ଆଗାମୀ ୪ ସପ୍ତାହ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ, ସତର୍କ ରହିବାକୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ

 

ଭୁବନେଶ୍ୱର, ,21st April,(Bnews) :ଦେଶରେ କରୋନା ସଂକ୍ରମଣ ବଢିବାରେ ଲାଗିଥିବା ବେଳେ ଦିଲ୍ଲୀରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଯାହାକୁ ନେଇ ଦିଲ୍ଲୀ ସରକାର ଚିନ୍ତାରେ ପଡିଯାଇଛନ୍ତି । କରୋନା ବଢିବା ସହ କରୋନା କଟକଣା ଫେରିପାରେ ବୋଲି ଆଶଙ୍କା କରାଯାଉଛି । ଫଳରେ ଲୋକଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଏହାରି ଭିତରେ କରୋନା ସଂକ୍ରମଣକୁ ନେଇ ଓଡିଶାରେ ଚିନ୍ତା ମଧ୍ୟ ବଢିବାରେ ଲାଗିଲାଣି । ତେବେ ଓଡିଶାରେ କରୋନାର ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶ ବିଜୟ ମହାପାତ୍ର।ସେ କହିଛନ୍ତି, ବର୍ତ୍ତମାନ ଓଡିଶାରେ ଉଦବେଗ ଜନକ ସ୍ଥିତି ଆସିନାହିଁ । ତଥାପି ଆଗାମୀ ୩ରୁ ୪ ସପ୍ତାହ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । କାରଣ ପୂର୍ବ ଲହର ଗୁଡିକରେ ଦିଲ୍ଲୀରେ ସଂକ୍ରମଣ ବଢିବାର ମାସକ ପରେ ଓଡିଶାରେ ସଂକ୍ରମଣ ବଢୁଥିବା ନଜିର ରହିଛି । ତେଣୁ ଏହି ସମୟ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ସେହିପରି ଯେଉଁମାନେ ଟିକା ନେଇନାହାନ୍ତି ସେମାନେ ଟିକା ନେଇଯାଆନ୍ତୁ । ଯଦି ସଂକ୍ରମଣ ବୃଦ୍ଧି ହେବା ଆରମ୍ଭ କରେ ତେବେ ହସ୍ପିଟାଲ ଷ୍ଟ୍ରାଟେଜି ପରିବର୍ତ୍ତନ କରାଯିବ । ଏହାସହିତ ଜରୁରୀ କାମ ନଥିଲେ ଭିଡ ମଧ୍ୟକୁ ଯାଆନ୍ତାୁ ନାହିଁ ଏବଂ ମାସ୍କ ପିନ୍ଧଇବା ସହ ସତର୍କ ରହିବାକୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *