୪୩.୨%
ମୋଟ ଜମାରେ ରିଟେଲ୍ର ଭାଗ ୭୯%
ଭୁବନେଶ୍ୱର: ବନ୍ଧନ ବ୍ୟାଙ୍କ୍ ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି । ଅର୍ଥନୀତିରେ ଦୃଢ଼ ସୁଧାର ହେଉଥିବାରୁ ବ୍ୟାଙ୍କ୍ ଦୃଢ଼ ବ୍ୟବସାୟ ଅଭିବୃଦ୍ଧି ଜାରି ରଖିଛି । ବ୍ୟାଙ୍କର ମୋଟ କାରବାର (ଜମା ଓ ଅଗ୍ରୀମ) ୨୦୨୨ ଜୁନ୍ ୩୦ ସୁଦ୍ଧା ବର୍ଷକୁ ବର୍ଷ ଭିତରେ ୨୦.୩ %% ବୃଦ୍ଧି ପାଇ ୧,୮୯,୭୦୭ ଲକ୍ଷ କୋଟି ଟଙ୍କା ହୋଇଛି ।
ବ୍ୟାଙ୍କ ଭାରତର ୩୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ମଧ୍ୟରୁ ୩୪ଟିରେ ୫୬୪୦ ବ୍ୟାଙ୍କିଙ୍ଗ୍ ଆଉଟଲେଟ୍ ଜରିଆରେ ୨.୬୯ କୋଟି ଗ୍ରାହକଙ୍କୁ ସେବା ପ୍ରଦାନ କରୁଛି । ବନ୍ଧନ ବ୍ୟାଙ୍କରେ କାର୍ଯ୍ୟ କରୁଥିବା ମୋଟ କର୍ମଚାରୀଙ୍କ ସଂଖ୍ୟା ୬୧,୨୪୭ ରହିଛି ।
ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ବ୍ୟାଙ୍କ୍ର ଜମା ପୂର୍ବ ବର୍ଷର ସମାନ ତ୍ରୈମାସିକ ତୁଳନାରେ ୨୦% ବୃଦ୍ଧି ପାଇଛି । ମୋଟ ଜମା ଏବେ ୯୩,୦୫୭ କୋଟି ଟଙ୍କା ରହିଛି । ଆଲୋଚ୍ୟ ଅବଧିରେ ବ୍ୟାଙ୍କ୍ର ରିଟେଲ୍ ଡିପୋଜିଟ୍ ବୁକ୍ରେ ଉଲ୍ଲେଖନୀୟ ବୃଦ୍ଧି ହୋଇଛି ଓ ବର୍ଷକୁ ବର୍ଷ ୧୪.୧୪% ଅଭିବୃଦ୍ଧି ସହ ୭୨,୯୫୦ କୋଟି ଟଙ୍କା ହୋଇଛି । (କରେଂଟ୍) ଚଳନ୍ତୀ ଓ ସଂଚୟ ଖାତା ପୁସ୍ତିକା (କାସା) ବର୍ଷକୁ ବର୍ଷ ଭିତିରେ ୨୧% ବୃଦ୍ଧି ପାଇଛି ଏବଂ କାସା ଜମା ଅନୁପାତ ଏବେ ମୋଟ ଜମାର ୪୩.୨% ରହିଛି । ଅଗ୍ରୀମ କ୍ଷ୍ରେରେ ବ୍ୟାଙ୍କ୍ ପୂର୍ବବର୍ଷର ସମାନ ତ୍ରୈମାସିକ ତୁଳନାରେ ୨୦.୩% ବୃଦ୍ଧି ହାସଲ କରିଛି । ମୋଟ ଅଗ୍ରୀମ ଏବେ ୯୬,୬୫୦ କୋଟି ଟଙ୍କା ରହିଛି ।ବ୍ୟାଙ୍କ ସ୍ଥିରତାର ସଙ୍କେତ ଭାବେ ବିଚାର କରାଯାଉଥିବା ପୁଞ୍ଜି ସ୍ୱଚ୍ଛତା ଅନୁପାତ (ସିଏଆର୍) ୧୯.୪% ରହିଛି ଯାହା ନିୟାମକ ଆବଶ୍ୟକତା ତୁଳନାରେ ଅଧିକ ରହିଛି । ଚଳିତ ଆର୍ଥିକ ବର୍ଷରେ ବନ୍ଧନ ବ୍ୟାଙ୍କ ସାରା ଦେଶରେ ୫୦୦ରୁ ଅଧିକ ନୂଆ ଶାଖା ଖୋଲିବାକୁ ଯୋଜନା ରଖିଛି । ବ୍ୟାଙ୍କ ପକ୍ଷରୁ ଏମ୍ଏସ୍ଏମ୍ଇ ଋଣ, ସୁନା ଋଣ, ବ୍ୟକ୍ତିଗତ ଋଣ ଓ ଗାଡ଼ି ଋଣ ଓ ଅନ୍ୟାନ୍ୟ ଉତ୍ପାଦ ପୋର୍ଟଫୋଲିଓକୁ ବଢ଼ାଇବା ଉପରେ ଗୁରୁତ୍ୱାରୋପ କରାଯାଉଛି । ଫଳାଫଳ ସମ୍ପର୍କରେ ଚନ୍ଦ୍ର ଶେଖର ଘୋଷ, ଏମଡି ଓ ସିଇଓ, ବନ୍ଧନ ବ୍ୟାଙ୍କ୍ କହିଛନ୍ତି ଯେ, “ବ୍ୟାଙ୍କ୍ ପାଇଁ ଏହା ଏକ ଭଲ ତ୍ରୈମାସିକ ହୋଇଛି କାରଣ ଆମେ
ଦୃଢ଼ ବର୍ଷକୁ ବର୍ଷ ଅଭିବୃଦ୍ଧି ହାସଲ କରିଛୁ । ଆମେ ଆମର ବିତରଣ ଓ ଉତ୍ପାଦ ବର୍ଗମାଳାକୁ ବଢ଼ାଉଥିବା ବେଳେ ସାରା ଭାରତର ବ୍ୟାଙ୍କିଙ୍ଗ ଆବଶ୍ୟକତା ପୂରଣ କରିବା ଲାଗି ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛୁ । କୋଟି କୋଟି ଭାରତୀୟଙ୍କ ବିଶ୍ୱାସ ଜିତିଥିବାରୁ ଆମେ ନିଜକୁ ଭାଗ୍ୟବାନ ମନେ କରୁଛୁ ଏବଂ ଆମେ ସେମାନଙ୍କୁ ସେବା ପ୍ରଦାନ ଜାରି ରଖିବୁ ।’’