ଓଡ଼ିଶାର କେନ୍ଦୁଝର ଜିଲ୍ଲାର ସ୍ୱତନ୍ତ୍ର ଧ୍ୟାନ ଆବଶ୍ୟକ କରୁଥିବା ପିଲାମାନଙ୍କ ସାମଗ୍ରିକ ବିକାଶ ପାଇଁ ଏସ୍‌ବିଆଇ ଲାଇଫ୍ ପକ୍ଷରୁ ସଦ୍‌ଭାବନା ସହ ସହଯୋଗିତା ସ୍ଥାପନ

 

ଭୁୁବନେଶ୍ୱର: ଭାରତର ଅନ୍ୟତମ ଅଗ୍ରଣୀ ବିଶ୍ୱାସଯୋଗ୍ୟ ଘରୋଇ ଜୀବନ ବୀମା କଂପାନି ଏସବିଆଇ ଲାଇଫ୍ ପକ୍ଷରୁ ଓଡ଼ିଶାର କୋରାପୁଟ ଜିଲ୍ଲାର ସ୍ୱତନ୍ତ୍ର ଧ୍ୟାନ ଆବଶ୍ୟକ କରୁଥିବା ପିଲାମାନଙ୍କ ସାମଗ୍ରିକ ବିକାଶ ପାଇଁ ଅଣ ଲାଭଜନକ ସଂଗଠନ ସଦ୍‌ଭାବନା ସହିତ ସହଯୋଗିତା ସ୍ଥାପନ କରାଯାଇଛି । ସଦଭାବନା ଏନ୍‌ଜିଓ ସହଯୋଗରେ କଂପାନି ଏହି ପିଲାମାନଙ୍କ ପାଇଁ ଦୁଇଟି ପ୍ରମୁଖ ପ୍ରକଳ୍ପକୁ ସହାୟତା ପ୍ରଦାନ କରିବ । ତାହା ହେଉଛି-୧) ମାନସିକ ଅନଗ୍ରସର ପିଲାମାନଙ୍କ ପାଇଁ ଆବାସିକ ସ୍କୁଲ-‘ପ୍ରୟାସ’ ଓ ୨) ଗୃହ ଭିତିକ ଥେରାପି ହସ୍ତକ୍ଷେପ କାର୍ଯ୍ୟକ୍ରମ ‘କମ୍ୟୁନିଟି ବେସଡ୍‌ ରିହାବିଲିଟେସନ୍ ପ୍ରୋଗ୍ରାମ’୍ (ସିବିଆର୍‌) । ଏସ୍‌ବିଆଇ ଲାଇଫ୍ ଇନ୍‌ସ୍ୟୁରାନ୍ସର ଆଂଚଳିକ ନିର୍ଦେଶକ-ଭୁବନେଶ୍ୱର ଅଂଚଳ, ଶ୍ରୀ ପିଭି ମାରୁତି ନାଇଡୁଙ୍କ ଉପସ୍ଥିତିରେ ଏସ୍‌ବିଆଇ ଲାଇଫ୍ ଇନ୍‌ସ୍ୟୁରାନ୍ସର ସଭାପତି-ଜୋନ୍ ୩, ଶ୍ରୀ ଜି ଗୁରୁଦାସ ଏବଂ ଇଭିପି ଓ ଏଚଆର୍ ଆଣ୍ଡ୍ ମ୍ୟାନେଜମେଂଟ୍ ସର୍ଭିସେସ୍ ମୁଖ୍ୟ ମିସ୍ ସିମା
ତ୍ରିକନ୍ନଡଙ୍କ ଦ୍ୱାରା ସଦ୍‌ଭାବନାର ସଭାପତି ଶ୍ରୀ ବିଧୁ ଭୂଷଣ ପଟ୍ଟନାୟକ ଓ ସଂପାଦକ ଶ୍ରୀ ଚଣ୍ଡି ପ୍ରସାଦ ପଟ୍ଟନାୟକଙ୍କୁ ଚେକ୍ ହସ୍ତାନ୍ତର କରାଯାଇଛି । ଶାରିରୀକ ଓ ମାନସିକ ଅନଗ୍ରସର ଶିଶୁ ଓ କିଶୋରମାନଙ୍କ ସାମଗ୍ରିକ ବିକାଶ ଲାଗି କଂପାନିର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧତାର ଅଂଶ ସ୍ୱରୂପ ସଦ୍‌ଭାବନା ଏନଜିଓ ସହିତ ଏହି ସହଯୋଗିତା ସ୍ଥାପନ କରାଯାଇଛି । ୦-୧୮ ବର୍ଷ ବୟସର ପିଲାମାନଙ୍କୁ ମୌଳିକ ଶିକ୍ଷା, ଥେରାପି ଓ କାଉନସେଲିଂ ସମେତ ସେମାନଙ୍କ ଅଭିଭାବକମାନଙ୍କୁ ମଧ୍ୟ ଅଧିବେଶନ ଜରିଆରେ ସହାୟତା ଦିଆଯିବ । ପିଲାମାନେ ଦୈନନ୍ଦୀନ କାର୍ଯ୍ୟ କରିବା ବେଳେ ସ୍ୱାଧୀନ ଭାବେ ବଂଚିବା ଲାଗି ସେମାନଙ୍କୁ ସଶକ୍ତ କରିବାରେ ଏହା ସହାୟକ ହେବ । ଏସ୍‌ବିଆଇ ଲାଇଫ୍ ଇନ୍‌ସ୍ୟୁରାନ୍ସର ସଭାପତି-ଜୋନ୍ ୩, ଶ୍ରୀ ଜି
ଗୁରୁଦାସ କହିଛନ୍ତି ଯେ, “ସ୍ୱତନ୍ତ୍ର ଧ୍ୟାନ ଆବଶ୍ୟକ କରୁଥିବା ପିଲାମାନେ ସାଧାରଣତଃ ମୌଳିକ ସୁବିଧା ସୁଯୋଗ ଯଥା ଶିକ୍ଷା, ସ୍ୱାସ୍ଥ୍ୟ ସେବା ଓ ସାମାଜିକ ଅନ୍ତର୍ଭୁକ୍ତୀକରଣରୁ ବଂଚିତ ହୋଇଥାଆନ୍ତି, ତେଣୁ ସ୍ୱାଭାବିକ ଜୀବନ ବଂଚିବା ସେମାନଙ୍କ ଲାଗି କଷ୍ଟକର ହୋଇପଡ଼େ । ତେଣୁ ସେମାନଙ୍କୁ ଉଦ୍ୟମ ଜାରି ରଖିବା ଓ ବିକାଶରେ ବିଳମ୍ବ ଓ ମେଡିକାଲ୍ ସ୍ଥିତିର ମୁକାବିଲା ଜରିଆରେ ସମ୍ଭାବନା ହାସଲ କରିବାକୁ ନିଶ୍ଚିତ କରିବା ଲାଗି ସେମାନଙ୍କ ପାଇଁ ଏକ ସହାୟକ ବ୍ୟବସ୍ଥା ସୃଷ୍ଟି କରିବା ଅତ୍ୟନ୍ତ ଜରୁରୀ । ଗତ ବହୁ ବର୍ଷ ଧରି

ସଦ୍‌ଭାବନା ଏହି ପିଲାମାନଙ୍କ ପାଇଁ ଉଦ୍ୟମ କରୁଛି ଓ ସେମାନଙ୍କ ସହିତ ଯୋଡ଼ି ହେବା ଓ ପିଲାମାନଙ୍କ ସାମାଜିକ ବିକାଶ କାର୍ଯ୍ୟକ୍ରମ ପାଇଁ ସହାୟତା ପ୍ରଦାନ କରିବା ଏସ୍‌ବିଆଇ ଲାଇଫ୍ ପାଇଁ କୃତଜ୍ଞତାର ବିଷୟ । ଆମର ବିଭିନ୍ନ ସିଏସ୍‌ଆର୍ କାର୍ଯ୍ୟକ୍ରମ ଜରିଆରେ ଏସ୍‌ବିଆଇ ଲାଇଫ୍ ସ୍ୱତନ୍ତ୍ର ଧ୍ୟାନ ଆବଶ୍ୟକ କରୁଥିବା ପିଲା ଓ କିଶୋର ମାନଙ୍କ ପ୍ରଗତି ଓ ସେମାନଙ୍କ ଶିକ୍ଷା ଓ
ଜୀବନଜୀବିକାର ଉନ୍ନତି ପାଇଁ ଉତପ୍ରୋତ ଭାବେ ଜଡ଼ିତ ହୋଇ କାମ କରୁଛି । ଆମେ ଆଶା କରୁଛୁ ଯେ ଏହି ସହଯୋଗିତା ପ୍ରତିଟି ପିଲାଙ୍କ ବିକାଶରେ ମୂଲ୍ୟ ଯୋଡ଼ିବ ଏବଂ ସେମାନଙ୍କ ଜୀବନରେ ବୃଦ୍ଧିରେ ସହାୟକ ହେବ । ଏହି ପିଲାମାନଙ୍କ ଓ ଦେଶର ସାମଗ୍ରିକ ଉନ୍ନତି ଦିଗରେ ଏହି ସହଯୋଗିତା ଆମର ଏକ ଉଦ୍ୟମ ।’’ ସଦ୍‌ଭାବନା ହେଉଛି ଏକ ଅଣ ଲାଭଜନକ ସଂଗଠନ ଯାହା ଦିବ୍ୟାଙ୍ଗ ଲୋକମାନଙ୍କ ଉନ୍ନତି ଓ କଲ୍ୟାଣ ପାଇଁ କେନ୍ଦୁଝର ଜିଲ୍ଲାର ବାଂଶପାଳ, ତେଲକୋଇ, ଘଟଗାଁ, ହରିଚନ୍ଦନପୁର, ପାଟଣା, ସାରପଡ଼ା, ଚମ୍ପୁଆ, ଝୁମ୍ପୁରା, ଯୋଡ଼ା, ଆନନ୍ଦପୁର, ଘଷିପୁରା ଓ ହାଟଡିହି ଭଳି ୧୩ଟି ବ୍ଲକ୍‌ରେ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ କାମ କରୁଛି । ଏହି ସଂସ୍ଥା ଭିତିକ ଥଇଥାନ କେନ୍ଦ୍ର ପରିଚାଳନା କରୁଥିବା ବେଳେ ଲୋକମାନଙ୍କ ଘରେ ପହଂଚି ସ୍ୱତନ୍ତ୍ର ଧ୍ୟାନ ଆବଶ୍ୟକ କରୁଥିବା ପିଲାମାନଙ୍କୁ ଥେରାପି ସହାୟତା ପ୍ରଦାନ କରୁଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *