ସରକାରୀ ବିଦେଶୀ ମଦ ଦୋକାନ ଭାଙ୍ଗିବା ପଡ଼ିଲା ମହାଙ୍ଗା
ସରକାରୀ ବିଦେଶୀ ମଦ ଦୋକାନ ଭାଙ୍ଗିବା ପଡ଼ିଲା ମହାଙ୍ଗା
୮୦ ରୁ ଉର୍ଦ୍ଧ୍ବ ଆନ୍ଦୋଳନକାରୀଙ୍କ ଉପରେ ତୁରୁମୁଙ୍ଗା ଥାନାରେ ହେଲା ମାମଲା ରୁଜୁ
ପାଟଣା, ୧୪-୦୭-୨୦୨୬(ବି .ଏନ .ଓ ) : (ଦୀନବନ୍ଧୁ ମିଶ୍ର ) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ରେଙ୍ଗାଳବେଡା ଗୋଡ଼ି ପୋଖରୀ ଗାଁ ନିକଟରେ ଖୋଲିଥିବା ସରକାରୀ ବିଦେଶୀ ମଦ ଦୋକାନ କୁ ବିରୋଧ କରି ରବିବାର ଦିନ ମହିଳାମାନେ ଆନ୍ଦୋଳନ କରିଥିଲେ |ଏହି ଘଟଣାରେ ଗୋଡ଼ି ପୋଖରୀ ଗ୍ରାମର ୮୦ ରୁ ଅଧିକ ମହିଳା ଓ ପୁରୁଷଙ୍କ ନାମରେ ମାମଲା ରୁଜ୍ଜୁ ହୋଇଛି | ମଦ ଦୋକାନ ସ୍ଥାନାନ୍ତରିତ ଦାବିରେ ଶତାଧିକ ମହିଳା ବିଶାଳ ରାଲି କରି ମଦ ଦୋକାନରେ ପହଞ୍ଚି ଦୋକାନ ଭିତରେ ପ୍ରବେଶ କରି ପେଟି ପେଟି ମଦ ବୋତଲ ବାହାରକୁ ଆଣି ଭାଙ୍ଗି ଦେଇଥିଲେ | ଏନେଇ ଦୋକାନ ମାଲିକ ପ୍ରୀତମ ମହାପାତ୍ର ସୋମବାର ଦିନ ତୁରୁମୁଙ୍ଗା ଥାନାକୁ ଯାଇ ଲିଖିତ ଅଭିଯୋଗ କରିଥିଲେ | ଅଭିଯୋଗ ହେବା ପରେ ତୁରୁମୁଙ୍ଗା ଥାନାରେ ୧୮୨/ ୨୬/ ରେ ଏକ ମାମଲା ରୁଜ୍ଜୁ ହୋଇଛି |୮୦ ରୁ ଉର୍ଦ୍ଧ୍ବ ମହିଳା ପୁରୁଷଙ୍କ ନାମରେ କେଶ ରୁଜ୍ଜୁ ହୋଇଥିବା ତୁରୁମୁଙ୍ଗା ଥାନା ଅଧିକାରୀ ଦୀପ୍ତି ରଞ୍ଜନ ସାହୁ ସୂଚନା ଦେଇଛନ୍ତି|

