ନିମ୍ନ ମାନର କାର୍ଯ୍ୟକୁ ନେଇ ସାଧାରଣରେ ଅସନ୍ତୋସ
ନିମ୍ନ ମାନର କାର୍ଯ୍ୟକୁ ନେଇ ସାଧାରଣରେ ଅସନ୍ତୋସ…
ଘଟଗାଁ ୨୪-୦୩-୨୦୨୬ ବ୍ରେକିଙ୍ଗ ନିୟୁଜ ଓଡ଼ିଆ (ବିଷ୍ଣୁ ନନ୍ଦ ବେହେରା ) କେନ୍ଦୁଝର ଜିଲ୍ଲା
ଘଟଗାଁ ବ୍ଲକ ସୁନାଟାଙ୍ଗୀରି ଗ୍ରାମ ପଞ୍ଚାୟତ ସୁନାଟାଙ୍ଗିରି ଗ୍ରାମରେ ଥିବା ପକାପାହାଳି ବାବା ପାଟେଶ୍ୱର ମନ୍ଦିରର ଉର୍ନ୍ନତି କରଣ ନିମନ୍ତେ ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ଅନୁଦାନ ପାଣ୍ଠି ୬ ଲକ୍ଷ ଟଙ୍କାର କାର୍ଯ୍ୟକାରୀ ୨୦୨୪/୨୫ ମସିହା ଆର୍ଥିକ ବର୍ଷରେ କାର୍ଯ୍ୟ ବିଭାଗୀୟଙ୍କ ଦ୍ୱାରା କନିଷ୍ଠ ଯନ୍ତ୍ରୀ ଦ୍ୱାରା ଗତ ଦୁଇ ମାସ ତଳେ କାର୍ଯ୍ୟ କାରି ହୋଇଥିବା ବେଳେ ଗତ ଛଅ ଦିନ ପୂର୍ବରୁ ସାଧାରଣ ଝିପି ଝିପି ବର୍ଷାରେ ରାସ୍ତା ଦୁଇ ପାର୍ଶ୍ୱରେ ପାଞ୍ଚ ଇଞ୍ଚର ପାଚେରୀ ତିଆରି ହୋଇଥିବା ବେଳେ ତାହା ଭାଙ୍ଗି ମାଟି ଧୁଇ ଯାଇଛି | ଯାହାକି ବର୍ତମାନ ସାଧାରଣରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି ଯଦି ସାଧାରଣ ଝିପି ଝିପି ବର୍ଷାରେ ରାସ୍ତା ଦୁଇ ପାର୍ଶ୍ୱ ପାଚେରୀ ଭାଙ୍ଗି ଯାଉଛି ତେବେ ଆଗକୁ ଲଗାଣ ବର୍ଷା ହେଲେ ମନ୍ଦିର ପାରିପାଶ୍ଵ କଣ ହେବ ବୋଲି ଅନେକ ପ୍ରଶ୍ନ ଉଙ୍କି ମାରିଛି | ଏପରି ନିମ୍ନ ମାନର କାର୍ଯ୍ୟକୁ ଦୃଷ୍ଟି ରଖି ତୁରନ୍ତ ଉପରସ୍ତ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହୋଇଛି |


