ହୋଟେଲ ଦ ନ୍ୟୁ ମାରିୟନ୍‌ରେ ‘ସିଲ୍କ ଇଣ୍ଡିଆ’ ପ୍ରଦର୍ଶନୀ ଆରମ୍ଭ

 

ଭୁବନେଶ୍ୱର, ୨୨/୦୭/୨୦୨୨ : ଓଡିଶା କଳା ଓ ହସ୍ତଶିଳ୍ପ ସମିତିର ସମଗ୍ର ଭାରତର
କାରିଗରମାନେ ‘ସିଲ୍କ ଇଣ୍ଡିଆ’ ପ୍ରଦର୍ଶନୀ ସହିତ ପାର୍ବଣ ଋତୁର ଚାହିଦାକୁ ପୂରଣ କରିବା
ପାଇଁ ନିଜର ଏଥ୍‌ନିକ୍ ୱେଭସ୍‌, ପାରମ୍ପରିକ ସିଲ୍କ ଓ କଟନ ଉତ୍ପାଦଗୁଡିକୁ ପ୍ରଦର୍ଶିତ
କରିବା ପାଇଁ ଭୁବନେଶ୍ୱର ଆସିଛନ୍ତି । ଏହି ପ୍ରଦର୍ଶନୀ ଓଡ଼ିଆ ଚଳଚ୍ଚିତ୍ର
ଅଭିନେତ୍ରୀ ଭୂମିକା ଦାସ ଓ ଦିବ୍ୟା ମହାନ୍ତିଙ୍କ ଦ୍ୱାରା ହୋଟେଲ୍ ଦ ନ୍ୟୁ ମାରିୟନ୍‌ରେ
ଉଦ୍‌ଘାଟିତ ହେବାକୁ ଯାଉଛି । ଯାହା ଆସନ୍ତା ଜୁଲାଇ ୨୨-୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ।
ସୂକ୍ଷ୍ମ ପାରମ୍ପରିକ ସିଲ୍କ, କଟନ ଓ ବୁଣାକାରମାନଙ୍କ ଉତ୍ପାଦଗୁଡିକୁ ପ୍ରୋତ୍ସାହିତ କରିବା
ଏବଂ ସେମାନଙ୍କୁ ସମସାମୟିକ ଓ ଆର୍ଥିକ ଦୃଷ୍ଟିରୁ ପ୍ରାସଙ୍ଗିକ କରିବା ଲାଗି କାରିଗର,
ଡିଜାଇନର, ସାମାଜିକ କାର୍ଯ୍ୟକର୍ତା, ଶିକ୍ଷାନୁଷ୍ଠାନ, ପରିବେଶବିତ୍ ଆଦିଙ୍କ ଏକ
ଗୋଷ୍ଠୀ ଦ୍ୱାରା ଓଡିଶା କଳା ଓ ହସ୍ତଶିଳ୍ପ ସମିତିର ପ୍ରତିଷ୍ଠା କରାଯାଇଥିଲା ।
ବିଭିନ୍ନ ରାଜ୍ୟର ବୁଣାକାରମାନେ ଚଳିତ ବର୍ଷର ପ୍ରଦର୍ଶନୀରେ ଅଂଶଗ୍ରହଣ କରିଛନ୍ତି
ଯେଉଁଥିରେ ଆକର୍ଷଣୀୟ ଉପ୍ପଦା, ବନାରସି ସିଲ୍କ, ଗଡ୍‌ୱାଲ, ଧରମାଭରମ୍‌, ଜାମ୍‌ଦାନି,
ଜମାୱାର ଓ ସମ୍ବଲପୁରୀ ଆଦି ସାମିଲ ରହିଛି । ଏଠାରେ ଦେଶର ପ୍ରତ୍ୟେକ ଅଂଚଳରୁ
ଶାଢୀଠାରୁ ଆରମ୍ଭ କରି ଡ୍ରେସ୍ ମ୍ୟାଟେରିଆଲ, ସିଲ୍କ ଓ କଟନ ଶାଢୀ, ସୁଟ୍ ଡ୍ରେସ୍‌
ମ୍ୟାଟେରିଆଲ, ଫ୍ୟାଶନ ଜୁଏଲାରୀ,ହୋମ୍ ଫର୍ଣ୍ଣିସିଙ୍ଗ୍ ଡିଜାଇନର୍ ପୋଷାକ ଆଦି
ସାମିଲ କରାଯାଇଛି । ଏହି ପ୍ରଦର୍ଶନୀ ଗ୍ରାହକମାନଙ୍କୁ ଭାରତର ରଙ୍ଗ, ବିବିଧତା ଓ ପ୍ରତିଭାର
ଏକ ଉନ୍ନତ ସୁଯୋଗ ପ୍ରଦାନ କରିଛି । ୧୪ଟି ହସ୍ତତନ୍ତ ବୁଣାକାର ରାଜ୍ୟ ଯେପରିକି
ଆସାମ, ରାଜସ୍ଥାନ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ବିହାର, ଓଡିଶା, ଛତିଶଗଡ,
ଗୁଜରାଟ, ଜମ୍ମୁ ଓ କଶ୍ମୀର, ପଶ୍ଚିମବଙ୍ଗ ଏବଂ ବୁଣାକାରମାନଙ୍କ ସହ ସହଭାଗିତାରେ କାର୍ଯ୍ୟ
କରୁଥିବା ମେଟ୍ରୋ ସହରଗୁଡିକର ଅନେକ ଡିଜାଇନର ଏଠାରେ ନିଜ କାର୍ଯ୍ୟର
୫୦,୦୦୦ରୁ ଅଧିକ ବିବିଧତା ପ୍ରଦର୍ଶନ କରିଛନ୍ତି । ଏହି ପ୍ରଦର୍ଶନୀ ତଥା ସେଲ୍ ଭୁବନେଶ୍ୱର
ଜନପଥସ୍ଥିତ ହୋଟେଲ ଦ ନ୍ୟୁ ମାରିୟନଠାରେ ୨୨ ଜୁଲାଇ ୨୦୨୨ରୁ ୩୧ ଜୁଲାଇ ୨୦୨୨
ପର୍ଯ୍ୟନ୍ତ ସକାଳ ୧୦ଟା ୩୦ରୁ ରାତି ୮ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଜାରି ରହିବ । ପ୍ରଦର୍ଶନୀରେ
କରୋନା ସମ୍ବନ୍ଧିତ ନିର୍ଦେଶାବଳୀ ପାଳନ ନିମନ୍ତେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି, ଲୋକମାନଙ୍କୁ
ସେମାନଙ୍କ ଫେସ୍ ମାସ୍କ ବିନା ପ୍ରବେଶ କରିବାକୁ ଅନୁମତି ଦିଆଯାଉନାହିଁ ଏବଂ ପ୍ରବେଶ
ପଥରେ ସାନିଟାଇଜିଙ୍ଗ୍ ସୁବିଧା ଉପଲବ୍ଧ ରହିଛି ।
ସିଲ୍କ ଇଣ୍ଡିଆ-ୱେଡିଙ୍ଗ୍ କଲେକ୍ସନର ଆୟୋଜକ, ମାନସ ଆଚାର୍ଯ୍ୟ କହିଛନ୍ତି ଯେ, “ଏହି
ହସ୍ତତନ୍ତ ପ୍ରଦର୍ଶନୀର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବୁଣାକାରମାନଙ୍କୁ ପ୍ରୋତ୍ସାହିତ କରିବା ଏବଂ
ହସ୍ତତନ୍ତ ଶିଳ୍ପକୁ ଏକ ବଜାର ପ୍ରଦାନ କରିବା । ଏହି ପ୍ରଦର୍ଶନୀଗୁଡିକ ମାଧ୍ୟମରେ ଆମେ
ବୁଣାକାର ଓ ସେମାନଙ୍କୁ ହସ୍ତତନ୍ତ ବୁଣା ସାମଗ୍ରୀଗୁଡିକ ପାଇଁ ଯେଉଁଠାରେ ପ୍ରଦର୍ଶନୀ ସମ୍ଭବ
ନୁହେଁ ସେଠାରେ ମଧ୍ୟ ଉନ୍ନତ ବଜାର ସୃଷ୍ଟି କରିବାକୁ ସକ୍ଷମ ହୋଇଛୁ । ପ୍ରଦର୍ଶନର ଉଦ୍ଦେଶ୍ୟ

ହେଉଛି ବ୍ୟବସାୟୀଙ୍କ ବିନା ଗ୍ରାହକଙ୍କ ନିକଟରେ ସିଧାସଳାଖ ଶୁଦ୍ଧ ସିଲ୍କ ଓ କଟନ
ଉତ୍ପାଦଗୁଡିକୁ ପହଂଚାଇବା । ପ୍ରଦର୍ଶିତ ହେଉଥିବା କଟନ ଓ ସିଲ୍କ ହସ୍ତତନ୍ତ ଉତ୍ପାଦଗୁଡିକର
ମୂଲ୍ୟ ୫୦୦ ଟଙ୍କାରୁ ଆରମ୍ଭ କରି ସ୍ୱତନ୍ତ୍ର ହାତ ତିଆରି ଶାଢୀଗୁଡିକ ପାଇଁ ୧,୫୦,୦୦୦
ଟଙ୍କା ମଧ୍ୟରେ ରହିଛି ।”

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *