ମିଶୋ ପକ୍ଷରୁ ବାର୍ଷିକ ଉତ୍ସବ ‘ମେଗା ବ୍ଲକ୍‌ବଷ୍ଟର୍ ସେଲ୍‌’ ଘୋଷଣା, କ୍ଷୁଦ୍ର ବ୍ୟବସାୟ ଅଂଶଗ୍ରହଣରେ ୪ ଗୁଣା ବୃଦ୍ଧି ଆଶା

ମିଶୋ ପକ୍ଷରୁ ବାର୍ଷିକ ଉତ୍ସବ ‘ମେଗା ବ୍ଲକ୍‌ବଷ୍ଟର୍ ସେଲ୍‌’ ଘୋଷଣା, କ୍ଷୁଦ୍ର ବ୍ୟବସାୟ ଅଂଶଗ୍ରହଣରେ ୪ ଗୁଣା ବୃଦ୍ଧି ଆଶା
– ମେଗା ବ୍ଲକ୍‌ବଷ୍ଟର୍ ସେଲ୍ ସେପ୍ଟେମ୍ବର ୨୩ରୁ ୨୭ ପର୍ଯ୍ୟନ୍ତ ଚାଲିବ
ଯେଉଁଥିରେ କୋଟି କୋଟି ଗୁଣାତ୍ମକ ଉତ୍ପାଦ ସର୍ବନିମ୍ନ ମୂଲ୍ୟରେ ପ୍ରଦର୍ଶିତ କରାଯିବ
– ମିଶୋର ମୂଲ୍ୟ ଉପସ୍ଥାପନା ବିଷୟରେ ସଚେତନତା ସୃଷ୍ଟି କରିବା ଲାଗି ରଣବୀର ସିଂହ, ଦୀପିକା ପାଦୁକୋନ୍‌ଙ୍କ ସମେତ ସାରା ଦେଶର ଅନ୍ୟ ସାତ ଜଣ ଶ୍ରେଷ୍ଠ ସେଲିବ୍ରିଟିଙ୍କ ସହ ସହଯୋଗିତା
– ଆଂଚଳିକ ଉପସ୍ଥିତିକୁ ଦୃଢ଼ କରିବା ଲାଗି ଫେଷ୍ଟିଭ୍ ସେଲ୍‌ ପୂର୍ବରୁ ଆଠ ନୂଆ ଆଂଚଳିକ ଭାଷା ସାମିଲ
ଭୁବନେଶ୍ୱର: ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଇଟଂରନେଟ୍ କମର୍ସ କଂପାନି ମିଶୋ ପକ୍ଷରୁ ଏହାର ପ୍ରମୁଖ ଉତ୍ସବ ବିକ୍ରି କାର୍ଯ୍ୟକ୍ରମ ‘ମେଗା ବ୍ଲକ୍‌ବଷ୍ଟର୍‌ ସେଲ୍‌’ ବିଷୟରେ ଘୋଷଣା କରାଯାଇଛି ଯାହା ୨୦୨୨ ସେପ୍ଟେମ୍ବର ୨୩ରୁ ୨୭ ପର୍ଯ୍ୟନ୍ତ ଚାଲିବ । ସମସ୍ତଙ୍କ ପାଖରେ ଇ-କମର୍ସକୁ ପହଂଚାଇବାର ଲକ୍ଷ୍ୟକୁ ଆଗକୁ ବଢ଼ାଇ କଂପାନି ଦେଶର ଗ୍ରାହକମାନଙ୍କ ନିକଟରେ ସୁଲଭତା ଓ ସାମଗ୍ରୀ
ପହଂଚାଇବା କାର୍ଯ୍ୟକୁ ଜାରି ରଖିବ ।୭ ଲକ୍ଷରୁ ଅଧିକ ବିକ୍ରେତା ଓ ୩୦ ବର୍ଗରେ ୬.୫ କୋଟିରୁ ଅଧିକ ସାମଗ୍ରୀ  ତାଲିକାଭୁକ୍ତ ହେବା ସହ ଗ୍ରାହକମାନଙ୍କ ପାଇଁ ସର୍ବନିମ୍ନ ମୂଲ୍ୟରେ ବ୍ୟାପକ ବର୍ଗର ଉତ୍ପାଦ ଆବିସ୍କାରକୁ ଆଗକୁ ବଢ଼ାଇବାକୁ ମିଶୋ ଲକ୍ଷ୍ୟ
ରଖିଛି । ଭାରତର ଉତ୍ସବ ସପିଙ୍ଗ୍ ଅଭିଳାଷକୁ ପୂରଣ କରିବା ଲାଗି ଯେଉଁ ଗ୍ରାହକମାନଙ୍କ ଚୟନ ଓ ସୁଲଭତାର ଆବଶ୍ୟକତା ଭିନ୍ନ ସେଭଳି ବ୍ୟବହାରକାରୀମାନଙ୍କ ଉପରେ କଂପାନି ଗୁରୁତ୍ୱ ଜାରି ରଖିବ । ଚଳିତ ବର୍ଷର ଉତ୍ସବ ସେଲ୍ ପୂର୍ବରୁ ମିଶୋ ଏହାର ଆପ୍‌ରେ ଆଠଟି ଆଂଚଳିକ ଭାଷା-ବଙ୍ଗଳା, ତେଲୁଗୁ, ମରାଠି, ତାମିଲ, ଗୁଜରାଟି, କନ୍ନଡ଼, ମାଲାୟାଲମ ଓ ଓଡ଼ିଆକୁ ଯୋଡ଼ି ଏହାର ଆଂଚଳିକ ଉପସ୍ଥିତିକୁ ସୁଦୃଢ଼ କରିଛି । ଗତବର୍ଷ ଏହି ପାଂଚ ଦିନିଆ ବାର୍ଷିକ ସେଲ୍‌ରେ ୬୦% ବରାଦ ଟାୟର୍ ୪ ଅଂଚଳରୁ ଆସିଥିଲା । ହାରାହାରି ଭାବେ ଦୁଇ ବର୍ଷରେ ମିଶୋର ବିକ୍ରେତାଙ୍କ ବ୍ୟବସାୟରେ ୮୨% ବୃଦ୍ଧି ହୋଇଛି । ଉତ୍ସବ ଋତୁ ପୂର୍ବରୁ ମିଶୋ ପକ୍ଷରୁ ବିକ୍ରେତାମାନଙ୍କୁ ବ୍ୟବସାୟର ବିଭିନ୍ନ ଦିଗ ଯଥା ଚାହିଦାର ଆକଳନ ଓ ବରାଦ ମାତ୍ରାର ପରିଚାଳନା ଆଦି ବିଷୟରେ ସଚେତନ କରିବା ଲାଗି ସେମାନଙ୍କ ସହ ପ୍ରତ୍ୟକ୍ଷ ଭାବେ ଯୋଡ଼ି ହୋଇ କାର୍ଯ୍ୟ କରୁଛି । ଶିକ୍ଷଣୀୟ ଇନଫୋଗ୍ରାଫିକ୍‌, ସହଜରେ ବୋଧଗମ୍ୟ କାଟେଲଗ୍ ଚୟନ ଭିଡିଓ ଓ ସେଲ୍ କାର୍ଯ୍ୟକ୍ରମର ଶ୍ରେଷ୍ଠ ପ୍ରଥା ସହ କଂପାନି ସପ୍ଲାୟର୍ ଲର୍ଣ୍ଣିଂ ହବ୍‌ରେ ଏକ ଦୃଢ଼ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସୃଷ୍ଟି କରିଛି । ଫଳ ସ୍ୱରୂପ ଗତବର୍ଷ ତୁଳନାରେ ଉତ୍ସବ ସେଲ୍‌ରେ କ୍ଷୁଦ୍ର ବ୍ୟବସାୟର ଅଂଶଗ୍ରହଣରେ ୪ ଗୁଣା ବୃଦ୍ଧି ଆଶା କରାଯାଉଛି । ମିଶୋର ସିଏକ୍ସଓ-ବ୍ୟବସାୟ ଉର୍ତ୍କିଷ୍ଟ କୁମାର କହିଛନ୍ତି ଯେ, “ଭାରତୀୟ ଗ୍ରାହକଙ୍କୁ ଆମେ ଯେଉଁଭଳି ଗଭୀର ଭାବେ ବୁଝିଛୁ, ସେମାନଙ୍କ ଆବଶ୍ୟକତା, ଅଭିଳାଷ ଓ ଉତ୍ସବ ସମୟରେ ସେମାନଙ୍କ କିଣାକିଣି ଢ଼ାଂଚା ଆଦିକୁ ନେଇ ମିଶୋର ମେଗା ବ୍ଲକ୍‌ବଷ୍ଟର୍ ସେଲ୍‌କୁ ଯତ୍ନର ସହ ପ୍ରସ୍ତୁତ କରାଯାଇଛି । ସେମାନଙ୍କ ଚାହିଦା ପୂରଣ କରିବା ଲାଗି ଆମେ ସାରା ଦେଶର ଲକ୍ଷଲକ୍ଷ ବିକ୍ରେତାଙ୍କ ସହ କାମ କରୁଛୁ ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ଉତ୍ସବ ଋତୁରେ ପ୍ରଥମ ଥର ଲାଗି ଅନ୍‌ଲାଇନ୍‌ରେ ସାମଗ୍ରୀ ବିକ୍ରି କରୁଛନ୍ତି । ମିଶୋରେ ଆମେ ଏଭଳି ଏକ ପ୍ଲାଟ୍‌ଫର୍ମ ଗଠନ କରିବା ଉପରେ ଗୁରୁତ୍ୱ ଦେଉଛୁ ଯାହା ଏମ୍‌ଏସ୍‌ଏମ୍‌ଇ ପାଇଁ ଉଚ୍ଚ ଅଭିବୃଦ୍ଧି ଓ ମାର୍ଜିନରେ ସହାୟକ ହୋଇ ସେମାଙ୍କୁ ନିଜ ବ୍ୟବସାୟର ଡିଜିଟାଲକରଣ କରିବା ଏବଂ ମିଶୋରେ
ସଫଳ ହେବାର ବିଶ୍ୱାସ ପ୍ରଦାନ କରିବ ।’’ ଆମର ମେଗା ବ୍ଲକ୍‌ବଷ୍ଟର୍ ଫେଷ୍ଟିଭ୍ ସେଲ୍ କାର୍ଯ୍ୟକ୍ରମ ଜରିଆରେ ଆମେ ମିଶୋର ପରବର୍ତୀ ପିଢି ଭାରତୀୟଙ୍କ ପସନ୍ଦର ସପିଙ୍ଗ୍ ସ୍ଥଳ ଭାବେ ଏହାର ସ୍ଥିତିକୁ ଆହୁରି ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛୁ । ‘ପ୍ରଥମେ
ବ୍ୟବହାରକାରୀ’ ମାନସିକତାକୁ ନେଇ ଆଗକୁ ବଢ଼ି ଆମେ କ୍ଷୁଦ୍ର ବ୍ୟବସାୟୀଙ୍କ ଅନୁସନ୍ଧାନକୁ ବଢ଼ାଇବା, ଦେଶର ଆଭ୍ୟନ୍ତରୀଣ ଅଂଚଳରେ ଥିବା ଗ୍ରାହକମାନଙ୍କ ପାଖରେ ସର୍ବନିମ୍ନ ମୂଲ୍ୟରେ ଗୁଣାତ୍ମକ ଉତ୍ପାଦ ପହଂଚାଇବା କାର୍ଯ୍ୟକୁ ଜାରି ରଖିବୁ ।’’
କଂପାନିର ମୂଲ୍ୟ ଉପସ୍ଥାପନା ସମ୍ପର୍କରେ ସଚେତନତା ବଢ଼ାଇବା ଲାଗି ଚଳିତ ବର୍ଷ ମିଶୋ ସାରା ଦେଶର ନଅ ଜଣ ସେଲିବ୍ରିଟି ଯଥା ରଣବୀର ସିଂହ, ଦୀପିକା ପାଦୁକୋନ, ରୋହିତ ଶର୍ମା, ରଶ୍ମିକା ମାନ୍ଦନା, କପିଲ ଶର୍ମା, ତ୍ରିଷା କ୍ରିଷ୍ଣନ, କାର୍ତି ଶିବକୁମାର, ରାମ ଚରଣ ଓ ସୌରଭ ଗାଙ୍ଗୁଲିଙ୍କ ସହ ମିଶୋ ସହଯୋଗିତା ସ୍ଥାପନ କରିଛି । ଏହି ସେଲିବ୍ରିଟିମାନଙ୍କୁ ବିଭିନ୍ନ ବର୍ଗର ବିକ୍ରେତା ଭାବେ ଓ ନିଜ ଅଂଚଳକୁ ଉପସ୍ଥାପନ କରିବା ସହ ସମ୍ପୂର୍ଣ୍ଣ ନୂଆ ଓ କୌତୁକିଆ ରୂପରେ ଦେଖିବାକୁ ମିଳିବ-ଯଦ୍ୱାରା ସାରା ଭାରତରେ
ଗ୍ରାହକଙ୍କ ସହ ସ୍ଥାନୀୟ ପ୍ରାସଙ୍ଗିକତା ଗଠନରେ ତାହା ସହାୟକ ହେବ । ପେମେଂଟ୍ ଉପରେ ଅଫର୍ ପାଇଁ ମିଶୋ ପକ୍ଷରୁ ଫୋନ୍‌ପେ ଓ ପେଟିଏମ୍‌, ‘ବାଏ ନାଓ ପେ ଲାଟର’ରେ ତତ୍‌କାଳ ବ୍ୟାଙ୍କ୍ ରିହାତି ଓ ସ୍ୱତନ୍ତ୍ର ଅଫର୍ ପାଇଁ ସିମ୍ପଲ୍ ଓ ଲେଜିପେ ସହ ସହଯୋଗିତା ସ୍ଥାପନ କରାଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *