ପାଟଣାରେ ହେବ ମେଗା ଷ୍ଟିଲ ପ୍ଲାଣ୍ଟ
ପାଟଣାରେ ହେବ ମେଗା ଷ୍ଟିଲ ପ୍ଲା
ଣ୍ଟ
ପାଟଣା ୨୫-୦୫-୨୦୨୬(ବି .ଏନ .ଓ ) : (ଦୀନବନ୍ଧୁ ମିଶ୍ର ) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଚେମେଣ|, ଯମୁନାପୋଷି ଗ୍ରାମର ଗୋଡ଼ିପୋଖରୀ ଗ୍ରାମରେ ପ୍ଲାଣ୍ଟ ନିମନ୍ତେ ଅଷ୍ଟମ ଗ୍ରାମ ସଭା ଅନୁଷ୍ଠିତ ହୋଇଛି |ଏଥିରେ ଜନସାଧାରଣ ଶାନ୍ତି ଶୃଙ୍ଖଳ|ର ସହିତ ସଭା କାର୍ଯ୍ୟକୁ ସଫଳ କରିଥିଲେ |ଆଉ ମଧ୍ୟ୍ୟ ଶାନ୍ତିଶୃଙ୍ଖଳା ନିମନ୍ତେ ପୋଲିସ ମୃତୟନ କରାଯାଇଥିଲା ସମସ୍ତ ପଦାଧିକାରୀ ପୋଲିସ ଅଫିସର ରହିବା ସଙ୍ଗେ ସଙ୍ଗେ ତୁରୁମୁଙ୍ଗା ଥାନାଧିକାରୀ ଦୀପ୍ତି ରଞ୍ଜନ ସାହୁ ସମସ୍ତ ପୋଲିସ ବାହିନୀ ଆଇନ ଶୃଙ୍ଖଳା ରକ୍ଷାକରିଥିଲେ | ଏଥିରେ ଜନସାଧାରଣ ନିଜ ନିଜର ମତ ରଖିଥିଲେ ଏବଂ ଏକର ପିଛା ତିରିଶି କୋଟି ଟଙ୍କା ଦେବାପାଇଁ ସରକାରଙ୍କୁ ଦାବି କରିଥିଲେ | ଜନସାଧାରଣ ମତ ରଖିଥିଲେ ଯେ ପ୍ଲାଣ୍ଟ ହେଲେ ଆମ ଜିଲ୍ଲା ନିଶ୍ଚିନ୍ତ “ସୁନାର କେନ୍ଦୁଝର “ହବ | ଏବଂ ବିକଶିତ ଓଡିଶା ହେବାପାଇଁ ସହାୟକ ହୋଇପାରିବ | ଏଥିରେ ପ୍ରଶାସନର ସୁତନ୍ତ୍ର ଭୁଅର୍ଜନ ଅଧିକାରୀ ରବୀନ୍ଦ୍ର କୁମାର ପ୍ରଧାନ, ଉପଜିଲ୍ଲାପାଳ ଉମାଶଙ୍କର ଦଳେଇ, ଏଡ୍କୋ ଅଧିକାରୀ କୃଷ୍ଣ କିଶୋର ପ|ତ୍ର, ପାଟଣା ବିଡ଼ିଓ ମାନସ କୁମାର ଦଣ୍ଡପାଟ, ତହସିଲ ଦାର ଅଶ୍ୱନୀ କୁମାର ନାୟକ, ଏବଂ ସରପଞ୍ଚ ଶଶିଭୂଷଣ ନାୟକ, ଉପସ୍ଥିତ ରହି ଶୃଙ୍ଖଲାର ସହିତ ସଭା କାର୍ଯ୍ୟ ସମାପନ କରିଥିଲେ |

