ଆମେରିକାକୁ କଡ଼ା ଚେତାବଦୀ ଦେଲା ଚୀନ୍‌

ନୂଆଦିଲ୍ଲୀ : ଆତଙ୍କବାଦୀ ହମଲାର ୨୦ ବର୍ଷ ପୂର୍ତ୍ତିକୁ ନେଇ ବଡ ବୟାନ ଦେଲା ଚୀନ ସରକାରୀ ମିଡିଆ ଗ୍ଲୋବାଲ ଟାଇମ୍ସ । ଏହାର ସଂପାଦକ ହୁ ଜିଜିନ କହିଛନ୍ତି ଯେ, ଆମେରିକା ଚୀନକୁ ନିଜର ଶତ୍ରୁ ମାନିବାର ଭୁଲ୍ ନକରୁ । ଜିଜିନ ଚେତାବନୀ ଦେଇ କହିଛନ୍ତି ଆମେରିକା ଯଦି ନିଜର ଆଭିମୁଖ୍ୟ ନବଦଳାଏ ତେବେ ଆତଙ୍କୀ ଏହାର ଫାଇଦା ଉଠାଇ ପାରନ୍ତି ଏବଂ ଭବିଷ୍ୟତରେ ପୁଣି ୯/୧୧ ପରି ଦ୍ୱିତୀୟ ଆତଙ୍କବାଦୀ ଆକ୍ରମଣ ହୋଇପାରେ । ଜିଜିନ କହିଛନ୍ତି, ସେପ୍େଟମ୍ବର ୧୧ରେ ହୋଇଥିବା ହମଲା କେବଳ ୧୯ ଆତଙ୍କବାଦୀଙ୍କ ଦ୍ୱାରା କରାଯାଇଥିବା ଆତ୍ମଘାତୀ ହମଲା ଥିଲା । କିନ୍ତୁ ଏହା ଆତଙ୍କୀ ସଂଗଠନ ଦ୍ୱାରା କରାଯାଇଥିବା ଆତଙ୍କୀ ହମଲା ନଥିଲା । ସେ ଚେତାବନୀ ଦେଇ କହିଛନ୍ତି, ଅନେକ ଆତଙ୍କୀ ସଂଗଠନ ଏକାଠି ମିଶି ଆମେରିକା ଉପରେ ଆକ୍ରମଣ କରିବା ଯୋଜନାରେ ଅଛନ୍ତି ।

ସମୟ କହିବ ଯେ, ଚୀନକୁ ନିଜର ଶତ୍ରୁ ମାନି ଆମେରିକା କେତେ ବଡ ଭୁଲ୍ କରୁଛି ବୋଲି କହିଛନ୍ତି ଜିଜିନ । ସୂଚନାଯୋଗ୍ୟ, ୨୦୦୧ ସେପ୍େଟମ୍ବର ୧୧ରେ ଅଲକାଏଦାର ୧୯ ଜଣ ଆତଙ୍କବାଦୀ ଆମେରିକାର ନ୍ୟୁୟର୍କ ସ୍ଥିତ ବିଶ୍ୱ ବାଣିଜ୍ୟ କେନ୍ଦ୍ର ଉପରେ ବିମାନ ଜରିଆରେ ଆକ୍ରମଣ କରିଥିଲେ । ତିନି ବିମାନକୁ ହାଇଜ୍ୟାକ୍ କରି ବାଣିଜ୍ୟ କେନ୍ଦ୍ର ଉପରେ ମାଡ କରାଇଥିଲେ । ଏହି ଆତଙ୍କୀ ହମଲାରେ ୩୦୦୦ ଲୋକଙ୍କ ପ୍ରାଣହାନୀ ଘଟିଥିଲା । ଏହି ଘଟଣା ପରେ ଆମେରିକା ଆତଙ୍କବାଦ ବିରୋଧରେ ଅଭିଯାନ ଆଫଗାନିସ୍ତାନରୁ ଆରମ୍ଭ କରିଥିଲା । ଏହି ଆକ୍ରମଣକୁ ଏବେ ୨୦ ବର୍ଷ ପୂରିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *