ସୌଭିକ୍ ବିଶ୍ଵାଳଙ୍କ ଘରେ ରୁଦ୍ଧଦ୍ବାର ବୈଠକ

ସୌଭିକ୍ ବିଶ୍ଵାଳଙ୍କ ଘରେ ରୁଦ୍ଧଦ୍ବାର ବୈଠକ…

ମେଳି ବାନ୍ଧିଲେ ୧୨ଜଣ କର୍ପୋରେଟର; ନେଇପାରନ୍ତି ବଡ଼ ନିଷ୍ପତ୍ତି

  • କଟକ-ଚୌଦ୍ୱାର ବିଧାୟକ ସୌଭିକ୍ ବିଶ୍ଵାଳଙ୍କ ମହାନଦୀ ବିହାର ବାସଭବନରେ ୧୨ଜଣ ବିଜେଡି କର୍ପୋରେଟରଙ୍କ ମେଳି ହୋଇଛି।
  • ଏହି ନିର୍ବାଚନ ମଣ୍ଡଳୀର ୧୪ ଜଣ ବିଜେଡି କର୍ପୋରେଟରଙ୍କ ଭିତରୁ ୧୨ ଜଣ କର୍ପୋରେଟର ଏକାଠି ହେବାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି।

କଟକ ୨୪-୦୩-୨୦୨୬( ବି .ଏନ .ଓ ) :(ବିଜୟ କୁମାର ପଣ୍ଡା ) ଟକ-ଚୌଦ୍ୱାର ବିଧାୟକ ସୌଭିକ୍ ବିଶ୍ଵାଳଙ୍କ ମହାନଦୀ ବିହାର ବାସଭବନରେ ୧୨ଜଣ ବିଜେଡି କର୍ପୋରେଟରଙ୍କ ମେଳି ହୋଇଛି। ଏହି ନିର୍ବାଚନ ମଣ୍ଡଳୀର ୧୪ ଜଣ ବିଜେଡି କର୍ପୋରେଟରଙ୍କ ଭିତରୁ ୧୨ ଜଣ କର୍ପୋରେଟର ଏକାଠି ହେବାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ରାଜ୍ୟସଭା ନିର୍ବାଚନ ଘୋଡ଼ାବେପାରକୁ ନେଇ ବିଜେଡ଼ିରେ ଅସ୍ଥିରତା ସୃଷ୍ଠି ହୋଇଥିଲା। ଦଳ ଶୃଙ୍ଖଳା ଭଙ୍ଗ କରି ଭୋଟ କରିଥିବାରୁ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ସମେତ କଟକ ଚୌଦ୍ୱାର ବିଧାୟକ ସୌଭିକ୍ ବିଶ୍ଵାଳଙ୍କୁ ଦଳରୁ ନିଲମ୍ବନ କରାଯାଇଛି। କଟକ ଜିଲ୍ଲାରୁ ଦୁଇ ଜଣ ବିଜେଡି ବିଧାୟକ ସମେତ ମୋଟ ୬ ଜଣ ବିଧାୟକଙ୍କୁ ବିଜେଡି ନିଲମ୍ବନ କରିଛି। ଏହି ନିଲମ୍ବନ ପରେ ବିଜେଡିରେ ଅସ୍ଥିରତା ଦେଖା ଦେଇଛି। ବିଶେଷ କରି କଟକ ରାଜନୀତି ସରଗରମ ରହିଛି।

ଆଜି କଟକ ଚୌଦ୍ୱାର ନିରବଚ ମଣ୍ଡଳୀର କିଛି କର୍ପୋରେଟର ଖୋଲାଖୋଲି ଇସ୍ତଫା ଦେବାକୁ ଚେତାବନୀ ଦେଇଥିଲେ। ସେହି କଟକ ଚୌଦ୍ୱାର ନିର୍ବାଚନ ମଣ୍ଡଳୀର ୧୨ ଜଣ ବିଜେଡି କର୍ପୋରେଟରମାନକ ବିଧାୟକ ସୌଭିକ୍‌ଙ୍କ ବାସଭବନରେ ମେଳି କରିବା ଅନେକ ଦିଗକୁ ବୟାନ କରୁଛି। ପୂର୍ବତନ ବିଧାୟକ ପ୍ରଭାତ ବିଶ୍ଵାଳ କର୍ପୋରେଟ ମାନକ ସହ ଆଲୋଚନା କରୁଥିବା ଜଣାପଡ଼ିଛି। ବିଧାୟକ ସୌଭିକ୍ ବିଶ୍ଵାଳ ଦଳ ବିରୋଧୀ ଭୋଟ ଲାଗି ନିଲମ୍ବନ ପରେ ତାଙ୍କ କଟକ ବାସଭବନରେ ଏପରି କର୍ପୋରେଟର ମେଳି ଅନେକ ଗୁରୁତ୍ବ ବହନ କରୁଛି।କର୍ପୋରେଟରଙ୍କ ଏହି ରୁଦ୍ଧ ଦ୍ଵାରା ବୈଠକରେ ସାମୁହିକ ଇସ୍ତଫା ନେଇ କିଛି ବଡ଼ ନିଷ୍ପତି କିମ୍ବା ଆଗାମୀ ରଣନୀତି ନେଇ ବଡ଼ ନିଷ୍ପତ୍ତି  ହୋଇପାରେ। ରାତିରେ ଏହି ଭଳି ଏକାଠି ହୋଇ ଗୋଟିଏ ନିର୍ବାଚନ ମଣ୍ଡଳୀର ୧୨ ବିଜେଡି କର୍ପୋରେଟ ନିଲମ୍ବିତ ବିଧାୟକଙ୍କ ଘରେ ଏକାଠି ହେବ ଅନେକ କିଛି ସୂଚାଉଛି। ରୁଦ୍ଧଦ୍ବାର ବୈଠକରେ କର୍ପୋରେଟର ପ୍ରଦୀପ୍ତ ଖୁଣ୍ଟିଆ, ଦମୟନ୍ତୀ ମାଝୀ, ଅରବିନ୍ଦ ଜେନା, ସୌଭାଗିନୀ ଜେନା, ବିଶ୍ଵ ବନ୍ଦିତା ପଣ୍ଡା, ପଦ୍ମିନୀ ସାହୁ, ସୁବ୍ରତ ଘଡେ଼ଇ, ମଧୁସ୍ମିତା ବାରିକ, ପ୍ରଦୀପ ସାହୁ, ତାପସ ରଞ୍ଜନ ସାମନ୍ତରାୟ, ପ୍ରମିଳା ମହାନ୍ତି ପ୍ରମୁଖ ଅଛନ୍ତି। 

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *