୫ ଟଙ୍କିଆ କଏନ୍ ଢ଼ୋକି ଆଖି ବୁଜିଲା ୪ ବର୍ଷର ଶିଶୁ

ମହିଶୁର୍: ୫ ଟଙ୍କିଆ କଏନ୍ ଢ଼ୋକିଦେଲା ୪ ବର୍ଷର ଶିଶୁ । ଫଳରେ ଶିଶୁଟିର ମୃତ୍ୟୁ ହୋଇଯାଇଛି । ଏହିଭଳି ଏକ ଘଟଣା ଘଟିଛି କର୍ଣ୍ଣାଟକର ମହିଶୁର୍ ଜିଲ୍ଲାର ହୁନସୁର ଅଞ୍ଚଳରେ ହୋଇଛି । କଏନ୍ ଗିଳିବା ପରେ ତାକୁ ପରିବାର ଲୋକେ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଶିଶୁର ମୃତ୍ୟୁ ଘଟିଛି । ଏହି ଶିଶୁର ଶ୍ୱାସନଳୀରେ କଏନ୍ ଟି ଅଟକି ଯାଇଥିଲା । ଫଳରେ ତିନି ଦିନ ପରେ ତାର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ଗତ ଶୁକ୍ରବାର ଦିନ ବେଲୁନ୍ କିଣିବା ପାଇଁ ତାକୁ ପରିବାର ଲୋକେ ୫ଯଙ୍କିଆ କଏନ୍ ଟିଏ ଦେଇଥିଲେ । ସେ ସେହି କଏନ ସହିତ ଖେଳୁଥିଲା ସେହି ସମୟରେ ଉକ୍ତ କଏନ୍ କୁ ଶିଶୁଟି ଗିଳି ଦେଇଛି । ଏହି ସମ୍ପର୍କରେ ସେ ପରିବାର ଲୋକଙ୍କୁ କିଛି ବି କହିନଥିଲା । କିନ୍ତୁ ଏହାର ଗୋଟିଏ ଦିନ ପରେ ନିଶ୍ୱାସ ନେବାରେ ଅସୁବିଧା ହୋଇଥିଲା ତେଣୁ ସେ ପରିବାର ଲୋକଙ୍କୁ ଜଣାଇଥିଲା । ପରେ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।ହସ୍ପିଟାଲରେ ଯାଞ୍ଚ କରିବା ପରେ ଜଣାପଡ଼ିଥିଲା ଯେ, ତାର ଶ୍ୱାସନଳୀରେ କଏନ୍ ଫସି ରହିଛି । ଏହାପରେ ଡାକ୍ତର ମାନେ ଖୁବ୍ ପରିଶ୍ରମ କରିବା ପରେ ବି ପିଲାଟି ବଞ୍ଚିପାରିନଥିଲା ଓ ତାର ମୃତ୍ୟୁ ହୋଇଗଲା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *