କୋଭିସିଲ୍ଡ ଓ କୋଭାକ୍ସିନ୍‌ ମିକ୍ସ ଡୋଜ୍‌ ଉପରେ ଗବେଷଣା ପାଇଁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ : କୋଭିସିଲ୍ଡ ଓ କୋଭାକ୍ସିନ ର ଡୋଜ୍‌କୁ ମିଶାଇ କରି ନେଇ ପାରିବେ କି ନାହିଁ ଏନେଇ ବିତର୍କ ଜାରି ରହିଥିଲା  । ଅର୍ଥାତ ଆପଣ ଗୋଟିଏ ଡୋଜ୍‌ କୋଭିସିଲ୍ଡ ଓ ଅନ୍ୟ ଡୋଜ କୋଭାକ୍ସିନର ନେଇପାରିବେ କି ନାହିଁ ବିତର୍କ ରହିଥିଲା । ଏବେ ଏହି ଦୁଇଟ ି ଟିକାର ମିଶ୍ରଣ ଉପରେ ଗବେଷଣା ପାଇଁ ଏକ୍ସପର୍ଟ କମିଟି ମଞ୍ଜୁରୀ ଦେଇଛି । ଏହା ସହିତ ଏକ୍ସପର୍ଟ ପ୍ୟାନେଲ ଭାରତ ବାୟୋଟେକ୍‌ କମ୍ପାନିର କୋଭାକ୍ସିନ୍‌ ଓ ନାଜାଲ ଭ୍ୟାକ୍ସିନ ର ମିଶ୍ରଣ ଉପରେ ମଧ୍ୟ ଗବେଷଣା ପାଇଁ ସୁପାରିଶ କରିଛନ୍ତି । ଏହାଛଡ଼ା ପିଲାଙ୍କୁ ଦିଆ ହେବାକୁ ଥିବା ବାୟୋଲୋଜିକାଲ ଇ ପ୍ରସ୍ତୁତ ଭ୍ୟାକ୍‌ସିନ ର ମଧ୍ୟ କ୍ଲିନିକାଲ ଟ୍ରାଏଲ ପାଇଁ ମଞ୍ଜୁରୀ ଦେବାକୁ ମଧ୍ୟ ସୁପାରିଶ କରାଯାଇଛି । ହେଲେ ଶେଷ ନିଷ୍ପତ୍ତି ଡ୍ରଗ୍ସ କଣ୍ଟ୍ରୋଲ ଅଫ୍‌ ଇଣ୍ଡିଆ ହିଁ ନେବେ । ତାମିଲନାଡୁର କ୍ରିଶ୍ଚିନ ମେଡିକାଲ କଲେଜ (ସିଏମ୍‌ସି) କୋଭାସିଲ୍ଡ ଓ କୋଭିକ୍ସିନ୍‌ ର ଡୋଜ୍‌ ମିଶ୍ରଣ ଉପରେ ଗବେଷଣା କରିବା ପାଇଁ ଆବେଦନ କରିଥିଲେ । ଏହା ଉପରେ ଏକ୍ସପର୍ଟ କମିଟି ସୁପାରିଶ କରିଥିଲେ ଯେ ସିଏମସିକୁ ଏହାର ଗବେଷଣା ପାଇଁ ମଞ୍ଜୁର ଦିଆଯିବା ଉଚିତ୍‌ ।

ଏକ୍ସପର୍ଟ କମିଟି ସିଏମ୍‌ସିକୁ ଫେଜ-୪ ର କ୍ଲିନିକାଲ ଟ୍ରାଏଲର ମଞ୍ଜୁରୀ ପାଇଁ ସୁପାରିଶ କରିଛି । ଯେଉଁଥିରେ ୩୦୦ ଲୋକଙ୍କୁ କୋଭାସିଲ୍ଡ ଓ କୋଭାକ୍ସିନର ଡୋଜ ଦିଆଯିବ। ଏହି ଗବେଷଣାର ଲକ୍ଷ୍ୟ ରହିଛି କି ଭ୍ୟାକସିନର ଡୋଜ ପୂରଣ କରିବା ପାଇଁ କୌଣସି ବ୍ୟକ୍ତିକୁ ଅଲଗା ଅଲଗା କମ୍ପାନୀର ଡୋଜ ଦିଆଯାଇ ପାରିବ । ଦେଶରେ ଭ୍ୟାକ୍ସିନର ଅଭାବ ଦେଖାଯାଇଥିବା ବେଳେ ୨ଟି ଡୋଜ ପୁରଣ ପାଇଁ ଲୋକଙ୍କୁ ଦୀର୍ଘ ଦିନ ଧରି ଅପେକ୍ଷା କରିବାକୁ ପଡ଼ୁଥିଲା । ଯଦି ଏହି ଗବେଷଣା ସଫଳ ହୁଏ ତେବେ ଜଣେ ବ୍ୟକ୍ତି ଅଲଗା ଅଲଗା ଟିକାର ଡୋଜ ନେଇ ଭ୍ୟାକ୍‌ସିନ କୋର୍ସ ପୁରଣ କରିପାରିବେ । ଏହାଛଡା ଜନ୍‌ସନ ଆଣ୍ଡ ଜନ୍‌ସନ୍‌ କମ୍ପାନି ଭାରତରେ ତା’ର ସିଙ୍ଗଲ ଡୋଜ ଭ୍ୟାକ୍ସିନର କ୍ଲିନିକାଲ ଟ୍ରାଏଲ ପାଇଁ କରିଥିବା ଆବେଦନକୁ ଫେରାଇ ନେଇଛି ।

 
Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *