ଆଫଗାନିସ୍ଥାନରେ ଆଉ ଚାଲିବନି ବିଦେଶୀ ମୁଦ୍ରା : ତାଲିବାନ୍‌

କାବୁଲ: ଆଫଗାନ୍‌ରେ ଆଉ ଚାଲିବନି ବିଦେଶୀ ମୁଦ୍ରା । ଆଫଗାନିସ୍ତାନରେ ବିଦେଶୀ ମୁଦ୍ରା ଉପରେ ପ୍ରତିବନ୍ଧକ ଲଗାଇଛି ତାଲିବାନ । ଏଣିକି ଯେଉଁମାନେ ଏହି ନୟମ ଉଲଙ୍ଘନ କରିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଗତକାଲି ତାଲିବାନ ଆଫଗାନିସ୍ତାନରେ ବିଦେଶୀ ମୁଦ୍ରାର ପ୍ରୟୋଗ ଉପରେ ନିଷେଧାଦେଶ ଜାରି କରିଛି । ଦେଶରେ ପୂର୍ବରୁ ଉପୁଜିଥିବା ଅର୍ଥ ସଂଙ୍କଟ ପରେ ଉକ୍ତ ଘୋଷଣା ଫଳରେ ଆଗାମୀ ଦିନରେ ଦେଶରେ ଆର୍ôଥକ ସ୍ଥିତିରେ ବିରାଟ ସମସ୍ୟା ସୃଷ୍ଟି ହେବାର ଆଶଙ୍କା କରାଯାଉଛି । ସୂଚନା ଅନୁଯାୟୀ, ଅଗଷ୍ଟ ମଧ୍ୟଭାଗରେ ତାଲିବାନ୍ ଆଫଗାନିସ୍ଥାନରେ କ୍ଷମତା ଦଖଲ କରିଥିଲା ।

ଯାହା ପରେ ଆଫଗାନିସ୍ତାନର ଜାତୀୟ ମୁଦ୍ରାର ବିନିମୟ ମୂଲ୍ୟ ହ୍ରାସ ପାଇବାରେ ଲାଗିବା ଫଳରେ ଦେଶର ସଂରକ୍ଷଣ ଧନ କ୍ରମାଗତ ଭାବରେ ବିଦେଶରେ ଜମା ହୋଇଥିଲା। ଫଳରେ ଦେଶରେ ଆର୍ôଥକ ସଂଙ୍କଟ ସୃଷ୍ଟି ହୋଇଥିଲା । ଫଳରେ ବ୍ୟାଙ୍କମାନଙ୍କରେ ମଧ୍ୟ ନଗଦ ଟଙ୍କା ଅଭାବ ଥିବାର ଦେଖିବାକୁ ମିଳିଛି । ସେପଟେ ଅନ୍ତର୍ଜାତୀୟ ସମୁଦାୟ ତାଲିବାନ ପ୍ରଶାସନକୁ ଏକ ସରକାର ଭାବରେ ମାନିବାକୁ ମନା କରି ଦେଇଛି । ଏଭଳି ପରିସ୍ଥିତିରେ ଦେଶରେ ବହୁମାତ୍ରାରେ ଆମେରିକୀୟ ଡଲାରର କାରବାର କରାଯାଉଛି । କେବଳ ଏତିକି ନୁହେଁ ଦକ୍ଷିଣ ସୀମା ବାଣିଜ୍ୟ ମାର୍ଗ ନିକଟବର୍ତ୍ତୀ ଅଞ୍ଚଳରେ ମଧ୍ୟ ପାକିସ୍ତାନୀ ମୁଦ୍ରା ବ୍ୟବହାର କରାଯାଉଛି ।

ଯାହାକୁ ଦୃଷ୍ଟିରେ ରଖି ସାମ୍ମାଦିକ ସମ୍ମିଳନୀରେ ତାଲିବାନ ମୁଖପାତ୍ର ଜାବୁଲ୍ଲା ମୁଜାହିଦ୍ ଏକ ବଡ ଘୋଷଣା କରିଛନ୍ତି । ଯେଉଁଥିରେ ସେ କହିଛନ୍ତି ଯେ, ବର୍ତ୍ତମାନଠାରୁ ଯଦି କେହି ଘରୋଇ ବ୍ୟବସାୟ ପାଇଁ ବିଦେଶୀ ମୁଦ୍ରା ବ୍ୟବହାର କରନ୍ତି ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହାସହ ସେ କହିଛନ୍ତି, ‘ଦେଶରେ ଅର୍ଥନୈତିକ ପରିସ୍ଥିତି ଏବଂ ଜାତୀୟ ସ୍ୱାର୍ଥ ନିମନ୍ତେ ପ୍ରତ୍ୟେକ କାରବାରରେ ଆଫଗାନିସ୍ତାନ ମୁଦ୍ରା ବ୍ୟବହାର କରାଯିବା ଉଚିତ୍‌’ । ତେଣୁ ବର୍ତ୍ତମାନଠାରୁ ଆଫଗାନିସ୍ତାନ ମୁଦ୍ରାର ବ୍ୟବହାର କରି ହିଁ ସମସ୍ତ କାରବାର କରିବାସହ ବିଦେଶୀ ମୁଦ୍ରା ବ୍ୟବହାରରୁ ନିବୃତ୍ତ ରହିବାକୁ ଦେଶବାସୀଙ୍କୁ ତାଲିବାନ୍ ମୁଖପାତ୍ର ପରାମର୍ଶ ଦେଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *