ବାହାଘର ଭୋଜିରୁ ହେଲା ଶେଷ ଯାତ୍ରା, ଚାଲିଗଲା ସ୍ୱାମୀ-ସ୍ତ୍ରୀ ଓ ଝିଅର ଜୀବନ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଡୁଙ୍ଗୁରିଗୁଡାଠାରେ ବସ ବାଇକ ମୁହାଁ ମୁହିଁ ଧକ୍କା ହେବାରୁ ଘଟଣା ସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିôବାବେଳେ ଅନ୍ୟଜଣଙ୍କୁ ଡାକ୍ତରଖାନ ନେଉଥିବା ସମୟରେ ସେ ମଧ୍ୟ ମୃତ୍ୟୁବରଣ କରିଛି । ସୂଚନା ଅନୁଯାୟୀ, ଆଜି କେଗାଁରୁ କେସିଙ୍ଗା ଅଭିମୁଖେ ଯାଉଥିବା ଜୟ ଜଗନ୍ନାଥ ବସ ଅପରାହ୍ନ ସମୟରେ ଡୁଙ୍ଗୁରିଗୁଡା ନିକଟରେ ଏକ ବାଇକ ସହିତ ମୁହାଁ ମୁହିଁ ଧକ୍କା ହୋଇଥିଲା । ମୁହାଁ ମୁହିଁ ଧକ୍କା ହେବା ଫଳରେ ବାଇକ ଚାଳକ ଓ ବାଇକରେ ବସିଥିବା ଜଣେ ମହିଳାଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ବାଇକରେ ବସିଥିବ ଅନ୍ୟଜଣେ ଛୋଟ ଝିଅକୁ ଆମ୍ବୁଲାନ୍ସ ଯୋଗେ ଧର୍ମଗଡ ଡାକ୍ତରଖାନାକୁ ନେଉଥିବା ସମୟରେ ସେ ମଧ୍ୟ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି । ମୃତକମାନେ ସ୍ଥାନୀୟ ତୁରେଛଡ଼ା ଗ୍ରାମର ସ୍ୱାମୀ – ସ୍ତ୍ରୀ କୃଷ୍ଣଚନ୍ଦ୍ର ବାଗ ,ସୁକେସି ବାଗ ଓ ତାଙ୍କ ଝିଅ ସୁପ୍ରିଆ ବାଗ ବୋଲି ଜଣାପଡିଛି। ଏହି ପରିବାରର ଏକ ବାହାଘର ଭାଜି ଖାଇ ନିଜ ଗାଁକୁ ଫେରୁଥିଲେ । ଘଟଣାସ୍ଥଳରେ ଧର୍ମଗଡ଼ ଉପଖଣ୍ଡ ପୋଲିସ ଅଧିକାରୀ ନାରାୟଣ ନାୟକ ଓ ଗୋଲାମୁଣ୍ଡା ଆଇଆଇସି ଯୁଗଳ ଶବର ଉପସ୍ଥିତ ରହି ତଦନ୍ତ ଜାରି ରଖିଥିବା ଜଣାପଡିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *