ଶ୍ରୀଅମରେଶ୍ବର ମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

Nesw by Bijay kumar panda

ଶ୍ରୀଅମରେଶ୍ବର ମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କଟକ, ୧୪-୦୬-୨୦୨୬(ବି .ଏନ .ଓ ) :ଜାର ବର୍ଷର କଟକ ସହରର ଏକମାତ୍ର ପାତାଳଫୁଟା ମହାଦେବ ଶ୍ରୀ ଶ୍ରୀ ଅମରେଶ୍ୱର ମନ୍ଦିରର ସୌନ୍ଦର୍ଯ୍ୟାକରଣ ଓ ପୀଠକୁ ପର୍ଯ୍ୟଟନ କ୍ଷେତ୍ରରେ ସାମିଲ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ବକ୍ସିବଜାର ମାର୍କେଟ ବଣିକ ସଂଘ ଓ ମାଛୁଆବଜାର ପଞ୍ଚାୟତ କମିଟି ସଭାପତି କ୍ଷୀରୋଦ କୁମାର ସାହୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଦାବିପତ୍ରରେ ଶ୍ରୀ ସାହୁ ଦର୍ଶାଇଛନ୍ତି ଯେ, ମୋଗଲ ଶାସନ ପୂର୍ବରୁ ରହିଥିବା ଏହି ପୀଠରେ ଜାଗରଯାତ୍ରା, ଶିବ ବିବାହ, କାର୍ଷିକ ବ୍ରତ ଭଳି ବାର ମାସରେ ତେର ପର୍ବ ପାଳନ କରାଯାଏ । ମାଛୁଆବଜାର ପଞ୍ଚାୟତ କମିଟିର ପୂର୍ବତନ ସଭାପତି ସ୍ବର୍ଗତ କାର୍ଷିକ ଚନ୍ଦ୍ର ସାହୁ ନିଜସ୍ବ ଖର୍ଚ୍ଚରେ ମନ୍ଦିର ପ୍ରାଙ୍ଗଣରେ ଏକ ଧର୍ମଶାଳା ନିର୍ମାଣ କରିଥିଲେ। ଯାହା ଏବେ ଶ୍ରଦ୍ଧାଳୁଙ୍କ ସେବାରେ ଲାଗିଛି, କିନ୍ତୁ ଦୁଃଖର ବିଷୟ ମନ୍ଦିରର ସମସ୍ତ ପର୍ବପର୍ବାଣୀ ଶ୍ରଦ୍ଧାଳୁ ଓ ସେବକଙ୍କ ଅନୁଦାନରେ ଚାଲୁଛି। ଏସବୁକୁ ବିଚାର କରି ଏହି ପୀଠର ସୌନ୍ଦର୍ଯ୍ୟକରଣ ସହ ଏହାକୁ ପର୍ଯ୍ୟଟନ ମାନଚିତ୍ରରେ ସାମିଲ କରିବାକୁ ଶ୍ରୀ ସାହୁ ଦାବି କରିଛନ୍ତି।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *