ପାରାଦ୍ୱୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ‘ୟଶ୍’
ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଅବପାତରେ ପରିଣତ ହୋଇଛି । ତେବେ ଆସନ୍ତାକାଲି ସୁଦ୍ଧା ବାତ୍ୟାରେ ପରିଣତ ହୋଇପାରେ ବୋଲି ପୂର୍ବରୁ ଆକଳନ କରାଯାଇଥିଲା । ତେବେ ଏହା ବାତ୍ୟାରେ ପରିଣତ ହେବା ପରେ ପାରାଦ୍ୱୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ । ସେହିପରି ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ୧୫୫ ରୁ ୧୬୫ କିମି ରହିବ ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବାତ୍ୟା ୟଶ ନେଇ ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସଙ୍କ ସୂଚନା
ଆଜି ଘନିଭୂତ ହୋଇ ୱେଲ୍ ମାର୍କ ଲୋପ୍ରେସରରେ ପରିଣତ ହେଲା । ଲଘୁଚାପ ଆଗାମୀ ୧୨ ଘଣ୍ଟା ପରେ ଅବପାତର ରୂପ ନେବ ।
୨୪ ତାରିଖରେ ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରେ ଗତି କରି ବାତ୍ୟାର ରୂପ ନେବ । ୨୬ ତାରିଖରେ ପଶ୍ଚିମବଙ୍ଗ, ଉତ୍ତର ଓଡ଼ିଶା ଏବଂ ବାଂଲାଦେଶ ଉପକୂଳ ପହଞ୍ଚିବା ସମ୍ଭାବନା । ଅତି ତୀବ୍ର ସାମୁଦ୍ରକ ଝଡ଼ରେ ପରିଣତ ହେବାର ସମ୍ଭାବନା ରହିଛି । ଉତ୍ତର ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ।
୨୬ ତାରିଖ ସଂଧ୍ୟାରେ ଉତ୍ତର ଓଡ଼ିଶା ଉପକୂଳ ଅତିକ୍ରମ କରିବ ବାତ୍ୟା। ଭଦ୍ରକ, ବାଲେଶ୍ବର ଓ ମୟୂରଭଞ୍ଜ ଅଧିକ ପ୍ରଭାବିତ ହେବା ସମ୍ଭାବନା। ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଖୋର୍ଦ୍ଧା, କଟକ, ପୁରୀରେ ୨୦ ସେଣ୍ଟିମେଣ୍ଟରୁ ଅଧିକ ବର୍ଷା ହେବ। ଅନୁମାନ ୨୪ ତାରିଖ ସଂଧ୍ୟାରୁ ୪୦ କିମି ବେଗରେ ପବନ ବହିବ ୨୬ ତାରିଖରେ ୧୦୦ ରୁ ୧୧୦ ବେଗରେ ପବନ ବହିବା ସମ୍ଭାବନା।