ଦେଶରେ ବଢୁଛନ୍ତି ଆମିଷ ପ୍ରେମୀ
ଦେଶରେ ବଢୁଛନ୍ତି ଆମିଷ ପ୍ରେମୀ!
ନୂଆଦିଲ୍ଲୀ/ଭୁବନେଶ୍ୱର ୧୫-୦୯-୨୦୨୪(ବିଏନଓ ) : ଆପଣଙ୍କ ମନରେ କେବେ ପ୍ରଶ୍ନ ଆସିଛି କି ଆମ ଦେଶରେ କେତେ ଲୋକ ସମ୍ପୂର୍ଣ୍ଣ ନିରାମିଷ ଭୋଜନ କରନ୍ତି ? ଅନେକ ଲୋକଙ୍କୁ ଆମିଷ ଖାଦ୍ୟ ଭଲ ଲାଗେ । ହୁଏତ ଆପଣ ମଧ୍ୟ ଆମିଷ ଖାଦ୍ୟକୁ ପସନ୍ଦ କରୁଥିବେ । କିନ୍ତୁ ଆପଣ ଜାଣିଛନ୍ତି କି କେତେ ଲୋକ ଆମିଷକୁ ପସନ୍ଦ କରନ୍ତି ଏବଂ କେତେ ଲୋକ କରନ୍ତିନି ? ଆଜି ଆସନ୍ତୁ ଜାଣିବା.. ଅଧିକାଂଶ ଭାରତୀୟ ଅଣ୍ଡା, ଚିକେନ, ମାଂସ ଆଦି ଖାଇଥାନ୍ତି । ଏଥିରୁ ଅଧା ଲୋକ ସପ୍ତାହକୁ ଅତି କମରେ ଥରେ ଆମିଷ ଭୋଜନ କରନ୍ତି । ରାଷ୍ଟ୍ରୀୟ ପରିବାର ଏବଂ ସ୍ବାସ୍ଥ୍ୟ ସର୍ବେକ୍ଷଣ-V (୨୦୧୯-୨୧)ର ଆକଳନ ଅନୁସାରେ ଦେଶର ୨୯.୪ ପ୍ରତିଶତ ମହିଳା ଏବଂ ୧୬.୬ ପ୍ରତିଶତ ପୁରୁଷ କହିଛନ୍ତି କି ସେମାନେ କେବେ ବି ମାଛ, ଚିକେନ ବା ମାଂସ ସେବନ କରିନାହାଁନ୍ତି । ସେହିଭଳି ୪୫.୧ ପ୍ରତିଶତ ମହିଳା ଏବଂ ୫୭.୩ ପ୍ରତିଶତ ପୁରୁଷ କହିଛନ୍ତି କି ସେମାନେ ସପ୍ତାହରେ ଅତି କମରେ ଥରେ ମାଛ, ଚିକେନ ବା ମାଂସ ସେବନ କରନ୍ତି ।ତଥ୍ୟ ଅନୁସାରେ ଭାରତରେ ଆମିଷ ସେବନ କରୁଥିବା ଲୋକଙ୍କ ସଂଖ୍ୟା ବଢୁଛି । ଦେଶରେ ୫ ବର୍ଷରେ ନିରାମିଷ ସେବନ କରୁଥିବା ମହିଳାଙ୍କ ସଂଖ୍ୟା ୧.୬୭ ପ୍ରତିଶତ ହ୍ରାସ ପାଇଛି । ସେହିଭଳି ପୁରୁଷଙ୍କ ସଂଖ୍ୟାରେ ଏହି ହାର ୨୩ ପ୍ରତିଶତ ରହିଛି । ଅର୍ଥାତ୍ ଧିରେ ଧିରେ ଆମିଷ ପ୍ରିୟଙ୍କ ସଂଖ୍ୟା ବଢିବାରେ ଲାଗିଛି । ଦେଶରେ ମାଛ ବା ମାଂସ ଖାଉଥିବା ମହିଳାଙ୍କ ସଂଖ୍ୟାରେ ୫.୩୭ ପ୍ରତିଶତ ବୃଦ୍ଧି ହୋଇଥିବାବେଳେ ପୁରୁଷଙ୍କ ସଂଖ୍ୟାରେ ୧୭.୧୮ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି ।