ବିପକ୍ଷରୁ ମହିଳା ମୋର୍ଚ୍ଚା ରାଜ୍ୟ ପଦାଧିକାରୀଙ୍କ ନାମ ଘୋଷଣାଜେପି 

ବିପକ୍ଷରୁ ମହିଳା ମୋର୍ଚ୍ଚା ରାଜ୍ୟ ପଦାଧିକାରୀଙ୍କ ନାମ ଘୋଷଣାଜେପି 

     ରାଜଲକ୍ଷ୍ମୀ ଦାସଙ୍କୁ ରାଜ୍ୟ ମହିଳା ମୋର୍ଚ୍ଚା ଆଇଟି ସେଲ୍ ସଂଯୋଜିକା ଦାୟିତ୍ଵ

ଭୁବନେଶ୍ୱର:08.09.23 (BREAKING NEWS ODIA)Report by sashibhusan chaini: ବିଜେପି ପକ୍ଷରୁମହିଳା ମୋର୍ଚ୍ଚା ରାଜ୍ୟ ପଦାଧିକାରୀ କାର୍ଯ୍ୟକାରିଣୀ ସଦସ୍ୟା ଏବଂ ରାଜ୍ୟ ସଂଯୋଜିକା ନାମ ତାଲିକା ଘୋଷଣା କରାଯାଇଛି । ଏଥିରେ ୬ଜଣ ଉପ ସଭାନେତ୍ରୀ, ୨ ଜଣ ସାଧାରଣ ସମ୍ପାଦିକା, ୫ ଜଣ ସମ୍ପାଦିକା, ୧ କାର୍ଯ୍ୟାଳୟ ସମ୍ପାଦିକା, ୧ କୋଷାଧ୍ୟକ୍ଷା ପଦାଧିକାରୀ ନାମ ଘୋଷଣା କରାଯାଇଛି । ୨୫ ଜଣ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଏବଂ ୧୭ ଜଣ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟା ଭାବେ ମନୋନୀତ ହୋଇଛନ୍ତି । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡକ୍ଟର ଐଶ୍ୱର୍ଯ୍ୟା ବିଶ୍ୱାଳ ବିଭିନ୍ନ ନାମ ତାଲିକା ଘୋଷଣା କରିଛନ୍ତି । ସେଥିମଧ୍ୟରୁ କେନ୍ଦ୍ରାପଡ଼ା ଜିଲ୍ଲା ବିଜେପିର ମାର୍ଶାଘାଇ ୨୫ ନମ୍ବର ଜୋନର ଜିଲ୍ଲା ପରିଷଦ ପ୍ରାର୍ଥୀନି ରାଜଲକ୍ଷ୍ମୀ ଦାସଙ୍କୁ ରାଜ୍ୟ ମହିଳା ମୋର୍ଚ୍ଚା ଆଇଟି ସେଲ୍ ସଂଯୋଜିକା ଦାୟିତ୍ୱ ଦେଇଛି ବିଜେପି । ଏନେଇ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ତେବେ ସବୁବେଳେ ଲୋକଙ୍କ ସମସ୍ୟା ବୁଝୁଥିବା ଏବଂ ଲୋକଙ୍କ ଦୁଃଖରେ ଦୁଃଖୀ ହେଉଥିବା ରାଜଲକ୍ଷ୍ମୀ ଦାସ ଆଗକୁ ନୂଆ ଦାୟିତ୍ୱ ପାଇବା ପରେ ନିଜର ସେବା ମନୋବୃତି ଏବଂ କର୍ତ୍ତବ୍ୟ ପରାୟଣତା ବଜାୟ ରଖିବେ ବୋଲି ପ୍ରକାଶ କରିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *