ରାଜ୍ୟରେ ଆଉ ମାତ୍ର ଦୁଇ ଦିନ ପାଇଁ ରହିଛି ଟିକା

ଭୁବନେଶ୍ୱର: ରାଜ୍ୟରେ ଏବେ କରୋନାଠୁ ସୁରକ୍ଷା ପାଇଁ ଟୀକାକରଣ ଚାଲିଛି। ଗତକାଲି ୮୮୯ଟି କେନ୍ଦ୍ରରେ ୧୦୨୪୦୭ ଜଣଙ୍କୁ ଟୀକା ଦିଆଯାଇଛି। ତେବେ ରାଜ୍ୟରେ ୫୩୫୯୭୯୪ ସମୁଦାୟ ଟୀକାକରଣ ହୋଇଛି। ଆଜି ୭୫୦ଟି ଟିକାକରଣ କେନ୍ଦ୍ରରେ ଚାଲିଛି ଟିକାକରଣ। ଯଦି ଦେଖିବା ଏବେ ରାଜ୍ୟରେ ୨.୩ ଲକ୍ଷ କୋଭିସିଲ୍ଡ ଟିକା ରହିଥିବା ବେଳେ ୧.୯ ଲକ୍ଷ କୋଭାକ୍ସିନ ଟିକା ଗଛିତ ରହିଛି। ଏତିକି ଟିକାରେ କେମିତି ସବୁ ଲୋକଙ୍କୁ ଟିକା ଦିଆଯିବ ସେନିଇ ଚିନ୍ତା ବଢ଼ିବାରେ ଲାଗିଛି। କେନ୍ଦ୍ରକୁ ଏନେଇ ଅବଗତ କରାଯାଇଥିଲେ ମଧ୍ୟ ଏଯାଏ ଟୀକା ଆସିବାର କୌଣସି ଖବର ନାହିଁ। ଆଜି ରାଜ୍ୟର ସବୁ ଜିଲ୍ଲାରେ ଚାଲିଛି ଟିକାକରଣ। ହେଲେ ଏବେ ପର୍ଯ୍ୟନ୍ତ ଯେତିକି ଟିକା ରହିଛି ତାହା ଆସନ୍ତା ୨ ଦିନରେ ସରିଯିବ ବୋଲି ପରିବାର କଲ୍ୟାଣ ନିର୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି।

ICMRର ସୂଚନା ଅନୁଯାୟୀ କୋଭାକ୍ସିନ ହେଉଛି ଅଧିକ ପ୍ରଭାବଶାଳୀ। ଏହା ଡବଲ ମ୍ୟୁଟେସନ ବିରୋଧରେ ଭଲଭାବରେ କାମ କରେ । କିନ୍ତୁ ଉଭୟ କୋଭାକ୍ସିନ ଓ କୋଭିସିଲ୍ଡ ସମାନ ପ୍ରଭାବଶାଳୀ ବୋଲି କହିଛନ୍ତି ଡାକ୍ତର ବିଜୟ ପାଣିଗ୍ରାହୀ।

ସେପଟେ ମେ ୧ରୁ ରାଜ୍ୟରେ ସାବାଳକଙ୍କୁ ଟୀକାକରଣ ହେବ। ଏନେଇ SOP ରାଜ୍ୟ ସରକାର କରିବେ। ୧୮ରୁ ୪୫ ବର୍ଷ ବୟସର ରହିଛନ୍ତି ୪୨ ପ୍ରତିଶତ ଲୋକ। ଘରୋଇ ହସ୍ପିଟାଲରେ ଯାହା ଟୀକାକରଣ ଚାଲିଛି, ତାହା କେନ୍ଦ୍ର ସରକାର ଦେଉଛନ୍ତି। ହେଲେ ମେ ୧ ରୁ ଆଉ କେନ୍ଦ୍ର ଦେବନି ଟିକା। ଘରୋଇ ହସ୍ପିଟାଲ ସିଧା କିଣିବେ କମ୍ପାନୀଠାରୁ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *