ଚୋରି ହେଲା କାଳ, ସୁରକ୍ଷାକର୍ମୀଙ୍କ ଗୁଳିରେ ଯୁବକ ମୃତ

ସମ୍ବଲପୁର: ପାଚେରି ଡେଇଁ ଚୋରି କରି ଫେରାର୍ ବେଳେ ଫାୟାରିଂ । ରେଙ୍ଗାଲି ସ୍ଥିତ ଶ୍ୟାମ ମେଟାଲିକ୍ସ ପାଚେରି ଡେଇଁ ଚୋରି କରି ଜଣେ ଯୁବକ ଫେରାର୍ ହେଉଥିବା ବେଳେ ଫାୟାରିଂ ହୋଇଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ଉକ୍ତ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତକ ଝାରସୁଗୁଡ଼ା ଜିଲ୍ଲା ଲହଣ୍ଡା ବୁଡ଼ ଗାଁର ବେଙ୍ଗଡୁରୁ ଭୂୟାଁ ।ଯୁବକଙ୍କ ଦେହରେ ଗୁଳି ବାଜିବା ପରେ ତାଙ୍କୁ ବୁର୍ଲା ନେବା ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ଯୁବକ ଶ୍ୟାମ ମେଟାଲିକ୍ସରୁ କଣ ଚୋରି କରି ଫେରାର୍ ହେଉଥିଲେ ? କେଉଁ ପରିସ୍ଥିତିରେ ଯୁବକଙ୍କ କେଉଁ ସ୍ଥାନକୁ ଶ୍ୟାମ ମେଟାଲିକ୍ସର ସୁରକ୍ଷାକର୍ମୀ ଗୁଳି କଲେ ତାହା ଜଣାପଡ଼ି ନାହିଁ । ରେଙ୍ଗାଲି ପୋଲିସ ଘଟଣାର ତଦନ୍ତ କରୁଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *