ଓରିଏଂଟ୍ ବ୍ଲାକ୍‌ସ୍ୱାନ୍ ପକ୍ଷରୁ ସେଂଟର ଫର୍‌ ପ୍ରଫେସନାଲ୍ ଡେଭେଲପ୍‌ମେଂଟ୍‌ର ଶୁଭାରମ୍ଭ

ଭୁବନେଶ୍ୱର: ପ୍ଲାଟିନମ୍ ବାର୍ଷିକୀ ପାଳନର ଅଂଶ ସ୍ୱରୂପ ଦେଶର ଅଗ୍ରଣୀ ପ୍ରକାଶନୀ ସଂସ୍ଥା ଓରିଏଂଟ୍ ବ୍ଲାକ୍‌ସ୍ୱାନ୍ ପକ୍ଷରୁ ଶିକ୍ଷକମାନଙ୍କ ପାଇଁ ସେଂଟର ଫର ପ୍ରଫେସନାଲ୍ ଡେଭେଲପ୍‌ମେଂଟ୍‌ର ଶୁଭାରମ୍ଭ କରାଯାଇଥିବା ବିଷୟରେ ଘୋଷଣା କରାଯାଇଛି । ଏହା ହେଉଛି ଏକ ଡିଜିଟାଲ୍ ହବ୍ ଯେଉଁଠାରେ ଶିକ୍ଷକମାନେ ନିଜ ପେସାଦାର ଦକ୍ଷତା ବଢ଼ାଇବା ଲାଗି ଅନଲାଇନ୍ ପାଠ୍ୟକ୍ରମ
ପାଇଁ ପଂଜୀକରଣ କରିପାରିବେ । ଓରିଏଂଟ୍ ବ୍ଲାକ୍‌ସ୍ୱାନ ସେଂଟର ଫର ପ୍ରଫେସନାଲ୍ ଡେଭେଲପ୍‌ମେଂଟ୍‌ (ସିପିଡି)ରେ ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଦକ୍ଷତାରେ ଉନ୍ନତି ଆଣିବା ଲାଗି ସେମାନଙ୍କ ପାଇଁ ଚୟନ କରିବା ନିମନ୍ତେ ସମୃଦ୍ଧ ଓ ଗୁଣାତ୍ମକ ଅନଲାଇନ୍‌
ସାର୍ଟିଫିକେଟ୍ ପାଠ୍ୟକ୍ରମ ରହିଛି । ଏହି ସାର୍ଟିପିକେଟ୍‌ ପାଠ୍ୟକ୍ରମଗୁଡ଼ିକ ପ୍ରମୁଖ ମଡ୍ୟୁଲ୍‌ରେ ଭାଗ କରାଯାଇଛି ଯେଉଁଥିରେ ପ୍ରତି ପାଠ୍ୟକ୍ରମରେ ଏକ ସ୍ୱତନ୍ତ୍ର ଦିଗ ଉପରେ ଗୁରୁତ୍ୱ ଦିଆଯାଇଛି ଯାହା କର୍ମଜୀବୀ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ପାଇଁ ଯୋଡ଼ି ହେବା ଓ ଯିବାଆସିବା ସମୟରେ ଶିକ୍ଷା ଗ୍ରହଣ କରିବାରେ ସହାୟକ ହେବ ।ଓରିଏଂଟ୍ ବ୍ଲାକ୍‌ସ୍ୱାନ୍ ସେଂଟର ଫର ପ୍ରଫେସନାଲ୍ଡେ ଭେଲପ୍‌ମେଂଟ୍‌ (ସିପିଡି)କୁ ବିଶେଷଜ୍ଞମାନଙ୍କ ଦ୍ୱାରା ପ୍ରସ୍ତୁତ ଓ ବିକଶିତ କରାଯାଇଛି ଯେଉଁମାନେ ଜାତୀୟ ଓ ଆନ୍ତର୍ଜାତିକ ମାନର ସାର୍ଟିଫାଏଡ ଶିକ୍ଷକ- ପ୍ରଶିକ୍ଷକ । ଏନଇପି ୨୦୨୦ରେ ସୁପାରିସ କରାଯାଇଥିବା ଫ୍ରେମୱର୍କ ଅନୁସାରେ ଏହା ପ୍ରସ୍ତୁତ ହୋଇଛି ଓ ଭାରତୀୟ ଶିକ୍ଷା ଦୃଷ୍ଟିରୁ ତାହା ବେଶ ଖାପଖୁଆଇବ । ଏହି ଅବସରରେ ଓରିଏଂଟ୍ ବ୍ଲାକ୍‌ସ୍ୱାନ୍‌ର ସିପିଡି ପ୍ରବକ୍ତା ମିସ୍‌ ରୋହିନି ଭଟ୍ଟ କହିଛନ୍ତି ଯେ, “ଶିକ୍ଷକମାନଙ୍କ ପେସାଦାର ବିକାଶରେ ସହାୟତା ପ୍ରଦାନ କରିବା ଲାଗି ଆମେ ବ୍ୟାପକ ପ୍ରକାର ବିକଳ୍ପ ପ୍ରଦାନ କରୁଛୁ । କ୍ୟାରିୟରରେ ଉନ୍ନତି ଆଣିବାକୁ ଚାହୁଥିବା ଶିକ୍ଷକମାନଙ୍କ ଲାଗି ଓରିଏଂଟ୍ ବ୍ଲାକସ୍ୱାନ ସେଂଟର ଫର ପ୍ରଫେସନାଲ ଡେଭେଲପମେଂଟ୍ ହେଉଛି ଏକଉପଯୁକ୍ତ ସ୍ଥାନ । ଏହି କେନ୍ଦ୍ରରେ ପ୍ରଦାନ କରାଯାଉଥିବା ପାଠ୍ୟକ୍ରମ ହେଉଛି ଉନ୍ନତ ମାନର ଓ ଏକବିଂଶ ଶତାବ୍ଦୀର ଶିକ୍ଷକମାନଙ୍କ ଲାଗି ଏହାକୁ ପ୍ରସ୍ତୁତକରାଯାଇଛି ।’’ ଭାରତୀୟ ଶ୍ରେଣୀ ଗୃହର ପରିବର୍ତିତ ଚେହେରା ଅନୁସାରେ ଶିକ୍ଷା ଗ୍ରହଣକୁ ବଜାୟ ରଖିବା ଲାଗି ଶିକ୍ଷକ ଶିକ୍ଷୟିତ୍ରୀମାନେ ନୂଆ ସୁଯୋଗ ସନ୍ଧାନ କରୁଛନ୍ତି । ବିଶିଷ୍ଟ ଶିକ୍ଷାବିତ, ଲେଖକ ଓ ଇଏଫ୍‌ଏଲ୍‌ୟୁ ହାଇଦ୍ରାବାଦର ଆକେଡେମିକ୍ ଡିନ୍ ଡକ୍ଟର ସାମସନ ଥୋମାସ କହିଛନ୍ତି ଯେ, “ତାଲିମ ଶିକ୍ଷକମାନଙ୍କୁ ଶ୍ରେଣୀ ଗୃହ ବ୍ୟବସ୍ଥା ପାଇଁ ନିଜକୁ ପ୍ରସ୍ତୁତ କରିପାରିବେ । ବିକାଶ ହେଉଛି ଏକ ପ୍ରକ୍ର୍ରିୟା ଯାହା ଜରିଆରେ ଶିକ୍ଷକମାନେ ପରିବର୍ତିତ ଶିକ୍ଷା ପରିବେଶ ସହିତ ନିଜକୁ ଖାପଖୁଆଇପାରିବେ ।’’

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *