Karnataka Congress Crisis

କର୍ଣ୍ଣାଟକ ‘ନାଟକ’ରେ ଜଳଖିଆ ପକାଇଲା ଯବନିକା !

କଳି ଉପରେ ପଡ଼ିଲା କି ପୂର୍ଣ୍ଣଚ୍ଛେଦ ? ବ୍ରେକଫାଷ୍ଟ ଟେବୁଲରେ ମିଳିଲା କି ସମାଧାନର ବାଟ ? ବେଙ୍ଗାଲୁରୁରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଏକାଠି ବ୍ରେକଫାଷ୍ଟ କରିବା ସହ ସେମାନଙ୍କ ମଧ୍ୟରେ କୌଣସି ମତାନ୍ତର ନଥିବା କହିଛନ୍ତି ।

ନୂଆଦିଲ୍ଲୀ/ଭୁବନେଶ୍ୱର ୨୯-୧୧-୨୦୨୫(ବି .ଏନ .ଓ ) : ଳି ଉପରେ ପଡ଼ିଲା କି ପୂର୍ଣ୍ଣଚ୍ଛେଦ ? ବ୍ରେକଫାଷ୍ଟ ଟେବୁଲରେ ମିଳିଲା କି ସମାଧାନର ବାଟ ? ବେଙ୍ଗାଲୁରୁରେ କର୍ଣ୍ଣାଟକମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଏକାଠି ବ୍ରେକଫାଷ୍ଟ କରିବା ସହ ସେମାନଙ୍କ ମଧ୍ୟରେ କୌଣସି ମତାନ୍ତର ନଥିବା କହିଛନ୍ତି । ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ ଏହି ଭେଟଘାଟ ପରେ ମିଳିତ ସାମ୍ବାଦିକ କରିଥିଲେ ସିଧୁ ଓ ଡିକେ । ଆମ ଭିତରେ ସବୁ କିଛି ଠିକ୍ ଅଛି । ମୁଖ୍ୟମନ୍ତ୍ରୀ ପଦ ପାଇଁ କୌଣସି ବିବାଦ ନାହିଁ । ଯାହା ହାଇକମାଣ୍ଡ କହିବେ, ତାହା ମାନିବୁ । ଶନିବାର ସକାଳୁ ସିଦ୍ଦରମୈୟାଙ୍କ ବାସଭବନରେ ପହଞ୍ଚିଥିଲେ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର । ବ୍ରେକଫାଷ୍ଟ ପାଇଁ ନିମନ୍ତ୍ରଣ କରିଥିଲେ ମୁଖ୍ୟମନ୍ତ୍ରୀ । ଚର୍ଚ୍ଚା ହେଉଛି ଏହି ଭେଟଘାଟ ପାଇଁ ଦିଲ୍ଲୀରୁ ଆସିଥିଲା ନିର୍ଦ୍ଦେଶ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ନିର୍ଦ୍ଦେଶକ୍ରମେ ଏହି ବ୍ରେକଫାଷ୍ଟ ମିଟିଂ ବ୍ୟବସ୍ଥା ମୁଖ୍ୟମନ୍ତ୍ରୀ କରିଥିଲ । ସାକ୍ଷାତ ପାଇଁ ରାହୁଲ ଓ ସୋନିଆ ଗାନ୍ଧୀ ସମୟ ଦେଉନଥିବାରୁ ଡି.କେଙ୍କ ଅସନ୍ତୋଷକୁ କମାଇବା ଲାଗି ଏହି ପ୍ରୟାସ ବୋଲି କୁହାଯାଉଛି ।

ସ୍ଥିତି ଉପରେ ବିଜେପିର ତୀକ୍ଷ୍ଣ ନଜର…

କର୍ଣ୍ଣାଟକରେ କଂଗ୍ରେସର ଅସଜଡ଼ା ସ୍ଥିତିକୁ ବିଜେପି ଆଖେଇ ବସିଛି । ଦୁଇ ନେତାଙ୍କ ଝଗଡ଼ାରେ ରାଜ୍ୟର ସ୍ଥିତି ବିଗୁଡୁଥିବା ଓ କାମ ଅଟକିଥିବା ବାହାନା କରି ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ବିଚାର କରୁଛି ବିଜେପି । ତେବେ ଦୁଇଜଣଙ୍କ କଳିରୁ ବିଜେପି ଯେପରି  ଫାଇଦା ନଉଠାଏ, ତେଣୁ ବିବାଦ ତୁଟାଇବାକୁ ଆଗେଇ ଆସିଛନ୍ତି ହାଇକମାଣ୍ଡ। କିନ୍ତୁ ବିଜେପି ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି ।    ସେପ୍ଟେମ୍ବର ମାସରୁ କର୍ଣ୍ଣାଟକରେ ଅଚଳାବସ୍ଥା ଲାଗି ରହିଛି । ଅଢ଼େଇବର୍ଷ ଲେଖାଏଁ ମୁଖ୍ୟମନ୍ତ୍ରୀ ହେବାକୁ ଯେଉଁ ଅଲିଖିତ ଚୁକ୍ତି ହୋଇଥିଲା, ସେଥିରେ ସିଦ୍ଦରମୈୟାଙ୍କ ସମୟ ସରିଯାଇଛି । ତେଣୁ ପ୍ରତିଶ୍ରୁତି ଅନୁଯାୟୀ ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉ ବୋଲି ଜିଦରେ ଅଟଳ ଅଛନ୍ତି ତାଙ୍କ ସମର୍ଥକ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *