ଫାଶୀ ଖୁଣ୍ଟରେ ଝୁଲିବା ପୂର୍ବରୁ ଜଣାପଡ଼ିଲା ଅଭିଯୁକ୍ତକୁ କରୋନା, ଜଜ୍ ନେଲେ ଏଭଳି ନିଷ୍ପତ୍ତି

ସିଙ୍ଗାପୁର : ଫାଶୀ ଖୁଣ୍ଟରେ ଝୁଲିବା ପୂର୍ବରୁ ଜଣାପଡ଼ିଲା ଅଭିଯୁକ୍ତକୁ କରୋନା । ଏଭଳି ସ୍ଥିତିରେ ଅଭିଯୁକ୍ତକୁ ଫାଶୀ ଦିଆଯିବ କି ନାହିଁ ସେ ନେଇ ଦ୍ୱନ୍ଦ୍ୱରେ ଜଜ୍ । ଏଭଳି ଏକ ଅଦ୍ଭୁତ ମାମଲା ସାମ୍ନାକୁ ଆସିଛି ସିଙ୍ଗାପୁରରେ । ଏଠାରେ ନିଶା ଜାତୀୟ ଦ୍ରବ୍ୟ କାରବାର କରୁଥିବା ଅଭିଯୋଗରେ ଗିରଫ ହୋଇଥିବା ଜଣେ ଅଭିଯୁକ୍ତକୁ ନିକଟରେ ଫାଶୀ ଦଣ୍ଡାଦେଶ ହୋଇଥିଲା । କିନ୍ତୁ ଫାଶୀ ପାଇବା ପୂର୍ବରୁ ସେ ଆଉ ଥରେ କ୍ଷମା ଯାଚନା କରିଥିଲା । ଏ ଅବସରରେ ଶୁଣାଣି ବେଳେ ଜଣାପଡ଼ିଥିଲା ଯେ ଅଭିଯୁକ୍ତକୁ କରୋନା । ଏହି ଅଭିଯୁକ୍ତ ଭାରତର ମୂଳ ନିବାସୀ ଓ ତା’ ନାଁ ଧର୍ମଲିଙ୍ଗମ୍ ବୋଲି ଜଣାପଡ଼ିଛି । ଏହି ମାମଲା ଏବେ ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଧର୍ମଲିଙ୍ଗମ୍‌ଙ୍କୁ ମାଦକ ପଦାର୍ଥର ତସ୍କରୀ ଅପରାଧରେ ବୁଧବାର ଦିନ ଫାଶୀ ଖୁଣ୍ଟରେ ଝୁଲାଯିବାର ଥିଲା । କିନ୍ତୁ ମୃତ୍ୟୁ ଦଣ୍ଡରୁ ମୁକ୍ତି ପାଇଁ ସେ ଶେଷ ଥର ଅପିଲ କରିଥିଲେ । ଏହି ମାମଲାର ଶୁଣାଣି କୋର୍ଟରେ ଚାଲିଥିବା ବେଳେ ଜଣାପଡ଼ିଥିଲା ଯେ ଧର୍ମଲିଙ୍ଗମ୍‌ଙ୍କୁ କରୋନା । ଶୁଣାଣି ବେଳେ ହିଁ ସେ କରୋନା ସଂକ୍ରମିତ ଥିବା ଜଣାପଡ଼ିଥିଲା । ଏହା ଏକ ଭିନ୍ନ ତଥା ଅପ୍ରତ୍ୟାଶିତ ମାମଲା ହୋଇଥିବାରୁ ଧର୍ମଲିଙ୍ଗମ୍‌ଙ୍କ ଫାଶୀ ଶୁଣାଣିକୁ ସ୍ଥଗିତ ରଖାଯାଇଛି । ଏହି ଶୁଣାଣି ବେଳେ ଜଷ୍ଟିସ୍ ଏଣ୍ଡ୍ରୁ ଫାଙ୍ଗ, ଜଷ୍ଟିସ୍ ଜୁଦିଥ ପ୍ରକାଶ ଓ ଜଷ୍ଟିସ୍ କନ୍ନନ ରମେଶ ଉପସ୍ଥିତ ଥିଲେ । ଜଷ୍ଟିସ୍ ମାନେ କହିଛନ୍ତି, କୋର୍ଟ ଚିନ୍ତା କରୁଛନ୍ତି ଯେ ବର୍ତ୍ତମାନ ପରିସ୍ଥିତିରେ ମୃତ୍ୟୁଦଣ୍ଡକୁ କାଏମ୍ ରଖିବା ଅନୁଚିତ ହେବ । ଯଦି ଅଭିଯୁକ୍ତ କରୋନା ସଂକ୍ରମିତ ତେବେ ତାଙ୍କୁ ଫାଶୀ ଖୁଣ୍ଟରେ ଝୁଲାଯାଇପାରିବ ନାହିଁ । ଏଣୁ ସେ ମାମଲାର ଶୁଣାଣିକୁ ସ୍ଥଗିତ ରଖିଛନ୍ତି । ତେବେ ଏହି ମାମଲାରେ ଆଗାମୀ ଶୁଣାଣି କେବେ ହେବ ସେ ନେଇ କୌଣସି ସୂଚନା ମିଳିନାହିଁ । ଜଷ୍ଟିସ୍ କହିଛନ୍ତି, ଯେ ପର୍ଯ୍ୟନ୍ତ ଏହି ଶୁଣାଣି ଚାଲିଥିବା ସେବେ ଯାଏଁ ଅଭିଯୁକ୍ତକୁ ଫାଶୀ ଦିଆଯାଇପାରିବ ନାହିଁ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *