ରାଜ୍ୟରୁ ଆଉ ୯ ପ୍ରକାର ନକଲି ଔଷଧ ଠାବ

ଭୁବନେଶ୍ୱର  : କଟକର ଏକ ଫାର୍ମରୁ ନକଲି ଫାଭିପିରାଭିର ଜବତ ହେବା ଘଟଣାରେ ସମ୍ପୃକ୍ତ ସଂସ୍ଥା ଆଉ ୯ ପ୍ରକାର ବେନାମୀ ଔଷଧ ବିତରଣ କରିଥିବା ସୂଚନା ମିଳିଛି । ୯ ପ୍ରକାର ବେନାମୀ ଔଷଧ ବିତରଣ ସୁରାକ ପରେ ବିଭିନ୍ନ ଅଞ୍ଚଳରେ ଚଢାଉ କରାଯାଇଛି । ବଲାଙ୍ଗିର, ଝାରସୁଗୁଡା, ସମ୍ବଲପୁର, ରାଉରକେଲା, ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ରେଡ କରାଯାଇଥିବା ସୂଚନା ମିଳିଛି । ବେନାମୀ ଔଷଧର ନମୁନା ସଂଗ୍ରହ ସହ ବିକ୍ରି ହୋଇନଥିବା ଔଷଧ ମଧ୍ୟ ଜବତ ହୋଇଛି । ତେବେ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ହିମାଚଳ ପ୍ରଦେଶ ସଂସ୍ଥା ଔଷଧ ଯୋଗାଇଥିଲା । ହିମାଚଳ ପ୍ରଦେଶର ମାକ୍ସ ରିଲିଫ ହେଲଥ କେୟାର ଏସବୁ ଔଷଧ ଦେଇଥିଲା । କଟକ କନିକା ଛକରେ ମେଡିଲୟଡ ମେଡିକାମେଣ୍ଟ ଲି.ଗୁ ଔଷଧ ଦେଇଥିଲା । ମାକ୍ସ ସଂସ୍ଥା ୫୮ ହଜାର ଫାଭିମାକ୍ସ ବଟିକା ମେଡିଲୟଡକୁ ଦେଇଥିଲା । ମେଡିଲୟଡ ଏଥିରୁ ୪୦, ୬୦୦ ବଟିକା ଗ୍ୱାଲିୟରର ଏକ ଫାର୍ମକୁ ଦେଇଥିଲା । ତେବେ ଔଷଧ ଠିକ ନଥିବା ମହାରାଷ୍ଟ୍ରରୁ ସୂଚନା ପାଇବା ପରେ ପୋଲିସ ଚଢାଉ କରିଥିଲା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *