ଶ୍ରୀଅମରେଶ୍ବର ମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଶ୍ରୀଅମରେଶ୍ବର ମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର
କଟକ, ୧୪-୦୬-୨୦୨୬(ବି .ଏନ .ଓ ) : ହଜାର ବର୍ଷର କଟକ ସହରର ଏକମାତ୍ର ପାତାଳଫୁଟା ମହାଦେବ ଶ୍ରୀ ଶ୍ରୀ ଅମରେଶ୍ୱର ମନ୍ଦିରର ସୌନ୍ଦର୍ଯ୍ୟାକରଣ ଓ ପୀଠକୁ ପର୍ଯ୍ୟଟନ କ୍ଷେତ୍ରରେ ସାମିଲ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ବକ୍ସିବଜାର ମାର୍କେଟ ବଣିକ ସଂଘ ଓ ମାଛୁଆବଜାର ପଞ୍ଚାୟତ କମିଟି ସଭାପତି କ୍ଷୀରୋଦ କୁମାର ସାହୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଦାବିପତ୍ରରେ ଶ୍ରୀ ସାହୁ ଦର୍ଶାଇଛନ୍ତି ଯେ, ମୋଗଲ ଶାସନ ପୂର୍ବରୁ ରହିଥିବା ଏହି ପୀଠରେ ଜାଗରଯାତ୍ରା, ଶିବ ବିବାହ, କାର୍ଷିକ ବ୍ରତ ଭଳି ବାର ମାସରେ ତେର ପର୍ବ ପାଳନ କରାଯାଏ । ମାଛୁଆବଜାର ପଞ୍ଚାୟତ କମିଟିର ପୂର୍ବତନ ସଭାପତି ସ୍ବର୍ଗତ କାର୍ଷିକ ଚନ୍ଦ୍ର ସାହୁ ନିଜସ୍ବ ଖର୍ଚ୍ଚରେ ମନ୍ଦିର ପ୍ରାଙ୍ଗଣରେ ଏକ ଧର୍ମଶାଳା ନିର୍ମାଣ କରିଥିଲେ। ଯାହା ଏବେ ଶ୍ରଦ୍ଧାଳୁଙ୍କ ସେବାରେ ଲାଗିଛି, କିନ୍ତୁ ଦୁଃଖର ବିଷୟ ମନ୍ଦିରର ସମସ୍ତ ପର୍ବପର୍ବାଣୀ ଶ୍ରଦ୍ଧାଳୁ ଓ ସେବକଙ୍କ ଅନୁଦାନରେ ଚାଲୁଛି। ଏସବୁକୁ ବିଚାର କରି ଏହି ପୀଠର ସୌନ୍ଦର୍ଯ୍ୟକରଣ ସହ ଏହାକୁ ପର୍ଯ୍ୟଟନ ମାନଚିତ୍ରରେ ସାମିଲ କରିବାକୁ ଶ୍ରୀ ସାହୁ ଦାବି କରିଛନ୍ତି।

