କଟକ ଗୋପାଳପୁର ଠାରେ ବସ ଦୁର୍ଘଟଣା ଜଣେ ବ୍ୟକ୍ତି ମୃତ

କଟକ ଗୋପାଳପୁର ଠାରେ ବସ ଦୁର୍ଘଟଣା ଜଣେ ବ୍ୟକ୍ତି ମୃତ ।

କଟକ:14.02.24 B.N.O.

NEWS BY RAJENDRA CHHOTRAY

୧୬ ନମ୍ବର ଜାତୀୟ ରାଜପଥର କଟକ ସଦର ଥାନା ଅଧୀନ ଗୋପାଳପୁର ଛକ ନିକଟରେ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆଜି ସନ୍ଧ୍ୟାରେ ଘଟିଥିବା ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୬ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ଲୋକଙ୍କର ସହାୟତାରେ କଟକ ବଡ଼ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ଭୁବନେଶ୍ବରରୁ ଆଜି ସନ୍ଧ୍ୟାରେ ଏକ ଯାତ୍ରୀବାହୀ ବସ୍‌ (ଚନ୍ଦନ) ବାଲେଶ୍ବର ଅଭିମୁଖେ ବାହାରିଥିଲା। ଏହି ବସ୍‌ଟି କଟକ ସଦର ଥାନା ଅଧୀନ ଗୋପାଳପୁର ଛକ ନିକଟରେ ଭାରସାମ୍ୟ ହରାଇଥିଲା। ଜଣେ ସାଇକେଲ ଆରୋହୀଙ୍କ ଉପରେ ପଡ଼ି ବସ୍‌ଟି ଡିଭାଇଡର ଉପରକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି। ଦୁର୍ଘଟଣା ସଂପର୍କିତ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ସ୍ଥାନୀୟ ଲୋକଙ୍କର ସହାୟତାରେ ବସ୍‌ ଭିତରୁ ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରିଛି। ଆହତମାନଙ୍କୁ କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଏହି ଦୁର୍ଘଟଣା ପରେ ୧୬ ନମ୍ବର ଜାତୀୟ ରାଜପଥ ପରେ ଟ୍ରାଫିକ୍‌ ଭିଡ଼ ରହିଛି। ଫଳରେ ଯାତାୟତରେ କିଛି ସମୟ ପାଇଁ ଅସୁବିଧା ଦେଖାଯାଇଛି।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *