କେନ୍ଦ୍ରାଞ୍ଚଳ ଉପ ନିର୍ଦ୍ଦେଶକ ଭାବେ ଦାୟିତ୍ଵ ଗ୍ରହଣ କଲେ ଶ୍ରୀ ଆଶୁତୋଷ ପାଇକରାୟ

କେନ୍ଦ୍ରାଞ୍ଚଳ ଉପ ନିର୍ଦ୍ଦେଶକ ଭାବେ ଦାୟିତ୍ଵ ଗ୍ରହଣ କଲେ ଶ୍ରୀ ଆଶୁତୋଷ ପାଇକରାୟ

କଟକ, ୦୩-୦୬-୨୦୨୬(ବି.ଏନ .ଓ ) : ସୂଚନା ଓ ଲୋକସମ୍ପର୍କ ବିଭାଗର ଉପନିର୍ଦ୍ଦେଶକ (କେନ୍ଦ୍ରାଞ୍ଚଳ) ଭାବେ ଶ୍ରୀ ଆଶୁତୋଷ ପାଇକରାୟ ଦାୟିତ୍ଵ ଗ୍ରହଣ କରିଛନ୍ତି । ଏଥିସହ ଶ୍ରୀ ପାଇକରାୟ ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳୟର ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ଵ ନିର୍ବାହ କରିବେ । ୧୯୯୭ ବ୍ୟାଚର ଓଡିଶା ସୂଚନା ସେବା ଅଧିକାରୀ ଭାବରେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରି ପ୍ରଥମେ ଅନୁଗୁଳ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ ସେ ଯୋଗ ଦେଇଥିଲେ । ପରେ ସେ ନୀଳଗିରି, ବାଲେଶ୍ଵର, କଟକ ସଦର ଓ କଟକ ଜିଲ୍ଲା ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଏବଂ ବାଲେଶ୍ଵର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ ଦୀର୍ଘ ଦିନ ଧରି ଦାୟିତ୍ଵ ନିର୍ବାହ କରିଛନ୍ତି । ପରେ ସେ ସୂଚନା ଓ ଲୋକସମ୍ପର୍କ ବିଭାଗର ଗବେଷଣା ଓ ସନ୍ଦର୍ଭ ଅଧିକାରୀ ଭାବେ ରାଜ୍ୟ ମୁଖ୍ୟାଳୟରେ ଏବଂ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ଆଇନ ବିଭାଗର ସୂଚନା ଅଧିକାରୀ ଭାବେ ମଧ୍ୟ ଦାୟିତ୍ଵ ତୁଲାଇଛନ୍ତି । ଦୀର୍ଘଦିନର ପ୍ରଶାସନିକ ଅଭିଜ୍ଞତା, ସରକାରୀ ସୂଚନା ପ୍ରସାରଣରେ ଦକ୍ଷତା ଓ ଲୋକସମ୍ପର୍କ କ୍ଷେତ୍ରରେ ବ୍ୟାପକ ଅନୁଭବକୁ ଆଧାର କରି ସେ କେନ୍ଦ୍ରାଞ୍ଚଳ ଅଧିନସ୍ଥ ୧୦ଟି ଜିଲ୍ଲାରେ ସୂଚନା ଓ ଲୋକସମ୍ପର୍କ ବ୍ୟବସ୍ଥାକୁ ସଶକ୍ତ କରିବା ସହ ଜନସାଧାରଣ ଓ ପ୍ରଶାସନ ମଧ୍ୟରେ ସୂଚନା ପ୍ରଦାନକୁ ଅଧିକ ସୁଦୃଢ଼ କରିବାକୁ ପ୍ରାଥମିକତା ଦେବେ ବୋଲି ମତବ୍ୟକ୍ତ କରିଛନ୍ତି । ବିଶେଷକରି ଡିଜିଟାଲ ମିଡିଆର ବ୍ୟବହାର ମାଧ୍ୟମରେ ସରକାରୀ ସୂଚନାର ବ୍ୟାପକ ପ୍ରସାର ଉପରେ ସେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ଏଥିସହ ସାମ୍ବାଦିକମାନଙ୍କ ସହ ଅଧିକ ସୁଦୃଢ଼ ସମନ୍ୱୟ ରକ୍ଷା ଦିଗରେ ମଧ୍ୟ ସେ କାର୍ଯ୍ୟ କରିବେ ବୋଲି ପ୍ରକାଶ କରିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *